)
ଭୁବନେଶ୍ୱର: ଜୀବନ ବୀମା ନିଗମ (ଏଲ୍ଆଇସି)ର ଗଞ୍ଜାମ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ନିଆଁ ଲାଗିଛି। ବ୍ରହ୍ମପୁରର ଖୋଡ଼ାସିଂ ଅଞ୍ଚଳରେ ଏହି କାର୍ଯ୍ୟାଳୟ ରହିଛି। ସକାଳ ସାଢ଼େ ୭ଟା ବେଳେ ଅଗ୍ନି ଲାଗିବାର ସୂଚନା ଦେଇଥିଲା ଫାୟାର ଆଲାର୍ମ। ଏହି ସୂଚନା ପାଇ ନିକଟସ୍ଥ ଅଗ୍ନିଶମ କାର୍ଯ୍ୟାଳୟର ଅଧିକାରୀମାନେ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ନେଇ ପହଞ୍ଚିଥିଲେ। ବୀମା କାର୍ଯ୍ୟାଳୟର ତୃତୀୟ ମହଲାରେ ଥିବା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସେଲ୍ ଏହାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏବେ କର୍ମଚାରୀମାନେ ଭିତରକୁ ନଯାଇ ବାହାରା ଅପେକ୍ଷା କରିଛନ୍ତି। ଗଲା ତିନି ଘଣ୍ଟା ହେଲାଣି ନିର୍ବାପନ ଚେଷ୍ଟା ଚାଲିଛି।
ମିଳିଥିବା ସୂଚନା ଅନୁସାରେ, ଏବେ ତୃତୀୟ ମହଲାରୁ ନିଆ ବାହାରୁଛି। ଏହି ମହଲାରେ ବୀମା କାର୍ଯ୍ୟାଳୟର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସେଲ ରହିଛି। ହେଲେ ଏହାଦ୍ୱାରା ନିଗମର ଡେଟା ବା ଗୁରୁତ୍ୱପୂର୍ଣ୍ଣ ଗ୍ରାହକ ତଥ୍ୟରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଜଣା କର୍ମଚାରୀ। ବୀମା କାର୍ଯ୍ୟାଳୟରେ ଯାହା କ୍ଷତି ଘଟିଲେ ମଧ୍ୟ ଗୟାହକ ତଥ୍ୟକୁ କେନ୍ଦ୍ରୀକୃତ ସର୍ଭରରେ ରଖାଯାଉଥିବାରୁ ଏହି ଅଗ୍ନିକାଣ୍ଡର କୌଣସି ପ୍ରଭାବ ସେ କ୍ଷେତ୍ରରେ ପଡ଼ିବ ନାହିଁ।
ରବିବାର ଛୁଟି ବରେ ଆଜି ସକାଳୁ ବୀମା କର୍ମଚାରୀମାନେ ନିଜ ନିଜ କାର୍ଯ୍ୟରେ ଯୋଗ ଦେବା ଲାଗି ପହଞ୍ଚିଥିଲେ ମଧ୍ୟ ସେମାନେ ଏବେ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିପାରୁ ନଥିବା ସୂଚନା ମିଳିଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ୩ଟି ଗାଡ଼ି ଓ ତାଲିମପ୍ରାପ୍ତ ମାନବ ସମ୍ବଳ ସହ ଅଗ୍ନି ନିର୍ବାବନରେ ବ୍ୟସ୍ତ ରହିଛନ୍ତି। କେମିତି ଅଗ୍ନିକାଣ୍ଡ ହେଲା ତାହାର କୌଣସି କାରଣ ଜଣାପଡ଼ି ନାହିଁ।