ଶଳାକୁ ଶୀଳରେ ଛେଚି ମାରି ଦେଲା ଭିଣୋଇ
X

ଶଳାକୁ ଶୀଳରେ ଛେଚି ମାରି ଦେଲା ଭିଣୋଇ

ଦଶହରା ସମୟରେ ଡ଼ବଲ ମର୍ଡର ରାଉରକେଲା ପୋଲିସର ନିଦ ହଜାଇ ଦେଇଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।

 

ଶଳାକୁ ଶୀଳରେ ଛେଚି ମାରି ଦେଲା ଭିଣୋଇ

ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ଦଶହରାରେ ହୋଇଛି ଡବଲ ମର୍ଡର । ପରକୀୟା ପ୍ରୀତିକୁ ନେଇ ଜଣେ ଯୁବକକୁ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟ ଏକ ଘଟଣାରେ ପାରିବାରିକ କଳହକୁ ନେଇ ଶଳାକୁ ଶୀଳରେ ଛେଚି ଭିଣୋଇ ମାରିଦେଇଛି । ତେବେ ଉଭୟ ଘଟଣାରେ ଅଭିଯୁକ୍ତ ଅଟକ ରଖାଯାଇ ଅଧିକ ତଦନ୍ତ କରାଯାଉଛି।

ଶୁକ୍ରବାର ସକାଳୁ ରାଉରକେଲାରେ ଆଉ ଏକ ବର୍ବର ହତ୍ୟାକାଣ୍ଡ ବିଷୟରେ ଜଣାପଡିଥିଲା । ରାଉରକେଲା ସେକ୍ଟର ୫ ଦୀପିକା ସ୍କୁଲ ପଛପାଖରୁ ଜଣେ ଅଜଣା ଯୁବକଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା । ଯୁବକକୁ ଗଳାକାଟି ହତ୍ୟା କରାଯାଇଥିବା ବେଳେ, ଘଟଣା ସ୍ଥଳରେ ପୋଲିସ ପହଁଚିବା ସହିତ ମୃତ ଯୁବକର ପରିଚୟ ଜାଣିବାକୁ ପାଇଥିଲା ।ଯୁବକ ଜଣଙ୍କ ସ୍ଥାନୀୟ ସେକ୍ଟର ୬ ମହିମା ବସ୍ତିର ମନୁ ନାଗ ବୋଲି ଚିହ୍ନଟ ହୋଇଥିଲା । ଏହା ପରେ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ ହୋଇଥିଲା । ତେବେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଲୋକ ଓ ପରିବାର ବର୍ଗ ଅଭିଯୋଗ କରିଛନ୍ତି । 

ଅନ୍ୟପଟେ ଅଭିଯୁକ୍ତକୁ ଉଠାଇବାକୁ ଯାଇଥିବା ବେଳେ ପୋଲିସ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକେ । ଯାହାକୁ ନେଇ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।

ଏହା ସହ ରାଉରକେଲାରେ ୨୪ଘଣ୍ଟାରେ ଘଟିଛି ଦ୍ଵିତୀୟ ହତ୍ୟାକାଣ୍ଡ । ଗୋପବନ୍ଧୁପଲ୍ଲୀ ଆଉଟପୋଷ୍ଟ ସମ୍ମୁଖରେ ପାରିବାରିକ କଳହକୁ ନେଇ ଶଳାକୁ ଶୀଳରେ ଛେଚି ଭିଣୋଇ ମାରିଦେଇଛି । ମୃତକ ଜଣଙ୍କ ଗୋପବନ୍ଧୁପଲ୍ଲୀ ଫାଣ୍ଡି ଅଞ୍ଚଳର ବମବମ ଘୋଷ ବୋଲି ପୋଲିସ ସୂଚନା ମିଳିଥିବା ବେଳେ ଭିଣୋଇ ସ୍ଥାନୀୟ ଫିଲଟର ହାଉସ କଲୋନୀର ନିର୍ମଲ ବାଡ଼ା ବୋଲି ଜଣାପଡିଛି ।

ଦଶହରା ସମୟରେ ଡ଼ବଲ ମର୍ଡର ରାଉରକେଲା ପୋଲିସର ନିଦ ହଜାଇ ଦେଇଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।

ଏହା ବି ପଢ଼ନ୍ତୁ: IPL 2021 Final: ଚେନ୍ନାଇ ଓ କୋଲକାତା ମଧ୍ୟରେ କିଏ ହେବ ଚାମ୍ପିଅନ୍? ଜାଣନ୍ତୁ କ'ଣ କହୁଛି ରେକର୍ଡ

ଏହା ବି ପଢ଼ନ୍ତୁ: କଏଦୀ ନମ୍ବର ୯୫୬ ଅଟନ୍ତି ଆର୍ୟନ, ଜେଲ୍ କ୍ୟାଣ୍ଟିନରେ ଖାଇବାକୁ ନେଇ ୪୫୦୦ ଟଙ୍କା ମନି ଅର୍ଡର କଲେ ଶାହାରୁଖ

ଏହା ବି ପଢ଼ନ୍ତୁ: ସିଙ୍ଗୁ ସୀମାରେ ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା, ହାତ କାଟି ବାରିକେଡରେ ଟାଙ୍ଗିଲେ ମୃତଦେହ

Trending news