ଭାରତୀୟ ନୌସେନା ବାହାର କଲା ୨୫୦୦ ପଦବୀ ପାଇଁ ନିଯୁକ୍ତି, +୨ ପାସ କରିଥିଲେ କରନ୍ତୁ ଆବେଦନ
X

ଭାରତୀୟ ନୌସେନା ବାହାର କଲା ୨୫୦୦ ପଦବୀ ପାଇଁ ନିଯୁକ୍ତି, +୨ ପାସ କରିଥିଲେ କରନ୍ତୁ ଆବେଦନ

Navy Jobs 2021: ଏହି ପୋଷ୍ଟଗୁଡିକ ପାଇଁ ଅନଲାଇନ୍ ଆବେଦନ ୧୬ ଅକ୍ଟୋବରରୁ ଆରମ୍ଭ ହୋଇଛି ଓ ଶେଷ ଆବେଦନ ତାରିଖ ୨୫ ଅକ୍ଟୋବର ୨୦୨୧ ରହିଛି ।

 

ଭାରତୀୟ ନୌସେନା ବାହାର କଲା ୨୫୦୦ ପଦବୀ ପାଇଁ ନିଯୁକ୍ତି, +୨ ପାସ କରିଥିଲେ କରନ୍ତୁ ଆବେଦନ

Navy Jobs 2021: ଭାରତୀୟ ନୌସେନାରେ (Indian Navy) ଚାକିରି ଖୋଜୁଥିବା ପାର୍ଥିଙ୍କ ପାଇଁ ଏକ ଖୁସି ଖବର ଅଛି । ସିନିୟର ସେକେଣ୍ଡାରୀ ରିକ୍ରୁଟ୍ (SSR) ଓ ଆର୍ଟିଫିସିଆଲ୍ ଆପ୍ରେଣ୍ଟିସ୍ (AA) ର ୨୫୦୦ ପଦବୀ ନିଯୁକ୍ତି କରିବା ନେଇ ନୌସେନା ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ବିଶେଷ କଥା ହେଉଛି ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୬ ଅକ୍ଟୋବର ୨୦୨୧ ରୁ ଆରମ୍ଭ ହୋଇଛି ଓ ଆବେଦନ କରିବାର ଶେଷ ତାରିଖ ହେଉଛି ୨୫ ଅକ୍ଟୋବର ୨୦୨୧ ରହିଛି । ଯଦି ଆପଣ ଏହି ପୋଷ୍ଟଗୁଡିକ ପାଇଁ ଯୋଗ୍ୟ ତେବେ ଆପଣ ଯଥାଶୀଘ୍ର ଆବେଦନ କରିନେବା ଉଚିତ୍ । ଲିଖିତ ପରୀକ୍ଷା, ଶାରୀରିକ ପରୀକ୍ଷା ଓ ଡାକ୍ତରୀ ପରୀକ୍ଷା ଆଧାରରେ ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ ।

ନିଯୁକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ 
ଅନଲାଇନ୍ ଆବେଦନ ଆରମ୍ଭ ତାରିଖ - ୧୬ ଅକ୍ଟୋବର ୨୦୨୧ 
ଆବେଦନ କରିବାର ଶେଷ ତାରିଖ - ୨୫ ଅକ୍ଟୋବର ୨୦୨୧ 
ଆବେଦନ ଫର୍ମ ପୂରଣ କରିବାର ଶେଷ ତାରିଖ - ୨୫ ଅକ୍ଟୋବର ୨୦୨୧ 
ମେରିଟ୍ ତାଲିକା ପ୍ରକାଶନ ତାରିଖ - ଜାନୁଆରୀ / ଫେବୃଆରୀ ୨୦୨୨ 
ନିଯୁକ୍ତି ପରୀକ୍ଷା ତାରିଖ - ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ 

ଏହା ବି ପଢ଼ନ୍ତୁ: ଗ୍ରାଜୁଏସନ ପାସ୍ କରିଥିବାଙ୍କ ପାଇଁ SBI ରେ ଚାକିରି କରିବାର ବଡ଼ ସୁଯୋଗ, ଏଠାରେ ପଢ଼ନ୍ତୁ ଡିଟେଲ୍ସ

