ବାଲେଶ୍ୱର ଉପ ନିର୍ବାଚନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ। ଉଭୟ ସୋସିଆଲ ମିଡ଼ିଆରେ ଯେତିକି ଚର୍ଚ୍ଚାଲୋଚନା ହେଉଛି, ତୃଣମୂଳ ସ୍ତରରେ ମଧ୍ୟ ତାଙ୍କୁ ସେତିକି ପ୍ରଚାର ଜୋର ଧରିଛି।
Trending Photos
)
ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ବାଲେଶ୍ୱର ଉପ ନିର୍ବାଚନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ। ଉଭୟ ସୋସିଆଲ ମିଡ଼ିଆରେ ଯେତିକି ଚର୍ଚ୍ଚାଲୋଚନା ହେଉଛି, ତୃଣମୂଳ ସ୍ତରରେ ମଧ୍ୟ ତାଙ୍କୁ ସେତିକି ପ୍ରଚାର ଜୋର ଧରିଛି। ତାଙ୍କ ପାଇଁ ଯାତ୍ରା କଳାକାର ପ୍ରଚାର ପାଇଁ ଆଗେଇ ଆସିଛନ୍ତି। ତେବେ ଏହାରି ମଧ୍ୟରେ ବେଣୁଙ୍କ ପାଇଁ ଗୀତ ଗାଇଁ ପୁଣି ଥରେ ଲାଇମଲାଇଟରେ ରହିଛନ୍ତି ଗୀତିକାର ତଥା ସଂଗୀତଜ୍ଞ ଅଭିଜିତ ମଜୁମଦାର।
ଅଧିକ ପଢନ୍ତୁ: ଅଭିନନ୍ଦନଙ୍କୁ ଅଟକ ରଖି ଥରିଥିଲେ ପାକ ପ୍ରଧାନମନ୍ତ୍ରୀ
ଅଭିଜିତଙ୍କ ଏହି 'ବେଣୁ ମଉସା' ଗୀତ ବେଣୁ ମଉସାଙ୍କୁ ଆଉ ଟିକିଏ ବଳ ଯୋଗାଇ ଦେଇଛି। ନିଜର ଲୋକପ୍ରିୟତା ପାଇଁ ବର୍ତ୍ତମାନ ବାଲେଶ୍ୱର ଉପନିର୍ବାଚନରେ ବେଶ ଚର୍ଚ୍ଚାରେ ରହିଛନ୍ତି। ତୃଣମୂଳ ସ୍ତରରୁ ଲୋକଙ୍କ ନିକଟରେ ପହଞ୍ଚି ପାରୁଥିବା ବେଣୁଙ୍କର ଚର୍ଚ୍ଚା ସୋସିଆଲ ମିଡ଼ିଆରେ ବେଶ ଜୋରଦାର କରାଯାଇଛି। କେବଳ ଏତିକି ନୁହେଁ ପୂର୍ବରୁ ଯାତ୍ରା କଳାକାରମାନେ ମଧ୍ୟ ବେଣୁଙ୍କ ପାଇଁ ବାଲେଶ୍ୱରରେ ପ୍ରଚାର କରିସାରିଛନ୍ତି। ରାଣୀ ଦୁଇ ଦୁଇ ଥର ବାଲେଶ୍ୱର ଯାଇ ପ୍ରଚାର କରିସାରିଛନ୍ତି। ସେପଟେ ବେଣୁଧର ନାଁ ଟି ବର୍ତ୍ତମାନ ରାଜନୈତିକ ମୈଦାନରେ ଏକ ବିପ୍ଳବର ରୂପ ନେବାରେ ଲାଗିଛି।
