ଆତ୍ମ ନିର୍ଭର APP ଚ୍ୟାଲେଞ୍ଜ: ଟପ୍-୩ରେ ଦେଶୀ ଆପ୍ ‘ଚିଙ୍ଗାରୀ’

ଭାରତ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଏହି ଚ୍ୟାଲେଞ୍ଜକୁ ଆରମ୍ଭ କରିଥିଲେ ।  ୮ଟି କ୍ୟାଟାଗୋରୀରେ ଚ୍ୟାଲେଞ୍ଜକୁ ବିଭକ୍ତ କରାଯାଇଥିଲା ।  ତେବେ ଏହି ଚ୍ୟାଲେଂଜର ଫାଇନାଲରେ ପହଞ୍ଚିଯାଇଛି ଚିଙ୍ଗାରୀ APP । 

ଆତ୍ମ ନିର୍ଭର APP ଚ୍ୟାଲେଞ୍ଜ: ଟପ୍-୩ରେ ଦେଶୀ ଆପ୍ ‘ଚିଙ୍ଗାରୀ’

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ଚାଇନିଜ୍ ଆପରେ ରୋକ ଲାଗିବା ପରେ, ଭାରତୀୟ ଡେଭଲପର୍ସକୁ ମିଳିଛି ଅନେକ ସୁଯୋଗ । ଏଥି ପାଇଁ ଭାରତ ସରକାରଙ୍କ ତରଫରୁ ଆତ୍ମ ନିର୍ଭର APP ଚ୍ୟାଲେଞ୍ଜ ଘୋଷଣା କରାଯାଇଥିଲା । କ୍ରିଏଟିଭିଟିର ଉପଯୋଗ ଓ ନୂଆ ନୂଆ ଫିଚର୍ସକୁ ନେଇ ଆପ୍ ତିଆରି କରିବା ଲକ୍ଷ୍ୟ ଥିଲା । ଖାସ୍ କଥା ହେଲା ଚିଙ୍ଗାରୀ ଆପ୍ ଏହି ଚ୍ୟାଲେଞ୍ଜର TOP-3ରେ ସ୍ଥାନ ପାଇଛି । TIKTOK ବ୍ୟାନ ପରେ ଫିଚର୍ସ ଦେଲା ଭଳି ଦେଶୀ APP ଟପ୍ ପହଞ୍ଚିଯାଇଛି । ଦ୍ରୁତ ଗତିରେ ସଫଳତା ମଧ୍ୟ ହାସଲ କରିଛି । 

ଏହି ଚ୍ୟାଲେଞ୍ଜରେ ଭାରତ ସରକାର ଭାରତୀୟ ଡେଭଲପର୍ସଙ୍କୁ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ଆପ୍ସ ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେମାନଙ୍କ ମଧ୍ୟରୁ TOP-10 ଓ ଫାଇନାଲିଷ୍ଟଙ୍କୁ ଚୟନ କରାଯାଇଛି । ଭାରତ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଏହି ଚ୍ୟାଲେଞ୍ଜକୁ ଆରମ୍ଭ କରିଥିଲେ ।  ୮ଟି କ୍ୟାଟାଗୋରୀରେ ଚ୍ୟାଲେଂଜକୁ ବିଭକ୍ତ କରାଯାଇଥିଲା । ତେବେ ଏହି ଚ୍ୟାଲେଂଜର ଫାଇନାଲରେ ପହଞ୍ଚିଯାଇଛି ଚିଙ୍ଗାରୀ APP । Light user interface ଓ Optimised Designରେ ହିଟ୍ କରୁଛି । 

ଚ୍ୟାଲେଂଜରେ ହଜାର ହଜାର Appର ଏଣ୍ଟ୍ରି :  ଚ୍ୟାଲେଂଜରେ ୨୫୦୦ରୁ ଅଧିକ Appକୁ ଏଣ୍ଟ୍ରି ମିଳିଥିଲା ।  ଏଥିରେ E-Learning, Social networking, Games, News, Work Interference ଓ ଏଣ୍ଟରଟେନମେଣ୍ଟ ସହ ଜଡିତ ଆପ୍ସ ସାମିଲ୍ ରହିଥିଲା  । ପରଫରମାନ୍ସ ଓ ଡିଜାଇନକୁ ଆଧାର କରି ଆପ୍ସ ଗୁଡ଼ିକୁ ବର୍ଗୀକରଣ କରାଯାଇଥିଲା । ଶେଷରେ ସର୍ଟ ଲିଷ୍ଟ ବି କରାଯାଇଥିଲା । ସୋସିଆଲ୍ ମିଡିଆ କାଟାଗୋରୀରେ ଚିଙ୍ଗାରୀ APPକୁ ମିଳିଛି ଲୋକପ୍ରିୟତା ।  ଏହାକୁ ଟକ୍କର ଦେଉଥିବା ଆପ୍ ମିତ୍ରୋଂ, ସେୟାର ଚାଟ୍ ଓ ରୋପୋସୀ ଏବେ ପଛରେ ।  

୨.୫ କୋଟି ଡାଉନଲୋଡ୍ସ : ସର୍ଟ ଭିଡିଓ ମେକିଂ  ଓ ସେୟାରିଂ ଆପ ଚିଙ୍ଗାରୀକୁ ଏ ଯାଏଁ ୨.୫ କୋଟି ୟୁଜର୍ସ ଡାଉନଲୋଡ କରିସାରିଛନ୍ତି । ଏହା ରେକର୍ଡ଼ ସଂଖ୍ୟକ ଅଟେ । ଆପର ସିଇଓ ଓ ଫାଉଣ୍ଡର ସୁମିତ ଘୋଷ କହିଛନ୍ତି ଯେ, APPକୁ ଭାରତୀୟ କଷ୍ଟମର୍ସଙ୍କ ପାଇଁ ଖାସ୍ ଉପାୟରେ ତିଆରି କରାଯାଇଛି ।