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା
ବିଜ୍ଞପ୍ତି ଅନୁଯାୟୀ, ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ୬୦% ମାର୍କ ସହିତ ଦ୍ୱାଦଶ ପାସ୍ ହେବା ଉଚିତ୍ । ଏହା ବ୍ୟତୀତ, ସେମାନଙ୍କର ଦ୍ୱାଦଶରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ କିମ୍ବା କମ୍ପ୍ୟୁଟର ସାଇନ୍ସ ବିଷୟ ଥିବା ଉଚିତ । କେବଳ ସେହି ଲୋକମାନେ ଆବେଦନ କରିବାକୁ ସକ୍ଷମ ହେବେ, ଯାହାର ଜନ୍ମ ତାରିଖ ୧ ଫେବୃଆରୀ ୨୦୦୨ ରୁ ୩୧ ମାର୍ଚ୍ଚ ୨୦୦୫ ମଧ୍ୟରେ ଥିବା । ଆପଣ ନିଯୁକ୍ତି ବିଜ୍ଞପ୍ତିରେ ଏହି ବିଷୟରେ ଅଧିକ ସୂଚନା ପାଇବେ ।

ଶାରୀରିକ ଯୋଗ୍ୟତା
ଆବେଦନକାରୀ ପ୍ରାର୍ଥୀଙ୍କ ସର୍ବନିମ୍ନ ଉଚ୍ଚତା ୧୫୭ ସେମି ହେବା ଉଚିତ୍ । ପାର୍ଥୀଙ୍କୁ ୭ ମିନିଟରେ ୧୬୦୦ ମିଟର ଦୌଡ଼ ସମ୍ପୂର୍ଣ୍ଣ କରିବାକୁ ପଡିବ । ଏହାସହ ୨୦ ସ୍କ୍ୱାଟ୍ ଅପ୍ ଓ ୧୦ ଟି ପୁସ୍ ଅପ୍ କରିବାକୁ ପଡିବ ।

ଏହା ବି ପଢ଼ନ୍ତୁ: ବାୟୋ-ବବଲରେ କିପରି ରୁହନ୍ତି କ୍ରିକେଟର? ରସିରେ ବନ୍ଧା ହୋଇ ବସିଥିବା ନଜର ଆସିଲେ କୋହଲି

ଆବେଦନ ଶୁଳ୍କ
ଭାରତୀୟ ନୌସେନାର ଏହି ପଦବୀ ପାଇଁ ଆବେଦନ କରୁଥିବା କୌଣସି ବର୍ଗର ପ୍ରାର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

ଏହା ହେଉଛି ଚୟନ ପ୍ରକ୍ରିୟା 
ପ୍ରଥମେ ଆବେଦନକାରୀଙ୍କୁ ଯୋଗ୍ୟତା ଆଧାରରେ ସର୍ଟଲିଷ୍ଟ କରାଯିବ । କେବଳ ଯେଉଁମାନେ ମେରିଟ୍ ତାଲିକାରେ ସ୍ଥାନ ପାଇବେ ସେମାନଙ୍କୁ ଲିଖିତ ପରୀକ୍ଷାରେ ହାଜର ହେବାକୁ ଅନୁମତି ଦିଆଯିବ । ଏହା ପରେ ଯେଉଁମାନେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ଶାରୀରିକ ତଥା ଡାକ୍ତରୀ ପରୀକ୍ଷା କରାଯିବ । ସମସ୍ତ ତିନୋଟି ପର୍ଯ୍ୟାୟରେ ପାସ୍ କରୁଥିବା ପ୍ରାର୍ଥୀମାନେ ଡକ୍ୟୁମେଣ୍ଟ୍ ଯାଞ୍ଚ ପରେ ଚାକିରି ପାଇବେ ।

ଏହା ବି ପଢ଼ନ୍ତୁ: T20 World Cup 2021: ସିନେମା ହଲ ସମେତ ଏହି ସବୁ ଜାଗାରେ ଦେଖି ପାରିବେ ବିଶ୍ୱକପର ଲାଇଭ୍ ମ୍ୟାଚ୍  

ଏହିପରି କରନ୍ତୁ ଆବେଦନ
ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ପ୍ରାର୍ଥୀଙ୍କୁ ଭାରତୀୟ ନୌସେନାର ନିଯୁକ୍ତି ୱେବସାଇଟ୍ www.joinindiannavy.gov.in ଭିଜିଟ କରିବାକୁ ପଡିବ । ଏଠାରେ ସେମାନେ ନିଯୁକ୍ତିର ବିଜ୍ଞପ୍ତି ଓ ଆବେଦନ ଫର୍ମ ପୂରଣ ପାଇଁ ଲିଙ୍କ୍ ପାଇବେ ।

Trending news