Advertisement
Article Detail0/zeeodisha/odisha2686550
Zee OdishaOdisha Latest NewsOdisha Schools: ପ୍ରବଳ ଖରାକୁ ଦେଖି ସରକାରଙ୍କ ନିଷ୍ପତ୍ତି, ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ

Odisha Schools: ପ୍ରବଳ ଖରାକୁ ଦେଖି ସରକାରଙ୍କ ନିଷ୍ପତ୍ତି, ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ

Morning Classes In Odisha Schools: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି  ଆସନ୍ତା ଏପ୍ରିଲ ୨ରୁ ସ୍କୁଲରେ ସକାଳୁଆ ପାଠ ପଢ଼ା ହେବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । 

 

Morning Classes In Odisha Schools
Morning Classes In Odisha Schools

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି  ଆସନ୍ତା ଏପ୍ରିଲ ୨ରୁ ସ୍କୁଲରେ ସକାଳୁଆ ପାଠ ପଢ଼ା ହେବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୨ ତାରିଖ ଠାରୁ ସକାଳ ୭ଟାରୁ ୯ଟା ଯାଏଁ ଅଙ୍ଗନବାଡି କେନ୍ଦ୍ର ଚାଲିବ। ତାତି ବଢ଼ିଲେ ଅଙ୍ଗନବାଡି କେନ୍ଦ୍ର ଛୁଟି ସହିତ ଛୁଆଙ୍କ ପାଇଁ ଖାଦ୍ୟ ହୋମ୍ ଡେଲିଭରି କରାଯିବ। ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଶ୍ରମିକମାନଙ୍କ କାମ ବନ୍ଦ ରହିବ। ନିୟମରେ କେହି ଖିଲାପ କଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ସେହିପରି ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ବନ୍ୟା ଓ ବାତ୍ୟା ଭଳି ଗ୍ରୀଷ୍ମ ପ୍ରବାହରେ ବି ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଛି। ରାସ୍ତାରେ ବିଭିନ୍ନ ସ୍ଥାନରେ ଛାଇ ପାଇଁ ଛାମୁଡ଼ିଆ ଲାଗିବ ଏବଂ ଜଳଛତ୍ର ଖୋଲାଯିବ। ଗ୍ରୀଷ୍ମ ପ୍ରବାହକୁ ନଜରରେ ଅଘୋଷିତ ବିଜୁଳି କାଟ ହେବନାହିଁ। ବିଶେଷକରି ଦିନ ୧୧ ରୁ ୩ ଏବଂ ରାତିରେ ବିଦ୍ୟୁତ୍ କାଟ ହେବନାହିଁ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Add Zee News as a Preferred Source

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକୁ ସକାଳ ୭ ଟା ରୁ ୯ ଟା ଯାଏଁ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି କରାଯାଇଛି । ଆବଶ୍ୟକସ୍ଥଳେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନିଜ ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଛୁଟି କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ  ପରାମର୍ଶ ଦିଆଯାଇଛି ।

 

About the Author