Advertisement
Article Detail0/zeeodisha/odisha872651
Zee OdishaOdisha LifeStyle and Othersସୋସିଆଲ ମିଡିଆରେ ନକଲି ଆଇଫୋନ, ଜାଣନ୍ତୁ କେମିତି ଚିହ୍ନିବେ ଅସଲି ?

ସୋସିଆଲ ମିଡିଆରେ ନକଲି ଆଇଫୋନ, ଜାଣନ୍ତୁ କେମିତି ଚିହ୍ନିବେ ଅସଲି ?

ବର୍ତ୍ତମାନ ଟେକ୍ କମ୍ପାନୀ ଆପଲ୍ ଏପରି ନକଲି ଆଇଫୋନ୍ ବିକ୍ରି କରୁଥିବା ଲୋକଙ୍କୁ ଚେତାବନୀ ଦେଇଛି। ନକଲି ଆଇଫୋନ୍ କିପରି ଚିହ୍ନଟ କରିବେ ଏହି ଆର୍ଟିକିଲ ରୁ ଜାଣନ୍ତୁ...

ସୋସିଆଲ ମିଡିଆରେ ନକଲି ଆଇଫୋନ, ଜାଣନ୍ତୁ କେମିତି ଚିହ୍ନିବେ ଅସଲି ?

ନୂଆଦିଲ୍ଲୀ: ଅଧିକାଂଶ ଲୋକ ବ୍ରାଣ୍ଡେଡ କମ୍ପାନୀ ଆପଲ୍ ର ଆଇଫୋନ୍ କୁ ଶସ୍ତାରେ କିଣିବାକୁ ଚାହୁଁଛନ୍ତି। ଲୋକଙ୍କ ଏହି ଦୁର୍ବଳତାର ସୁଯୋଗ ନେଇ ଅନେକ ସୋସିଆଲ ମିଡିଆ ସାଇଟରେ ଆଇଫୋନ୍ ଦଶ ଗୁଣ କମ୍ ମୂଲ୍ୟରେ ବିକ୍ରି ହେଉଛି । କିନ୍ତୁ ବର୍ତ୍ତମାନ ଟେକ୍ କମ୍ପାନୀ ଆପଲ୍ ଏପରି ନକଲି ଆଇଫୋନ୍ ବିକ୍ରି କରୁଥିବା ଲୋକଙ୍କୁ ଚେତାବନୀ ଦେଇଛି। ନକଲି ଆଇଫୋନ୍ କିପରି ଚିହ୍ନଟ କରିବେ ଏହି ଆର୍ଟିକିଲ ରୁ ଜାଣନ୍ତୁ...

ଏକ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ, ସୋସିଆଲ ସାଇଟ୍ ଇନଷ୍ଟାଗ୍ରାମ (Instagram) ରେ ନକଲି ଆଇଫୋନ୍ (i Phone) ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେଉଛି। ନକଲି ଆଇଫୋନ୍ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ବିକ୍ରୟ କାର୍ଯ୍ୟ ସମଗ୍ର ବିଶ୍ୱରେ ଚାଲିଛି । ସାଇବର ସୁରକ୍ଷା ଅନୁସନ୍ଧାନକାରୀ ଆନ୍ଦ୍ରେ ଷ୍ଟ୍ରୋପା କହିଛନ୍ତି ଯେ, ନିକଟରେ ଆଇଫୋନର ଚାର୍ଜର ହଠାତ୍ ଫାଟି ଯାଇଥିଲା। ଏହି ଘଟଣା ପରେ ଆନ୍ଦ୍ରେ ଏକ ଅନୁସନ୍ଧାନ କରି ଜାଣିଛନ୍ତି ଯେ, ଆଜିକାଲି ଅନେକ କମ୍ପାନୀ ଲୁଚିଛପି ଆପଲ (Apple)ର ନକଲି ଉତ୍ପାଦକୁ ସୋସିଆଲ ସାଇଟରେ ବିକ୍ରି କରୁଛନ୍ତି। ଯାହା ସେମାନଙ୍କର ମୂଲ୍ୟ ମୂଳ ଉତ୍ପାଦଠାରୁ ଦଶ ଗୁଣ କମ୍ ଅଟେ ।

Also Read: Fights with Corona: Vaccine ନୁହେଁ Tablet କରିବ ଆରୋଗ୍ୟ

Add Zee News as a Preferred Source

ସୋସିଆଲ ମିଡିଆ (Social Media) ରେ ବିକ୍ରି ହେଉଥିବା ନକଲି ଆଇଫୋନ୍ ଉପରେ ନଜର ରଖିବାକୁ ଆପଲ୍ ଏକ ଟିମ୍ ଗଠନ କରିଛି। ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ ସାଇଟରେ ନକଲି ଆଇଫୋନ୍ (i phone) ଏବଂ ଆସେସୋରିଜ୍ ବିକ୍ରୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏହି ଟିମ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କମ୍ପାନୀ ଚେତାବନୀ ଦେଇଛି। ଏହା ବ୍ୟତୀତ କମ୍ପାନୀ ଏପରି ନକଲି କମ୍ପାନୀରୁ ଉତ୍ପାଦ କିଣିବା ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ।

Also Read: କିଏ ସେହି ଭାରତୀୟ କ୍ରିକେଟର, ଯିଏ ବିରାଟ କୋହଲି ଓ ଧୋନୀଙ୍କ ଠାରୁ ବି ଧନୀ

ବିଶେଷଜ୍ଞମାନେ କହିଛନ୍ତି ଯେ, ଆପଲର ଅଫିସିଆଲ୍ ୱେବସାଇଟରୁ ଆପଣଙ୍କର ଉତ୍ପାଦର କ୍ରମିକ ସଂଖ୍ୟାକୁ ସର୍ବଦା କ୍ରସ୍-ଚେକ୍ କରିବା ଉଚିତ୍ । ଏହା ବ୍ୟତୀତ IEMI ନମ୍ବର ସାହାଯ୍ୟରେ ପ୍ରକୃତ ଉତ୍ପାଦକୁ ମଧ୍ୟ ଚିହ୍ନଟ କରାଯାଇପାରିବ । 

About the Author