Bhaum Aditya Yoga: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କିଛି ରାଶି ଉପରେ ଭଲ ପ୍ରଭାବ ପକାଇ ଥାଏ ତ ଆଉ କିଛି ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ ।  ଏହି କ୍ରମରେ ଆସନ୍ତାକାଲି (ଜାନୁଆରୀ ୫) ସକାଳ ୬ଟା ୪୦ ମିନିଟ୍ ରେ ସୂର୍ଯ୍ୟ ବିଛା ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ମଙ୍ଗଳ ବିରାଜମାନ ଅଛନ୍ତି । ଫଳରେ ବିଛା ରାଶିରେ ସୂର୍ଯ୍ୟ ଓ ମଙ୍ଗଳଙ୍କ ସଂଯୋଗ ହେତୁ ଭୌମ ଆଦିତ୍ୟ ଯୋଗ (Bhaum Aditya Yoga) ସୃଷ୍ଟି ହୋଇଛି।  ଫଳରେ ତିନି ରାଶିର ଲୋକେ ଶୁଭଫଳ ପାଇବେ।...


COMMERCIAL BREAK
SCROLL TO CONTINUE READING

ALSO READ : Odisha News: ନୂଆବର୍ଷରେ କଟିକିଆ ପିଇଗଲେ ଏତିକି କୋଟିର ମଦ, ଜାଣନ୍ତୁ ଭୁବନେଶ୍ବରରେ କେତେ ହୋଇଛି ବ୍ୟବସାୟ ?


ସିଂହ- ସିଂହ ରାଶିର ବ୍ୟକ୍ତି ବିଶେଷ ଏହି ବିରଳ ସଂଯୋଗର ବିଶେଷ ଲାଭ ପାଇବେ । ଏହି ଅବଧି ମଧ୍ୟରେ, ଜମି ସମ୍ବନ୍ଧୀୟ କାର୍ଯ୍ୟରେ ଆର୍ଥିକ ଲାଭ ମିଳିବ । ଚାକିରିରେ ପଦୋନ୍ନତି ନେଇ ଯୋଗ ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ସାମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ହେବା ସହ ବିପୁଳ ଲାଭ ମିଳିବ । ଆୟ ବଢିବା ସହିତ ବୈବାହିକ ଜୀବନ ସୁଖମୟ ହେବ ।


ମିଥୁନ- ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତି ବିଶେଷ ଏହି ସମୟରେ ସୂର୍ଯ୍ୟ ଓ ମଙ୍ଗଳଙ୍କ ଆଶୀର୍ବାଦ ଦ୍ବାରା ସଫଳତା ହାସଲ କରିବେ । ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ବ୍ୟବସାୟରେ ଆର୍ଥିକ ଲାଭର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଦେଖାଯିବ। ପରିବାର ଲୋକଙ୍କ ସହ ସମ୍ପର୍କରେ ସୁଧାରତା ଆସିବ। ଦୂରସ୍ଥାନକୁ ଯାତ୍ରା ନେଇ ବାଟ ଫିଟିବ ।


ମେଷ- ସୂର୍ଯ୍ୟ ଓ ମଙ୍ଗଳଙ୍କ ମିଳନ ଯୋଗୁଁ ସୃଷ୍ଟି ହୋଇଥିବା ଏହି ଭୌମ ଆଦିତ୍ୟ ଯୋଗ ଶୁଭଫଳ ଦାୟୀ ଅଟେ। ଏହାର ଶୁଭ ପ୍ରଭାବ ଯୋଗୁଁ, ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବିଶେଷ ପରିବର୍ତ୍ତନ ଆସିବ । ଏହି ଅବଧି ମଧ୍ୟରେ ଚାକିରିରେ ପଦୋନ୍ନତି ସହ ଦରମା ବୃଦ୍ଧି ନେଇ ଯୋଗ ରହିଛି । ଜୀବନସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଆର୍ଥିକ୍ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ ।


ବୃଷ- ଭୌମ ଆଦିତ୍ୟ ଯୋଗର ଶୁଭ ପ୍ରଭାବ ଯୋଗୁଁ ବ୍ୟବସାୟରେ ଅଗ୍ରଗତି ହେବ । କଠିନ ପରିଶ୍ରମ କରି ପୂର୍ଣ୍ଣ ଲାଭ ପାଇବେ । ଆୟ ବୃଦ୍ଧି ହେବ । ପ୍ରେମ ସମ୍ପର୍କ ଉନ୍ନତ ହେବ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ମାନସିକ ଶାନ୍ତି ମିଳିବ । ସନ୍ତାନ ସନ୍ତତି ମାନଙ୍କଠାରୁ ସୁସମ୍ବାଦ ମିଳିବା ନେଇ ଯୋଗ ରହିଛି । ବିନିଯୋଗରୁ ଲାଭ ମିଳିବ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)