ବ୍ଲାକ ପଲସର ଆତଙ୍କ! ବ୍ୟକ୍ତିଙ୍କଠାରୁ ୪୫ ହଜାର ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ, CCTV ରେ କଏଦ ହେଲା ଦୃଶ୍ୟ
Advertisement

ବ୍ଲାକ ପଲସର ଆତଙ୍କ! ବ୍ୟକ୍ତିଙ୍କଠାରୁ ୪୫ ହଜାର ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ, CCTV ରେ କଏଦ ହେଲା ଦୃଶ୍ୟ

ଏହି ଲୁଟର ସମସ୍ତ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭିରେ (CCTV) କଏଦ ହୋଇଛି । ଏହି ଘଟଣାଟି ସେତେବେଳେ ଘଟଛି ଯେତେବଳେ ଜଣେ ବ୍ୟକ୍ତି ବ୍ୟାଙ୍କ ଓ ପୋଷ୍ଟ ଅଫିସରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ ।

ବ୍ଲାକ ପଲସର ଆତଙ୍କ! ବ୍ୟକ୍ତିଙ୍କଠାରୁ ୪୫ ହଜାର ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ, CCTV ରେ କଏଦ ହେଲା ଦୃଶ୍ୟ

କଟକ: ଆଠଗଡ଼ ଦୋରୋଡ଼ ଛକରେ କଳା ପଲସର (Black Pulsar) ଆତଙ୍କ ପୁଣି ଦେଖିବାକୁ ମିଳିଛି । ଦୁଇ ଜଣ ଦୁବୃର୍ତ୍ତ ଏକ ପଲସର ଗାଡିରେ (Pulsar two-wheeler) ଆସି ୪୫ ହଜାର ଟଙ୍କା ଲୁଟିନେଇଛନ୍ତି । ଏହି ଲୁଟର ସମସ୍ତ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭିରେ (CCTV) କଏଦ ହୋଇଛି । ଏହି ଘଟଣାଟି ସେତେବେଳେ ଘଟଛି ଯେତେବଳେ ଜଣେ ବ୍ୟକ୍ତି ଟଙ୍କା ଉଠାଇ ଘରକୁ ଫେରୁଥିଲେ ।

ଖବର ଅସୁସାରେ ଯୋରନ୍ଦା ଗ୍ରାମର ଗନ୍ଧର୍ବ ସେନ ପଞ୍ଚୁଆତି ବ୍ୟାଙ୍କ ଓ ପୋଷ୍ଟ ଅଫିସରୁ ୪୫ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଏହି ଫେରିବା ସମୟରେ ଯେତେବେଳେ ସେ ଦୋରୋଡ଼ ଛକରେ ଏକ କ୍ଷୀର ପ୍ୟାକେଟ କିଣିବାକୁ ଏକ ଦୋକାନକୁ ଯାଉଥିଲେ ଠିକ ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଗାଡିରୁ ଟଙ୍କା ବ୍ୟାଗଟିକୁ ନେଇ ଫେରାର ହୋଇ ଯାଇଥିଲେ । 

ଏନେଇ ଆଠଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳରେ ଆଠଗଡ଼ ପୋଲିସ (Athagad Police) ପହଞ୍ଚି ଦୋକାନର ସିସିଟିଭି ଫୁଟେଜ କୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢ଼ନ୍ତୁ: ଚୀନ୍-ତାଇୱାନ ମଧ୍ୟରେ ଆରମ୍ଭ ହୋଇପାରେ ଯୁଦ୍ଧ!

ଏହା ବି ପଢ଼ନ୍ତୁ: କୃଷକ ମାନଙ୍କ ପାଇଁ ଭଲ ଖବର! ଏହି ଦିନ ଆସିବ ପିଏମ କିସାନ ଯୋଜନାର ଦଶମ କିସ୍ତି

ଏହା ବି ପଢ଼ନ୍ତୁ: ଅକ୍ଟୋବର ୧୦ ସୁଦ୍ଧା ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ ଦଳରେ ହୋଇପାରେ ଏହି ବଡ଼ ପରିବର୍ତ୍ତନ