Cyclone Gulab Alert: ଏସବୁ ଅଞ୍ଚଳରେ ତାଣ୍ଡବ ରଚିବ ବାତ୍ୟା 'ଗୁଲାବ'!
Advertisement
Article Detail0/zeeodisha/odisha993795

Cyclone Gulab Alert: ଏସବୁ ଅଞ୍ଚଳରେ ତାଣ୍ଡବ ରଚିବ ବାତ୍ୟା 'ଗୁଲାବ'!

Cyclone Gulab Alert: ପାଣିପାଗ ବିଭାଗ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ବେଙ୍ଗଲର ବିଭିନ୍ନ ଅଞ୍ଚଳରେ ବାତ୍ୟା ଓ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି । ଏହି ବାତ୍ୟାର ନାମ 'ଗୁଲାବ' ରଖାଯାଇଛି ।

ପ୍ରତୀକାତ୍ମକ ଛବି
ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶା (Odisha) ଓ ଆନ୍ଧ୍ରପ୍ରଦେଶର (Andhra Pradesh) କେତେକ ଅଞ୍ଚଳରେ ବାତ୍ୟା ହେବାକୁ ନେଇ ସତର୍କ ସୂଚନା ଜାରି କରିଛି । ଆଇଏମଡି  ଅନୁଯାୟୀ, ବଙ୍ଗୋପସାଗରରେ ନିମ୍ନ ଚାପ ସୃଷ୍ଟି ହୋଇଛି । ଯେଉଁଥିପାଇଁ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ସହିତ ପ୍ରବଳ ବର୍ଷା ହୋଇପାରେ । IMD ପୂର୍ବାନୁମାନ କରିଛି ଏହା ବ୍ୟତୀତ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ବାତ୍ୟା ଓ ବର୍ଷା ହେବାର ସମ୍ଭାବନା ରହିଛି ।

ଆଇଏମଡିର ଆକଳନ ଅନୁଯାୟୀ, ଏହି ବାତ୍ୟା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଦେଇ ଗତି କରିପାରେ । ଏହି ବାତ୍ୟାକୁ 'ସାଇକ୍ଲୋନ ଗୁଲାବ'ର ନାମରେ ନାମକରଣ କରାଯାଇଛି । ବାତ୍ୟା ବିପଦକୁ ଦୃଷ୍ଟିରେ ରଖି ଆଇଏମଡି ଅନେକ କ୍ଷେତ୍ରରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ।

ଆସନ୍ତା ୧୨ ଘଣ୍ଟାରେ ଆସିପାରେ ବାତ୍ୟା
ଆଇଏମଡି ଟ୍ୱିଟ କରି ଏହାର ସତର୍କ ସୂଚନାରେ କହିଛି ଯେ ଉତ୍ତରରେ ଓ ଏହାର ଆଖପାଖରେ ଥିବା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଡିପ୍ରେସନ ବଦଳି ବର୍ତ୍ତମାନ ଡିପ-ଡିପ୍ରେସନରେ ପରିଣତ ହୋଇଛି । ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ । ଆଇଏମଡି କହିଛି ଯେ ଏହା ୨୬ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶର କାଲିଙ୍ଗାପାଟନମ୍ ପାଖ ଦେଇ ଗତି କରିପାରେ ।

ଅଧିକ ପଢ଼ନ୍ତୁ: ଫେଷ୍ଟିଭାଲ ସିଜିନ୍ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଏହି ୫ ଟି ବଡ଼ ସୁବିଧା

ଅଧିକ ପଢ଼ନ୍ତୁ: UN ରେ କାଶ୍ମୀରକୁ ନେଇ ଇମ୍ରାନଙ୍କ 'କୁମ୍ଭୀର କାନ୍ଦଣା', ଭାରତ ଦେଲା ଦୃଢ଼ ଜବାବ

ଏହି ବାତ୍ୟାର ନାମ ପୂର୍ବରୁ ସ୍ଥିର ହୋଇସାରିଛି । ଏହି ନାମ ପାକିସ୍ତାନ ଦେଇଛି । ବାସ୍ତବରେ, ଆରବ ସାଗର, ଭାରତ ମହାସାଗର ଓ ବଙ୍ଗୋପସାଗରରେ ବାତ୍ୟାର ନାମକରଣ ପ୍ରକ୍ରିୟା ଅଲଗା ଅଟେ । ଯେତେବେଳେ ଏକ ବାତ୍ୟା ପବନର ବେଗ ଘଣ୍ଟା ପ୍ରତି ୪୦ ମାଇଲରୁ ଅଧିକ ହୁଏ, ସେତେବେଳେ ଏହି ବାତ୍ୟାର ନାମକରଣ ହୁଏ ।

;