Asian Champions Trophy Hockey 2021: ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କଲା ଭାରତ
Advertisement

Asian Champions Trophy Hockey 2021: ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କଲା ଭାରତ

Asian Champions Trophy Hockey 2021: ଭାରତୀୟ ହକି ଦଳ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ୨୦୨୧ ର ତୃତୀୟ ମ୍ୟାଚରେ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଛି ।

Asian Champions Trophy Hockey 2021: ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କଲା ଭାରତ

Asian Champions Trophy Hockey 2021: ଭାରତୀୟ ହକି ଦଳ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଛି । ଭାରତ ତରଫରୁ ପାକିସ୍ତାନ ବିପକ୍ଷରେ ହରମାନପ୍ରୀତ (Harmanpreet Singh) ସର୍ବାଧିକ ୨ ଟି ସ୍କୋର କରିଥିବା ବେଳେ ଆକାଶଦୀପ ସିଂ (Akashdeep Singh) ଗୋଟିଏ ଗୋଲ ସ୍କୋର କରିଥିଲେ । ଏହି ବିଜୟ ସହିତ ଭାରତ ବର୍ତ୍ତମାନ ୩ ଟି ମ୍ୟାଚରୁ ୭ ପଏଣ୍ଟ ପାଇଛି ।

ପ୍ରଥମ କ୍ୱାର୍ଟରରେ ଭାରତ ପାଇଁ ହରମାନପ୍ରୀତ ସିଂ ପ୍ରଥମ ଗୋଲ ସ୍କୋର କରିଥିଲେ । ପେନାଲ୍ଟି କର୍ଣ୍ଣରରେ ଗୋଲ ସ୍କୋର କରି ହରମାନପ୍ରୀତ ଭାରତୀୟ ଦଳକୁ ଅଗ୍ରଣୀ ଦେଇଥିଲେ । ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତୀୟ ଦଳର ଫରୱାର୍ଡ ଖେଳାଳି ମାନେ ପାକିସ୍ତାନୀ ପୋଷ୍ଟ ଉପରେ ଲଗାତାର ଟାର୍ଗେଟ କରିବା ଜାରି ରଖିଥିଲେ । ତେବେ ପାକିସ୍ତାନୀ ଗୋଲକିପର ଅଲି ଅମଜାଦ ଚମତ୍କାର ଗୋଲ କିପିଂ କରିଥିଲେ ।

fallback

ତୃତୀୟ କ୍ୱାର୍ଟରରେ ଆକାଶଦୀପ ସିଂ ଟିମ୍ ଇଣ୍ଡିଆର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ୪୧ ତମ ମିନିଟରେ ଏହି ଗୋଲର ମାତ୍ର ୨ ମିନିଟ ପରେ ପାକିସ୍ତାନର ଜୁନାଦ ମଞ୍ଜୁର ଏକ ଗୋଲ ସ୍କୋର କରି ମ୍ୟାଚକୁ ପୁଣି ରୋମାଞ୍ଚକର କରିଥିଲେ । ତେବେ ଚତୁର୍ଥ କ୍ୱାର୍ଟରରେ ହରମାନପ୍ରୀତ ଅନ୍ୟ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ରୂପାନ୍ତର କରି ଟିମ୍ ଇଣ୍ଡିଆର ଅଗ୍ରଣୀକୁ ୩-୧ ରେ ପରିଣତ କରିଥଲେ । ଗତ କ୍ୱାର୍ଟରରେ ଟିମ୍ ଇଣ୍ଡିଆର ଡିଫେଣ୍ଡରମାନେ ଏହି ଅଗ୍ରଣୀ ବଜାୟ ରଖିଛନ୍ତି । ପାକିସ୍ତାନ ଉପରେ ଏହି ବିଜୟ ସହ ଟିମ୍ ଇଣ୍ଡିଆର ସେମିଫାଇନାଲ ଖେଳିବା ନିଶ୍ଚିତ ହୋଇଛି ।

ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ୍ କୋରିଆ ବିପକ୍ଷରେ ୨-୨ ଡ୍ର କରିଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ଆୟୋଜକ ବାଂଲାଦେଶକୁ ୯-୦ ରେ ପରାସ୍ତ କରିଥିଲା ।

ଏହା ବି ପଢ଼ନ୍ତୁ: Omicron Cases in India: ଏହି ୧୧ ଟି ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍, ସଂକ୍ରମିତ ସଂଖ୍ୟା ୧୦୧ କୁ ବୃଦ୍ଧି

ଏହା ବି ପଢ଼ନ୍ତୁ: LIC ର ଏହି ସ୍କିମରେ ମାତ୍ର ୨୯ ଟଙ୍କା ନିବେଶ କରି ପାଇପାରିବେ ୪ ଲକ୍ଷ ଟଙ୍କା! ଜାଣନ୍ତୁ ଡିଟେଲ୍ସ