)
ଭୁବନେଶ୍ୱର: Mihir Das health Update: ଭେଟରାନ ଓଡ଼ିଆ ଅଭିନେତା ମିହିର ଦାସ (Mihir Das) ଅସୁସ୍ଥ ହୋଇ ପଡ଼ିଛନ୍ତି । ମଙ୍ଗଳବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯିବାରୁ ତାଙ୍କୁ କଟକର (Cuttack) ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଏକ ଡାକ୍ତରୀ ଟିମ୍ (Medical team) ନଜର ରଖିଛନ୍ତି । ଅଭିନେତା ଶ୍ରୀତମ ଦାସଙ୍କ ଅନୁସାରେ ପୂର୍ବ ଅପେକ୍ଷା ମିହିରଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି ।
ପୂର୍ବରୁ ମିହିର ଦାସଙ୍କର କିଡ଼ନୀ ଜନିତ ସମସ୍ୟା (Kidney problems) ଥିଲା । ତେବେ ବିଗତ ୨-୩ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । କହିରଖୁଛୁ ଯେ ମିହିର ଦାସ ନିଜର (Mihir Das) ଚମତ୍କାର ଅଭିନୟ ଯୋଗୁଁ ସେ ଓଡ଼ିଶାବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେ ଓଡ଼ିଆ ଫିଲ୍ମ (Odia Film) ଜଗତରେ ଏକ ଲୋକପ୍ରିୟ ନାମ । ଏବଂ ସେ ଓଲିଉଡ଼କୁ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ସେ ବିଭିନ୍ନ ଓଡ଼ିଆ ସିନେମାରେ ନାୟକ, ଖଳନାୟକ ଓ ହାସ୍ୟ ଅଭିନେତା ଓ ଅନ୍ୟାନ୍ୟ ଚରିତ୍ରରେ ଅଭିନୟ କରିଆସିଛନ୍ତି ।
ମିହିର ଦାସ ମୟୂରଭଞ୍ଜରେ ଜନ୍ମଗ୍ରହଣ କରିଥିଲେ । ସେ ଗାୟିକା ତଥା ଚଳଚ୍ଚିତ୍ର କଳାକାର ସଙ୍ଗିତା ଦାସଙ୍କୁ ବିବାହ କରିଥିଲେ, ଯିଏକି ୨୦୧୦ ରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ । ସେ ଲୋକପ୍ରିୟ ଗାୟକ ଚିତ୍ର ଜେନାଙ୍କ ଝିଅ ଥିଲେ । ମିହିର ଦାସ ଏବଂ ସଙ୍ଗିତା ଦାସଙ୍କର ଏକ ପୁଅ ଅମ୍ଲାନ ଦାସ ଅଛନ୍ତି, ସେ ମଧ୍ୟ ଜଣେ ଓଡ଼ିଆ ଅଭିନେତା ।
ସେ ଏକ ଆର୍ଟ ଫିଲ୍ମ ସ୍କୁଲ ମାଷ୍ଟର ସହିତ ଓଡିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ ଏବଂ ପରେ ୧୯୭୯ ରେ ବାଣିଜ୍ୟିକ ଫିଲ୍ମ ମଥୁରା ବିଜୟରେ ଅଭିନୟ କରିଥିଲେ । ତିନି ଦଶନ୍ଧିରୁ ଅଧିକ ସମୟ ଧରି ଜଣେ ଭେଟେରାନ୍ ଅଭିନେତା, ୧୯୯୮ ରେ ଲକ୍ଷ୍ମୀ ପ୍ରତିମା ଓ ୨୦୦୫ ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ରରେ ସୁନ୍ଦର ଅଭିନୟ ପାଇଁ ସେ ରାଜ୍ୟ ସରକାରଙ୍କ ତରଫରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।