ବାସ୍ତବରେ ୩୨ଟି ଦେଶର ୨୩୯ ବୈଜ୍ଞାନିକ ଦାବି କରିଛନ୍ତି ଯେ, କୋରୋନା ଭାଇରସ ମଧ୍ୟ ବାୟୁ ମାଧ୍ୟମରେ ବିସ୍ତାର ହୋଇଥାଏ ।
Trending Photos
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି । ବାସ୍ତବରେ ୩୨ଟି ଦେଶର ୨୩୯ ବୈଜ୍ଞାନିକ ଦାବି କରିଛନ୍ତି ଯେ, କୋରୋନା ଭାଇରସ ମଧ୍ୟ ବାୟୁ ମାଧ୍ୟମରେ ବିସ୍ତାର ହୋଇଥାଏ । କିନ୍ତୁ WHO ଏହା ପ୍ରତି ଗୁରୁତ୍ୱ ଦେଉ ନାହିଁ । ସଂଗଠନ ମଧ୍ୟ ନିଜର ନିର୍ଦ୍ଦେଶାବଳୀ ବା ଗାଇଡଲାଇନରେ ଏହା ଉପରେ ନୀରବତା ରକ୍ଷା କରିଛି । ବୈଜ୍ଞାନିକମାନେ କହିଛନ୍ତି ଯେ, ପ୍ରମାଣ ଅଛି ଯେ ବାୟୁର ଛୋଟ କଣିକା ସହ ମିଶି କୋରୋନା ଭାଇରସ ଲୋକଙ୍କୁ ସଂକ୍ରମିତ କରିପାରେ । ଏହି ବୈଜ୍ଞାନିକମାନେ ମଧ୍ୟ ଏହି ପ୍ରସଙ୍ଗରେ WHOକୁ ନିଜର ସୁପାରିଶରେ ପରିବର୍ତ୍ତନ ଆଣିବାକୁ ଦାବି କରୁଛନ୍ତି ।
ପ୍ରମାଣ ଥିବାର ମଧ୍ୟ ଦାବି
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଶହ ଶହ ବୈଜ୍ଞାନିକ କହିଛନ୍ତି ଯେ, ପ୍ରମାଣ ଅଛି ଯେ କୋରୋନା ଭୂତାଣୁ ବାୟୁରେ ଛୋଟ କଣିକା ସହ ଲାଗି ହୋଇ ଲୋକଙ୍କୁ ସଂକ୍ରମିତ କରିପାରେ । ବୈଜ୍ଞାନିକମାନେ କହିଛନ୍ତି ଯେ, ସେମାନେ ଏହାର ପ୍ରମାଣ ପାଇଛନ୍ତି ଏବଂ ସେମାନେ ଏହି ରୋଗ ସହ ଜଡିତ ନିର୍ଦ୍ଦେଶାବଳୀକୁ ପରିବର୍ତ୍ତନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ କହିଛନ୍ତି । ବୈଜ୍ଞାନିକମାନେ WHOକୁ ଏହି ପ୍ରସଙ୍ଗରେ ଗମ୍ଭୀରତା ଦେଖାଇବାକୁ କହିଛନ୍ତି ।
WHO କ'ଣ କହୁଛି
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, କୋରୋନା ଭୂତାଣୁ ମୁଖ୍ୟତ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣ ବ୍ୟକ୍ତିଙ୍କୁ ଛୋଟ ଡ୍ରାପଲେଟରୁ ବ୍ୟାପିଥାଏ । ଯାହା ଛିଙ୍କିବା କିମ୍ବା କହିବା ସମୟରେ ପାଟିରୁ ବାହାରିଥାଏ । ଛେପର କଣିକା ଏତେ ହାଲୁକା ନୁହେଁ ଯେ ଯାହା ପବନ ସହିତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ିପାରେ । ସେମାନେ ଖୁବ୍ ଶୀଘ୍ର ଭୂମିରେ ଖସି ପଡ଼ନ୍ତି । ରିପୋର୍ଟ ଅନୁଯାୟୀ, WHO କହିଛି ଯେ ବାୟୁରେ ଏହି ଭୂତାଣୁ ଉପସ୍ଥିତ ଥିବା ବହୁ ପ୍ରମାଣ ଦିଆଯାଇଛି । ସେଥିରୁ କୌଣସି ପରିଣାମରେ ବର୍ତ୍ତମାନ ଯାଏ ପହଞ୍ଚି ହୋଇନାହିଁ ଯେ ଏହା ଏୟାରବୋର୍ନ ଭାଇରସ ।