ଏନେଇ ଆମ ପ୍ରତିନିଧି ସୌଭାଗ୍ୟ ରଞ୍ଜନ ମିଶ୍ର ଆଲୋଚନା କରିଥିବା ବେଳେ ଅଭିଜିତ କହିଛନ୍ତି କି, ମୁଁ ବେଣୁ ମଉସାଙ୍କୁ ପୂର୍ବରୁ ଜାଣି ନଥିଲି। ମୁଁ ଜଣେ କଳାକାର। କଳାକାରର କୌଣସି ଜାତି ଧର୍ମ ତଥା କୌଣସି ରାଜନୈତିକ ଦଳ ସହିତ ମଧ୍ୟ ସାମିଲ ନଥାଏ ବୋଲି ଦାଦା କହିଛନ୍ତି।
ଓଲିଉଡ଼ ସଂଗୀତ ଜଗତରେ ଦାଦା ଭାବେ ପରିଚିତ ଅଭିଜିତ କହିଛନ୍ତି କି, ସହଯୋଗୀ ପ୍ରମୋଦଙ୍କ ଅନୁରୋଧ କ୍ରମେ ମୁଁ ଗୀତ ଗାଇଥିଲି। ସେହି ଗୀତ ଗାଇବା ସମୟରେ ହିଁ ମୁଁ ବେଣୁ ମଉସାଙ୍କ ସମ୍ପର୍କରେ ହିଁ ଜାଣିଲି। ଆଉ ଏଥି ପାଇଁ ମୁଁ ପାରିଶ୍ରମିକ ନେଇଛି। କିନ୍ତୁ ଏହି ଗୀତ ଯେ ଖୁବ କମ ସମୟ ମଧ୍ୟରେ ଚର୍ଚ୍ଚାକୁ ଆସିଯାଇଛି। ଯାହା ନିଶ୍ଚିତ ପକ୍ଷେ ଜଣେ ଗୀତିକାରକୁ ବେଶ ଆତ୍ମସନ୍ତୋଷ ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି।
ଅଧିକ ପଢନ୍ତୁ: ପାକିସ୍ତାନ ସଂସଦରେ ମୋଦି ତାତି
ଏହି ଗୀତକୁ ଲୋକଙ୍କ ସମର୍ଥନ ମଧ୍ୟ ପ୍ରଚୁର ପରିମାଣରେ ଲୋକ ସମର୍ଥନ ମିଳିଛି। ଏହି ଗୀତକୁ ଲେଖିଛନ୍ତି ପ୍ରମୋଦ ପରିଡ଼ା। ବେଶ ରୋଚକ ଢଙ୍ଗରେ ଏହି ଗୀତର ପ୍ରସ୍ତୁତ କରାଯାଇଛି। ତେବେ ଗୀତ ମଧ୍ୟରେ କାକାଙ୍କ ଭାଗିଦାରୀ ଓ ରକ କିଙ୍ଗ ରାପକୁ ଗୀତଟିକୁ ଆହୁରି ଲୋକପ୍ରିୟ କରି ପକାଇଛି। ହିଟ ମେସିନଙ୍କ କଣ୍ଠ ଗୀତଟିକୁ ଆହୁରି ଦମଦାର କରି ପକାଇଛି।
ଅଭିଜିତ ଦାଦା କହିଛନ୍ତି ଏହି ଗୀତଟିକୁ କେବଳ ସଂଗୀତ ଭାବେ ଦେଖାଯାଉ। ଏହାକୁ ନେଇ କୌଣସି ରାଜନୀତିର ରଙ୍ଗ ଦିଆ ନଯାଉ। କାରଣ ଏକ କଳାକାର ଭାବେ ମୁଁ କେବଳ ଗୀତଟିକୁ ଗାଇଛି, କୌଣସି ରାଜନୈତିକ ଉଦ୍ଦେଶ୍ୟରେ ଦେଖା ନ ଯାଉ ବୋଲି ସେ କହିଛନ୍ତି।
ଅଧିକ ପଢନ୍ତୁ: ଭର୍ଚ୍ୟୁଆଲ ପ୍ରଚାରରେ ବାଲେଶ୍ୱରବାସୀଙ୍କୁ ସୁନେଲୀ ସ୍ୱପ୍ନ ଦେଖାଇଲେ ନବୀନ
ଉଲ୍ଲେଖଯୋଗ୍ୟ ଅଭିଜିତ ମଜୁମଦାର ଓଲିଉଡ଼କୁ ଅନେକ ସୁପରହିଟ ଗୀତ ଦେଇସାରିଛନ୍ତି। ବିଶେଷ କରି ଓଲିଉଡ଼ ଜଗତରେ ସେ ହିଟ ମ୍ୟାନ ସିଙ୍ଗର ଭାବେ ମଧ୍ୟ ପରିଚିତ ରହିଛନ୍ତି।