କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା
Advertisement

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା

ପ୍ରାଚୀ ନଦୀ ଓଡ଼ିଶାର ଜନ ସାଧାରଣଙ୍କ ଜୀବନ ଯାପନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଏବଂ ଜନ ଉପଯୋଗୀ ଅଟେ l ଦ୍ୱାଦଶ ଶତାବ୍ଦୀରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ନିର୍ମାଣ ନିମିତ୍ତ ବ୍ୟବହାର ହେଉଥିବା ବୃହତ ପଥର ଗୁଡିକୁ ପ୍ରାଚୀ ନଦୀ ମାଧ୍ୟମରେ ପରିବହନ କରାଯାଇଥିଲା l 

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା

ଓଡ଼ିଶାର ପ୍ରାଚୀ ନଦୀ ଯାହାର ଦର୍ଘ୍ୟ ହେଉଛି 78 କିଲୋମିଟର ଖୋର୍ଦ୍ଧା, କଟକ, ପୁରୀ ତିନୋଟି ଜିଲ୍ଲାର 6 ଟି ବ୍ଲକ ଯଥା ବାଲିଅନ୍ତା, ବାରଙ୍ଗ, କଣ୍ଟାପଡା, ନିଆଳି, କାକଟପୁର ଅସ୍ତରଙ୍ଗ ଦେଇ ଗତି କରିଅଛି l ଏହା ମୋଟ 42,552 ହେକ୍ଟର (Catchment) ଜମି ପରିବ୍ୟାପ୍ତ ଅଟେ l

ଐତିହାସିକ ପୃଷ୍ଠଭୂମି ( Historical Background )

ପ୍ରାଚୀ ନଦୀ ଓଡ଼ିଶାର ଜନ ସାଧାରଣଙ୍କ ଜୀବନ ଯାପନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଏବଂ ଜନ ଉପଯୋଗୀ ଅଟେ l ଦ୍ୱାଦଶ ଶତାବ୍ଦୀରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ନିର୍ମାଣ ନିମିତ୍ତ ବ୍ୟବହାର ହେଉଥିବା ବୃହତ ପଥର ଗୁଡିକୁ ପ୍ରାଚୀ ନଦୀ ମାଧ୍ୟମରେ ପରିବହନ କରାଯାଇଥିଲା l ଆମ ସମସ୍ତଙ୍କର ଅନ୍ୟତମ ଆସ୍ଥାର କେନ୍ଦ୍ର ମା ମଙ୍ଗଳାଙ୍କ ପୀଠ ମଧ୍ୟ ପ୍ରାଚୀ ଉପକୂଳରେ ଅବସ୍ଥାପିତ l ସମସ୍ତ ଓଡ଼ିଆ ପ୍ରାଚୀ ନଦୀର ଐତେହକୁ ଅତ୍ୟନ୍ତ ଗର୍ବିତ l ଦୁର୍ଭାଗ୍ୟବଶତଃ ମହାନଦୀର ଶାଖାନଦୀ କୁଶଭଦ୍ରା ନଦୀରୁ ଜଳ ପ୍ରବାହ ବନ୍ଦ ହେବା କାରଣରୁ ଆଜି ପ୍ରାଚୀ ନଦୀ ଶୁଷ୍କ ଅବସ୍ଥାରେ ରହିଅଛି l

fallback

ବର୍ତମାନ ଓଡ଼ିଶାର ଜନ ସାଧାରଣ ବିଶେଷତଃ ପ୍ରାଚୀ ଉପକୂଳ ବାସୀ ପ୍ରାଚୀ ନଦୀର ପୁନଃରୁଦ୍ଧାର ପାଇଁ ବ୍ୟାପକ କାର୍ଯ୍ୟ କରିବା ପାଇଁ କତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି l ଏହି ପ୍ରକଳ୍ପରେ ମୋଟ 7ଟି ବ୍ରିଜ ନିର୍ମାଣ, ନଦୀ ଉପତ୍ୟକା ନବୀକରଣ (River Bed Creation ), ଜଳାଶୟ ସୃଷ୍ଟି (Service Road), ପାର୍ଶ୍ୱ ରାସ୍ତା, Ground Wall, Retaining Wall, ବୃକ୍ଷରୋପଣ, ସମୁଦ୍ର ମୁହାଣ ନବୀକରଣ ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ l ଉଲ୍ଲେଖଯୋଗ୍ୟ ଯେ ପ୍ରାଚୀ ନଦୀ ରାମଚନ୍ଦ୍ରପୁରଠାରେ କୁଶଭଦ୍ରା ନଦୀଠାରୁ ଉତ୍ପତି ହୋଇ ବଙ୍ଗୋପ ସାଗରରେ ବିଲୀନ ହୋଇଛି l

ଆଶା କରାଯାଉଥିବା ସୁଫଳ (Expected Outcome)

ଏହି ପ୍ରକଳ୍ପ ଦ୍ୱାରା ଗୁରୁତ୍ୱପୂର୍ଣ ପ୍ରାଚୀ ନଦୀ ପୁନଃଜୀବିତ ହୋଇପାରିବ l ଏହା ଦ୍ୱାରା ପରିବେଶ ସୁରକ୍ଷା ସହ ବହୁ ମହତ୍ୱପୂର୍ଣ ସ୍ଥାନର ରକ୍ଷଣାବେକ୍ଷଣ ହୋଇପାରିବ l ଏହାଦ୍ୱାରା ଭୁତଳ ଜଳ ସ୍ତର ବୃଦ୍ଧି ପାଇବା ସହ ଜଳର ଲବଣ ଅଂଶ ହ୍ରlସ ପାଇବା ଦ୍ୱାରା ଲୋକ ମାନଙ୍କ ପାନୀୟ ଜଳ ଯୋଗାଣରେ ମଧ୍ୟ୍ୟ ପ୍ରମୁଖ ସାଧନ ହୋଇପାରିବ l ଅପାତତଃ 8700 ହେକ୍ଟର ଚାଷଜମି ଏହା ଦ୍ୱାରା ଜଳସେଚନ ଉପଯୋଗୀ ହୋଇପାରିବ ଏବଂ ଏହା ଦ୍ୱାରା କୃଷିରେ (Agricultural) ବ୍ୟାପକ ଭାବେ ବୃଦ୍ଧି ହୋଇ ପାରିବ l ଅଧିକ ମତ୍ସଚାଷ (Pisciculture) ସହ ପର୍ଯ୍ୟଟନ eco-tourism ମଧ୍ୟ୍ୟ ବୃଦ୍ଧି ପାଇବ l

ଏହି ବ୍ୟାପକ ପ୍ରକଳ୍ପ ଯାହା ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ ଏହାର ସଫଳ ରୂପାୟନ ହେଲେ ପ୍ରାଚୀ ଉପକୂଳ ଏବଂ ଅନ୍ୟ ଅଞ୍ଚଳର ଜନସାଧାରଣଙ୍କ ଜୀବନରେ ଅଭୁତପୂର୍ବ ଏବଂ ପ୍ରଗତିଶୀଳ ପରିବର୍ତ୍ତନ ଆଣିଦେବାରେ ଯଥେଷ୍ଟ ସାମର୍ଥ୍ୟ ରଖିଛି l