Trending Photos
)
କାନପୁର: ଏଣିକି ଶୁଆ କିମ୍ବା ଲଙ୍ଗୁରଙ୍କୁ ପାଳିବା ମହଙ୍ଗା ସାବ୍ୟସ୍ତ ହୋଇପାରେ। କାନପୁରରେ ଶୁଆ କିମ୍ବା ଲଙ୍ଗୁର ପାଳିଲେ ଜେଲ ମଧ୍ୟ ଯିବାକୁ ପଡ଼ିପାରେ। କାରଣ କାନପୁର ବନ୍ୟଜନ୍ତୁ ବିଭାଗ ଏହି ଦୁଇ ଜୀବ ପାଳିବା ଉପରେ ରୋକ ଲଗାଇଛନ୍ତି। ଯଦି ଏହି ନିୟମକୁ ନ ପାଳନ୍ତି, ତେବେ ତାଙ୍କ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି।
ଏଠାରେ କହି ରଖୁଛୁ କି, ବନ୍ୟଜୀବ ସଂରକ୍ଷଣ ଅଧିନିୟମ ଅନୁଯାୟୀ ଏହି ଜୀବଙ୍କୁ ପାଳୁଥିବା ଲୋକଙ୍କ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାନପୁର ବନ୍ୟଜନ୍ତୁ ବିଭାଗ ସୂଚନା ଦେଇଛି। ନିୟମକୁ ଉଲ୍ଲଂଘନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ହେବା ସହିତ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ବିଭାଗ ସୂଚନା ଦେଇଛି।
ଏନେଇ କାନପୁର ବନ୍ୟଜନ୍ତୁ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ କୁମାର ଯାଦବ ନିର୍ଦ୍ଦେଶ ଦେଇଛନ୍ତି। ଅରବିନ୍ଦ କହିଛନ୍ତି କି, ଯଦି କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଶୁଆ, ଲଙ୍ଗୁର କିମ୍ବା ପାରା ପାଳିଲେ ବନ୍ୟଜନ୍ତୁ ନିୟମ ଆନୁଯାୟୀ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ସେ କହିଛନ୍ତି। ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ୧୯୭୨ ଅନୁଯାୟୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହିତ ଜେଲ ଓ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।