Advertisement
Article Detail0/zeeodisha/odisha690204
Zee OdishaOdisha LifeStyle and Others#Work From Home: ବ୍ୟାକ୍ ପେନ ହେଉଛି ନା ? ଆପଣାନ୍ତୁ ଏହି ଟିପ୍ସ

#Work From Home: ବ୍ୟାକ୍ ପେନ ହେଉଛି ନା ? ଆପଣାନ୍ତୁ ଏହି ଟିପ୍ସ

ଏଭଳି କିଛି ଘରୋଇ ଉପଚାର ମଧ୍ୟ ରହିଛି, ଯାହା ଆପଣଙ୍କ ଏହି ସମସ୍ୟାକୁ ଦୂର କରିପାରିବ । 

#Work From Home: ବ୍ୟାକ୍ ପେନ ହେଉଛି ନା ? ଆପଣାନ୍ତୁ ଏହି ଟିପ୍ସ

ନୂଆଦିଲ୍ଲୀ: କୋରୋନା ଯୋଗୁଁ ଏବେ ଅନେକ Work From Home କରୁଛନ୍ତି । ଦୀର୍ଘ ୮ରୁ ୧୦ ଘଣ୍ଟା ଲ୍ୟାପଟପରେ ସମୟ ବିତାଇବାକୁ ପଡ଼ୁଛି । ଫଳରେ ଅନେକ ଲୋକଙ୍କ ବ୍ୟାକ୍ ପେନ୍ ସମସ୍ୟା ଦେଖାଦେଉଛି । ତେବେ ଆଜି ଆମେ ଜାଣିବା, କିପରି ବ୍ୟାକ୍ ପେନରୁ ରକ୍ଷା ପାଇପାରିବା ? ଅନେକ ଏନେଇ ଡାକ୍ତରୀ ଔଷଧ ଖାଇଥାନ୍ତି । କିନ୍ତୁ ଏଭଳି କିଛି ଘରୋଇ ଉପଚାର ମଧ୍ୟ ରହିଛି, ଯାହା ଆପଣଙ୍କ ଏହି ସମସ୍ୟାକୁ ଦୂର କରିପାରିବ । 

ବ୍ୟାକ୍ ପେନ୍ କ'ଣ ?

ଅଧିକ ସମୟ ପର୍ଯ୍ୟନ୍ତ ବସି କାମ କଲେ ବେକ, ଅଣ୍ଟା ଓ ପିଠିରେ ଯନ୍ତ୍ରଣା ହୋଇଥାଏ । ଏହାକୁ ଆମେ ବ୍ୟାକ ପେନ୍ କହିଥାଉ । ବିଶେଷକରି ଏବେ ଅନେକ Work From Home କରୁଛନ୍ତି । ଫଳରେ ଏ ସମସ୍ୟା ଅଧିକ ଦେଖାଦେଉଛି । 

Add Zee News as a Preferred Source

କାହିଁକି ହୋଇଥାଏ ବ୍ୟାକ୍ ପେନ ? 

ବ୍ୟାକ୍ ପେନର ଅନେକ କାରଣ ରହିଛି ।  ଭିଟାମିନ୍ ଡିର ଅଭାବ, ନିଦ୍ରା ହୀନତା, ରକ୍ତରେ ଆଇରନର ଅଭାବ ଇତ୍ୟାଦି ବ୍ୟାକ ପେନର କାରଣ । ଅଧିକ ଚିନ୍ତାରେ ରହିଲେ ମଧ୍ୟ ଏହି ସମସ୍ୟା ଦେଖାଦିଏ । ଗ୍ୟାସ ସମସ୍ୟା ଥିଲେ ବ୍ୟାକ ପେନ ହୋଇପାରେ । 

ବ୍ୟାକ ପେନ ପାଇଁ କ'ଣ ରହିଛି ଘରୋଇ ଉପଚାର ? 

(୧) ପ୍ରଥମତଃ ଆମକୁ ପ୍ରତିଦିନ ବ୍ୟାୟାମ କରିବା ଦରକାର । ବ୍ୟାୟାମ କଲେ ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇଥାଏ । ତେଣୁ ଚେଷ୍ଠା କରନ୍ତୁ, ପ୍ରତ୍ୟେକ ଦିନ କିଛି ନା କିଛି ବ୍ୟାୟାମ କରିବା ପାଇଁ । 

(୨) ଅଧିକ ସମୟ ବସି ରହି କାମ କରୁଛନ୍ତି କି ? ଶରୀରକୁ ମଝିରେ ମଝିରେ ଆରାମ ଦିଅନ୍ତୁ । ନିୟମିତ ବ୍ୟବଧାନରେ ଛିଡ଼ା ହୋଇ ସାମାନ୍ୟ ବୁଲାବୁଲି କରିଦିଅନ୍ତୁ । ପୁଣି କାମ ଆରମ୍ଭ କରନ୍ତୁ । 

(୩) ନିଦ୍ରା ହୀନତା ବ୍ୟାକ୍ ପେନର ଏକ ପ୍ରମୁଖ କାରଣ । ତେଣୁ ଆପଣଙ୍କୁ ଭଲ ନିଦ ହେବା ଦରକାର । ଏଥିପାଇଁ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ । ଟିଭି କିମ୍ବା ମୋବାଇଲରେ ବେଶି ସମୟ ଦିଅନ୍ତୁ ନାହିଁ । 

(୪) ଭିଟାମିନ ଡିର ଅଭାବ ଯୋଗୁଁ ବ୍ୟାକ୍ ପେନ ହୋଇଥାଏ । ତେଣୁ ଆପଣଙ୍କୁ ଭିଟାମିନ ଡି ଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ିବ । କ୍ଷୀର ଓ ମାଛରେ ପ୍ରଚୁର ପରିମାଣରେ ଭିଟାମିନ ଡି ରହିଛି । ନିୟମିତ କ୍ଷୀର ପିଇବାକୁ ଚେଷ୍ଠା କରନ୍ତୁ । 

About the Author