)
Benefits Of Mustard Oil And Garlic : ଅଧିକାଂଶ ଭାରତୀୟ ଘରେ ରୋଷେଇ ପାଇଁ ସୋରିଷ ତେଲ ବ୍ୟବହାର କରାଯାଏ। ଏହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ତାହା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ଏହା ତ୍ବଚା ଏବଂ କେଶକୁ ସୁସ୍ଥ ରଖିବାରେ ମଧ୍ୟ ଲାଭଦାୟକ ବୋଲି କୁହାଯାଏ । ଆପଣ ପ୍ରାୟତଃ ଆପଣଙ୍କ ଘରର ବୟସ୍କ ବ୍ୟକ୍ତିଙ୍କଠାରୁ ସୋରିଷ ତେଲ ମାଲିସର ଲାଭ ବିଷୟରେ ଶୁଣିଥିବେ। କିନ୍ତୁ ଆପଣ କ’ଣ ଜାଣିଛନ୍ତି, ସୋରିଷ ତେଲ ସହିତ କିଛି ପାଖୁଡା ରସୁଣ ମିଶାଇ ତାହାକୁ ଶରୀରରେ ଲଗାଇବାର ଲାଭ କ’ଣ? ଏବିଷୟରେ ଆଜି ଆପଣଙ୍କୁ ଆମେ ବିସ୍ତୃତ ସୂଚନା ପ୍ରଦାନ କରିବୁ ଯାହା ଦ୍ୱାରା ଆପଣ ଏହାର ଲାଭ ସମ୍ପର୍କରେ ଜାଣି ଉପକୃତ ହୋଇପାରିବେ ।
ଆଜ୍ଞା ହଁ, ଆୟୁର୍ବେଦରେ, ସୋରିଷ ତେଲ ଏବଂ ରସୁଣର ମିଶ୍ରଣ ଅନେକ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ପ୍ରକୃତରେ, ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗାଲ୍ ଏବଂ ଆଣ୍ଟି-ଇମ୍ଫ୍ଲେମାଟ୍ରି ଗୁଣ ରହିଛି, ଯାହା ଆମ ଶରୀରର ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ।
ରକ୍ତ ସଞ୍ଚାଳନ ଉନ୍ନତ କରେ
ଏହାକୁ ଦେହରେ ଲଗାଇବା ଦ୍ୱାରା ଆମ ଶରୀରରେ ରକ୍ତ ସଞ୍ଚାଳନ ଭଲ ଭାବରେ ହୋଇଥାେ । ଏହା ଆମ ଶରୀରରେ ଥିବା ମାଂସପେଶୀର ଥକାପଣକୁ ହ୍ରାସ କରେ, ଯାହା ଦ୍ୱାରା ଆମ ଶରୀରକୁ ଆରାମ ଦେବାରେ ସାହାଯ୍ୟ କରେ।
ଗଣ୍ଠି ଯନ୍ତ୍ରଣା ଏବଂ ଫୁଲାରୁ ମୁକ୍ତି ଦିଏ
ସୋରିଷ ତେଲ ସହିତ ରସୁଣ ମିଶାଇ ଲଗାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ଏବଂ ଫୁଲା ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ଥଣ୍ଡା ଓ କାଶ ସମସ୍ୟା ଦୂର କରେ
ରସୁଣ ଓ ସୋରିଷ ତେଲ ଥଣ୍ଡା ଏବଂ ନାକ ରୁନ୍ଧି ହେବା ପରି ସମସ୍ୟାରୁ ମୁକ୍ତି ଦେବାରେ ବେଶ୍ ପ୍ରଭାବଶାଳୀ। ଏହି ମିଶ୍ରଣ ଛାତିରେ ଜମା ହୋଇଥିବା କଫକୁ ପତଳା କରି ବାହାର କରିବାରେ ମଧ୍ୟ ସାହାଯ୍ୟ କରେ।
ତ୍ଵଚା ସମସ୍ୟାରୁ ମୁକ୍ତି ଦିଏ
ସୋରିଷ ତେଲ ସହିତ ରସୁଣ ମିଶାଇ ଲଗାଇବା ଦ୍ୱାରା ତ୍ଵଚାର ଅନେକ ସମସ୍ୟାରୁ ଆମକୁ ମୁକ୍ତି ମିଳିଥାଏ। ଏଥିରେ ଥିବା ଗୁଣ ତ୍ଵଚାକୁ ସଂକ୍ରମଣରୁ ରକ୍ଷା କରିଥାଏ । ଏହାର ନିୟମିତ ବ୍ୟବହାର ତ୍ଵଚାର ରଙ୍ଗକୁ ମଧ୍ୟ ଉନ୍ନତ କରିଥାଏ।
କେଶକୁ ମଜବୁତ କରିଥାଏ
ଏହାକୁ ଲଗାଇବା ଦ୍ୱାରା ମୁଣ୍ଡରେ ରକ୍ତ ସଞ୍ଚାଳନ ଭଲ ହୁଏ। ଏଥିରେ ଥିବା ଭଲ ଗୁଣ କେଶକୁ ମୂଳରୁ ମଜବୁତ ଏବଂ ଘନ କରିବାରେ ସାହାଯ୍ୟ କରେ। ଏହା କେଶ ଝଡ଼ିବା ରୋକିବା ସହ ରୁପି ସମସ୍ୟାରୁ ମଧ୍ୟ ମୁକ୍ତି ମଧ୍ୟ ଦେଇଥାଏ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। କୌଣସି କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।