Bajaj Electric Chetak: ଥରେ ଚାର୍ଜରେ ଚାଲିବ ୯୫ କିଲୋମିଟର
Advertisement

Bajaj Electric Chetak: ଥରେ ଚାର୍ଜରେ ଚାଲିବ ୯୫ କିଲୋମିଟର

ଖବର ମୁତାବକ, ବଜାଜ ଚେତକ ଇଲେକ୍ଟ୍ରିକ୍ ଗାଡି଼ର ଡେଲିଭରି ସେପ୍ଟେମ୍ବର ମାସ ମଧ୍ୟମାରୁ ଆରମ୍ଭ ହୋଇପାରେ । କମ୍ପାନୀର ୨୦୨୧-୨୨ ବର୍ଷ ରିପୋର୍ଟ ଅନୁଯାୟୀ ଏହି ସୂଚନା ମିଳିଛି ।

Bajaj Electric Chetak: ଥରେ ଚାର୍ଜରେ ଚାଲିବ ୯୫ କିଲୋମିଟର

Bajaj Electric Chetak: ବଜାଜ ଅଟୋର ଇଲେକ୍ଟ୍ରିକ୍ ସ୍କୁଟର ଚେତକର ଅପେକ୍ଷା କରିବା ଏବେ ଧିରେ ଧିରେ ଶେଷ ହେବାକୁ ଯାଉଛି । ଏହି ସ୍କୁଟରର ବୁକିଂ ଏତେ ହୋଇଥିଲା ଯେ, ଶେଷରେ କମ୍ପାନୀ ନିଜ ବୁକିଂ ସାଇଟକୁ ଏପ୍ରିଲରେ ହିଁ ବନ୍ଦ କରିଦେଇଥିଲେ । ହେଲେ ଏବେ ଖବର ମୁତାବକ, ବଜାଜ ଚେତକ ଇଲେକ୍ଟ୍ରିକ୍ ଗାଡି଼ର ଡେଲିଭରି ସେପ୍ଟେମ୍ବର ମାସ ମଧ୍ୟମାରୁ ଆରମ୍ଭ ହୋଇପାରେ । କମ୍ପାନୀର ୨୦୨୧-୨୨ ବର୍ଷ ରିପୋର୍ଟ ଅନୁଯାୟୀ ଏହି ସୂଚନା ମିଳିଛି ।

ନୂଆ ବଜାଜ ଚେତକର ପ୍ରଡକ୍ସନ ବଜାଜ ଅଟୋ (Bajaj Auto)ର ପୁଣେ ସ୍ଥିତ ଚାକନ ପ୍ଲାଣ୍ଟରେ କରାଯାଉଛି । ଏହାର ଚାହିଦାର ଅନ୍ଦାଜ ଏହି କଥାରୁ ଲଗାଯାଇପାରେ ଯେ, କମ୍ପାନୀ ପାଖରେ ଦେଶର କୋଣ ଅନୁକୋଣରୁ ବୁକିଂ ଆସି ପହଞ୍ଚିଥିବା ବେଳେ ବଜାଜ ଅଟୋ ୧୩ ଏପ୍ରିଲ ୨୦୨୧ କୁ ପୁଣିଥରେ ବୁକିଂ ଆରମ୍ଭ କରିଥିଲା । ହେଲେ ଏତେ ବୁକିଂ ଆରମ୍ଭ ହୋଇଥିଲା ଯେ, ୪୮ ଘଣ୍ଟା ପରେ କମ୍ପାନୀ ପୁଣିଥରେ ବୁକିଂକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା । ବଜାଜ ଅଟୋ ନିଜର ସବୁଠାରୁ ପପୁଲାର ସ୍କୁଟର ଚେତକ ଇଲେକ୍ଟ୍ରିକ୍ ଅବତାରକୁ ମାର୍କେଟରେ ଦ୍ୱିତୀୟ ଥର ଲଞ୍ଚ କରିଥିଲା । ଏହାର ଦୁଇଟି ମଡେଲ ଚେତକ ପ୍ରିମିୟମ (Chetak Premium) ଓ ଚେତକ ଅର୍ବାନେ (Chetak Urbane) ମାର୍କେଟରେ ଉପଲବ୍ଧ ହେବ ।

Also ReadL: SBI ଓ Axis ସମେତ ଏହି ବ୍ୟାଙ୍କ ଗୁଡିକ ଆଜିଠାରୁ ବଦଳାଇଲେ ଏହି ସବୁ ନିୟମ

ଜାଣନ୍ତୁ କଣ ରହିଛି Features 

ବଜାଜ ଚେତକ ଇଲେକ୍ଟ୍ରିକ୍ (Bajaj Electric Chetak) ରେ IP67 ରେଟେଡ୍ ହାଇଟେକ୍ ଲିଥିୟମ ଆୟନ ବ୍ୟାଟେରୀ ଲଗାଯାଇଛି । ଏହାକୁ ଏକ ଷ୍ଟାଣ୍ଡାର୍ଡ ୫ ଏମପି ଇଲେକ୍ଟ୍ରିକ୍ ଆଉଟଲେଟ୍ ରୁ ସହଜରେ ଚାର୍ଜ କରାଯାଇପାରିବ । ଇକୋ ମୋଡ୍ ରେ, ଏହି ସ୍କୁଟର ଗୋଟିଏ ଚାର୍ଜରେ ୯୫ କିଲୋମିଟର ପର୍ଯ୍ୟନ୍ତ ଚାଲିଥାଏ । ଏହାର ଏକ ଅନବୋର୍ଡ ଇଣ୍ଟେଲିଜେନ୍ସ ବ୍ୟାଟେରୀ ମ୍ୟାନେଜମେଣ୍ଟ(Battery Management)ସିଷ୍ଟମ ଅଛି, ଯାହା ଚାର୍ଜିଂ ଏବଂ ଡିସଚାର୍ଜକୁ ନିୟନ୍ତ୍ରଣ କରିଥାଏ । ଏହା ବ୍ୟତୀତ ଇଲେକ୍ଟ୍ରିକ୍ ଚେତକ ଏକ ସଂପୂର୍ଣ୍ଣ ସଂଯୁକ୍ତ ଚାଳନା ଅଭିଜ୍ଞତା ପାଇବ । ଏଥିରେ ଡାଟା ଯୋଗାଯୋଗ, ସୁରକ୍ଷା ଏବଂ ଉପଭୋକ୍ତା ପ୍ରାମାଣିକିକରଣ ପରି ମୋବିଲିଟି ସମାଧାନ ଦିଆଯାଇଛି।