Advertisement
Article Detail0/zeeodisha/odisha692801

'ଜିଲ୍ଲାବାସୀଙ୍କ ପାଇଁ ଜୁନ ଗୁରୁତ୍ୱପୂର୍ଣ୍ଣ ସମୟ'

କ୍ୱାରେଣ୍ଟାଇନ ସେଣ୍ଟରରେ ୧୪ ଦିନ ରହିବା ପରେ ପୁଣି ନିଜ ଘରେ ଆଉ ୭ଦିନ ରହିବା ପାଇଁ ପରାମର୍ଶ ଦିଆଯାଉଛି ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ରଖିଛନ୍ତି । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଖୋର୍ଦ୍ଧା: ଜୁନ ମାସ ହେଉଛି ଜିଲ୍ଲାର ପ୍ରତ୍ୟେକ ନାଗରିକ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ । ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଶ୍ରମିକମାନେ ଏବେ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି । ଆଉ ମଧ୍ୟ ପ୍ରବାସୀ ଓଡିଆମାନେ ଆସୁଛନ୍ତି । ଏହାକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୱାରେଣ୍ଟାଇନ ସେଣ୍ଟରରେ ୭ ଦିନ ରହିବା ପରିବର୍ତ୍ତେ ୧୪ ଦିନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ୱାରେଣ୍ଟାଇନ ସେଣ୍ଟରରେ ୧୪ ଦିନ ରହିବା ପରେ ପୁଣି ନିଜ ଘରେ ଆଉ ୭ଦିନ ରହିବା ପାଇଁ ପରାମର୍ଶ ଦିଆଯାଉଛି ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ରଖିଛନ୍ତି । 

ଏଥିସହ ଟିଏମସିରେ ରହୁଥିବା ଅନ୍ତେବାସୀନଙ୍କୁ ସାମାଜିକ ଦୂରତା ନିୟମକୁ ପାଳନ କରିବାକୁ କୁହାଯାଇଛି । ଆଜି ସୁଧା ଖୋର୍ଦ୍ଧା ସବଡିଭିଜନରେ ୧୬୯ ପଜେଟିଭ୍ କେସ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ସଂକ୍ରମଣ କିଭଳି ଅଧିକ ନ ବ୍ୟାପିବ,  ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ରାଉତ କହିଛନ୍ତି ।

Add Zee News as a Preferred Source
About the Author