ନୀତୁ ୨ ଦିନ ପୂର୍ବରୁ ନିଖୋଜ ଥିଲେ । ପରିବାର ଲୋକେ ନୀତୁ ନିଖୋଜ ଘଟଣା ସଂପର୍କରେ ଟାଉନ ଥାନାରେ ଏକ ଅଭିଯୋଗ କରିଥିଲେ। ଆଜି ସକାଳୁ ଗ୍ରାମବାସୀମାନେ କୂଅ ମଧ୍ୟରେ ଏକ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।
Trending Photos
)
ଖୋର୍ଦ୍ଧା: ସ୍କୁଲ କୂଅରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ଉଦ୍ଧାର କରିଛି ଖୋର୍ଦ୍ଧା ଟାଉନଥାନା ପୋଲିସ । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ତୋଟାପଡା ଗ୍ରାମପଞ୍ଚାୟତ ଜରିପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ କୂଅ ମଧ୍ୟରୁ ଜଣେ କଲେଜ ଛାତ୍ରୀର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ଜରିପୁଟ ମାଳିସାହି ଗ୍ରାମର ନୀତୁ ରଣା ବୋଲି ଜଣାପଡ଼ିଛି ।
ନୀତୁ ୨ ଦିନ ପୂର୍ବରୁ ନିଖୋଜ ଥିଲେ । ପରିବାର ଲୋକେ ନୀତୁ ନିଖୋଜ ଘଟଣା ସଂପର୍କରେ ଟାଉନ ଥାନାରେ ଏକ ଅଭିଯୋଗ କରିଥିଲେ। ଆଜି ସକାଳୁ ଗ୍ରାମବାସୀମାନେ କୂଅ ମଧ୍ୟରେ ଏକ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ପରିବାର ଲୋକେ ତାଙ୍କ ଝିଅ ନୀତୁକୁ ହତ୍ୟା କରି ଫିଗିଂ ଦେଇଥିବା ପୋଲିସରେ ଅଭିଯୋଗ କରିଛନ୍ତି । ସେପଟେ ଖୋର୍ଦ୍ଧା ଏସପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ନୀତୁର ପରିବାର ଲୋକଙ୍କ ଅଭିଯୋଗ ଭିତ୍ତିରେ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ଶବ ବ୍ୟବଛେଦ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।