Trending Photos
)
ୱାଶିଂଟନ୍: କୋରୋନା ସଂକଟ ସମୟରେ ପୃଥିବୀ ପ୍ରତି ଏକ ବଡ଼ ବିପଦ ମହାକାଶରୁ ମାଡ଼ି ଆସୁଛି। କିଛି ଘଣ୍ଟା ମଧ୍ୟରେ ପୃଥିବୀର ନିକଟବର୍ତ୍ତି ହେବ ବୋଲି ଆମେରିକୀୟ ସ୍ପେସ ସଂସ୍ଥା ନାସା ପ୍ରକାଶ କରିଛି। ନାସା କହିଛି ଯେ, ଏହି ଉଲକା ପିଣ୍ଡ ପୃଥିବୀ ସହିତ ମାଡ଼ ହେଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଏପରିକି ଅପୁରଣୀୟ କ୍ଷତି ହେବ ବୋଲି ନାସା ସୂଚନା ଦେଇଛି।
ନାସା କହିଛି ଯେ, ଏହି ଉଲକା ପିଣ୍ଡ ସମୁଦ୍ରରେ ପଡ଼ିଲେ ଭୟଙ୍କର ସୁନାମି ଆସିବ ବୋଲି ସେ ସୂଚନା ଦେଇଛନ୍ତି। ଏପରିକି ସ୍ଥଳଭାଗରେ ମାଡ଼ ହେଲେ ମାଇଲ ମାଇଲ ପର୍ଯ୍ୟନ୍ତ କ୍ଷତି ହେବ ବୋଲି ସେ ସୂଚନା ଦେଇଥିଲା। ନାସା କହିଛି ଯେ, ଦିଲ୍ଲୀର କୁତବମିନାର ଠାରୁ ମଧ୍ୟ ଏହା ୪ ଗୁଣା ବଡ଼। ଏପରିକି ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟିର ୩ ଗୁଣା ବଡ଼ ହେବ ବୋଲି ନାସା ସୂଚନା ଦେଇଛି। ଉଲକା ପିଣ୍ଡର ନାମ ୨୦୧୦ ଏନଓ୍ୱା୬୫ ରଖିଛି ନାସା। ଏହାର ଲମ୍ବ ଆନୁମାନିକ ୧୦୧୭ ଫୁଟ ହେବ ବୋଲି ସୂଚନା ଦେଇଛି।
ସୂଚନାଯୋଗ୍ୟ ଜୁନମାସରେ ଏହି ଉଲକା ପିଣ୍ଡ ପୃଥିବୀ ଦେଇ ଅତିକ୍ରମ କରିବାରେ ଏହା ହେଉଛି ତୃତୀୟ ଘଟଣା। ପୂର୍ବରୁ ଗତ ୬ ତାରିଖରେ ପୃଥିବୀ ନିକଟ ଦେଇ ଏକ ଉଲକାପିଣ୍ଡ ମଧ୍ୟ ଅତିକ୍ରମ କରିଥିଲା।