PM Kisan: ଅଗଷ୍ଟ ମାସରେ କୃଷକମାନଙ୍କୁ ମିଳିବ ବଡ ଉପହାର, ଲିଷ୍ଟରେ ଚେକ୍ କରନ୍ତୁ ଆପଣଙ୍କ ନାମ
Advertisement

PM Kisan: ଅଗଷ୍ଟ ମାସରେ କୃଷକମାନଙ୍କୁ ମିଳିବ ବଡ ଉପହାର, ଲିଷ୍ଟରେ ଚେକ୍ କରନ୍ତୁ ଆପଣଙ୍କ ନାମ

ଅଗଷ୍ଟ ମାସ କୃଷକମାନଙ୍କ ପାଇଁ ଏକ ଖୁସି ଖବର ନେଇ ଆସୁଛି । ଦୀର୍ଘ ଦିନ ଧରି ୯ମ କିସ୍ତି ପାଇଁ ଅପେକ୍ଷା କରିଥିବା କୃଷକଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଆସିବ ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: PM Kisan Samman Yojana: ଅଗଷ୍ଟ ମାସ କୃଷକମାନଙ୍କ ପାଇଁ ଖୁସି ଖବର ଆଣିଛି । ପିଏମ କିସାନ (PM Kisan) ଯୋଜନା ଅଧୀନରେ ଦୀର୍ଘ ଦିନ ଧରି ୯ମ କିସ୍ତି ପାଇଁ ଅପେକ୍ଷା କରିଥିବା କୃଷକଙ୍କ (Farmer) ଆକାଉଣ୍ଟରେ ୨୦୦୦ ଟଙ୍କା ଆସିବ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନା ଅନ୍ତର୍ଗତ କୃଷକଙ୍କ ଆକାଉଣ୍ଟରେ ୮ ଟି କିସ୍ତି ପଠାଯାଇଛି । ଯଦି ଆପଣ ମଧ୍ୟ ଏହି ଯୋଜନା ପାଇଁ ଆବେଦନ କରିଛନ୍ତି, ତେବେ ଆଜି ଏହାର ଷ୍ଟାଟସ ଚେକ କରନ୍ତୁ ।

ଅଗଷ୍ଟରେ କୃଷକମାନଙ୍କୁ ଉପହାର
ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର (Central government) ୨୦୦୦ ଲେଖାଏଁ ତିନୋଟି କିସ୍ତି ଅର୍ଥାତ୍ ୬୦୦୦ ଟଙ୍କା ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ କୃଷକଙ୍କ ଆର୍ଥିକ ସ୍ଥିତିକୁ ସଦୃଢ଼ କରିବା ଓ ଆୟ ବୃଦ୍ଧି କରିବା ପାଇଁ ପଠାନ୍ତି । ଅଦ୍ୟାବଧି ପିଏମ କିସାନ ସାମନ ଯୋଜନାର (PM Kisan Samman Yojana) ୮ ଟି କିସ୍ତି ଟଙ୍କା କୃଷକଙ୍କ ଆକାଉଣ୍ଟରେ ପହଞ୍ଚିଛି । ବର୍ତ୍ତମାନ ପରବର୍ତ୍ତୀ ଅର୍ଥାତ୍ ୯ମ କିସ୍ତିର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି ।

ଅଧିକ ପଢ଼ନ୍ତୁ: ITI ପାସ୍ ଯୁବବର୍ଗଙ୍କ ପାଇଁ Railway ଦେଉଛି ବମ୍ପର ନିଯୁକ୍ତି, ଏହିପରି କରନ୍ତୁ ଆବେଦନ

କ’ଣ ଏହି ଯୋଜନାର ଉଦ୍ଦେଶ୍ୟ?
ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଦେଶର କୃଷକଙ୍କ ଆୟ ବୃଦ୍ଧି କରିବା ଓ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସିଧାସଳଖ ସାହାଯ୍ୟ କରିବା । ପରବର୍ତ୍ତୀ କିସ୍ତି ପାଇଁ ଅପେକ୍ଷା କରିଥିବା କୃଷକମାନେ ଅଗଷ୍ଟ ମାସରେ ପୁଣି ଏକ ଖୁସି ଖବର ପାଇବାକୁ ଯାଉଛନ୍ତି । ଯଦି ଆପଣ ଏଥିପାଇଁ ଆବେଦନ କରିଛନ୍ତି, ତେବେ ଆପଣ ଏହି ତାଲିକାରେ ନିଜ ନାମ ଯାଞ୍ଚ କରିପାରିବେ  । 

ଅଧିକ ପଢ଼ନ୍ତୁ: କେବେ ଆସିବ କୋରୋନାର ତୃତୀୟ ଲହର? CSIR ମୁଖ୍ୟ କଲେ ଖୁଲାସା

ଆପଣଙ୍କର କିସ୍ତି ଷ୍ଟାଟସ ଏହିପରି ଯାଞ୍ଚ କରନ୍ତୁ
୧. ଆପଣଙ୍କର କିସ୍ତିର ଷ୍ଟାଟସ ଦେଖିବାକୁ, ଆପଣ ପ୍ରଥମେ ୱେବସାଇଟ୍ କୁ ଯାଆନ୍ତୁ ।
୨. ଏହା ପରେ ଡାହାଣ ପାର୍ଶ୍ୱରେ ଥିବା Farmers Corner ରେ କ୍ଲିକ୍ କରନ୍ତୁ ।
୩. ବର୍ତ୍ତମାନ Beneficiary Status ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
୪. ବର୍ତ୍ତମାନ ଆପଣଙ୍କ ଆଗରେ ଏକ ନୂତନ ପେଜ ଖୋଲିବ ।
୫. ଏଠାରେ ଆପଣ ଆପଣଙ୍କର ଆଧାର ନମ୍ବର, ମୋବାଇଲ୍ ନମ୍ବର ଏଣ୍ଟ୍ରି କରନ୍ତୁ ।
୬. ଏହା ପରେ ଆପଣ ଆପଣଙ୍କର ଷ୍ଟାଟସର ସମ୍ପୂର୍ଣ୍ଣ ସୂଚନା ମିଳିଯିବ ।