Bank Holidays in May 2022: ଚଳିତ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଛୁଟି ଲିଷ୍ଟ
Advertisement

Bank Holidays in May 2022: ଚଳିତ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଛୁଟି ଲିଷ୍ଟ

Bank Holidays in May 2022: ଅନ୍ୟାନ୍ୟ ସଂସ୍ଥା ପରି ରିଜର୍ଭ ବ୍ୟାଙ୍କ ଦ୍ୱାରା ବାର୍ଷିକ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ। ଏହି ତାଲିକା ଅନୁସାରେ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ଗୁଡିକ ବନ୍ଦ ରୁହେ। ରିଜର୍ଭ ବ୍ୟାଙ୍କର ଛୁଟିଦିନ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟରେ ଭିନ୍ନ ଥାଏ। କିନ୍ତୁ କିଛି କମନ ବା ନିର୍ଦ୍ଧିଷ୍ଟ ଛୁଟି ଦିନ ସବୁ ବ୍ୟାଙ୍କରେ ପାଳନ ହୁଏ। 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବ୍ୟାଙ୍କ ଖାତା ଧାରକଙ୍କୁ ଚଳିତ ମାସରେ ଶକ୍ତ ଧକ୍କା ଲାଗିବାକୁ ଯାଉଛି। କାରଣ ମେ ମାସରେ ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କର ନିୟମିତ ଛୁଟି ଶନିବାର ଓ ରବିବାର ବ୍ୟତୀତ ପୂଜା ପର୍ବାଣୀ ପାଇଁ ବ୍ୟାଙ୍କରେ ସଟରର ପଡିବ। ତେବେ ନିଜର ବ୍ୟାଙ୍କ କାମ ଗୁଡିକ ସୁରୁଖୁରୁରେ ସାରିବା ପାଇଁ ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ଦେଖି ନିଅନ୍ତୁ। ଫଳରେ ଆପଣଙ୍କୁ ବ୍ୟାଙ୍କ ଯାଇ ଅଯଥାରେ ହଇରାଣ ହେବାକୁ ପଡିବ ନାହିଁ।

ଅନ୍ୟାନ୍ୟ ସଂସ୍ଥା ପରି ରିଜର୍ଭ ବ୍ୟାଙ୍କ ଦ୍ୱାରା ବାର୍ଷିକ ଛୁଟି ତାଲିକା ପ୍ରସ୍ତୁତ କରାଯାଇଥାଏ। ଏହି ତାଲିକା ଅନୁସାରେ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ଗୁଡିକ ବନ୍ଦ ରୁହେ। ରିଜର୍ଭ ବ୍ୟାଙ୍କର ଛୁଟିଦିନ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟରେ ଭିନ୍ନ ଥାଏ। କିନ୍ତୁ କିଛି କମନ ବା ନିର୍ଦ୍ଧିଷ୍ଟ ଛୁଟି ଦିନ ସବୁ ବ୍ୟାଙ୍କରେ ପାଳନ ହୁଏ। ସେହି ପ୍ରରିପେକ୍ଷୀରେ ଚଳିତ ମେ ମାସରେ ମୋଟ ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ। ତେବେ ଆସନ୍ତୁ ଦେଖିନେବା ବ୍ୟାଙ୍କ ଗୁଡିକର ପୂରା ଛୁଟି ଲିଷ୍ଟ୍..

Also Read: ଆଜିଠୁ ରାଜ୍ୟରେ କାଳବୈଶାଖୀ; ବିଜୁଳି-ଘଡ଼ଘଡି ସହ ବର୍ଷା ସମ୍ଭାବନା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Bank Holidays in May 2022

ମେ ପହିଲା- ରବିବାର
ମେ ୨- ରମଜାନ ଇଦ୍ (ଇଦ୍ ଉଲ୍ ଫିତର)
ମେ ୩ ପର୍ଶୁରାମ ଜୟନ୍ତୀ/ଅକ୍ଷୟ ତୃତୀୟା
ମେ ୮- ରବିବାର
ମେ ୯- ରବିନ୍ଦ୍ରନାଥ ଟାଗୋର ଜୟନ୍ତୀ
ମେ ୧୪- ଦ୍ୱିତୀୟ ଶନିବାର
ମେ ୧୫- ରବିବାର
ମେ ୧୯- ବୁଦ୍ଧ ପୂର୍ଣ୍ଣିମା
ମେ ୨୨- ରବିବାର
ମେ ୨୮- ଚତୁର୍ଥ ଶନିବାର
ମେ ୨୯- ରବିବାର

Also Read: ନିଜ ବାହାଘରରେ ୪ ଘଣ୍ଟା ଧରି ନାଚିଲେ ବର, ରାଗିଯାଇ ଆଉ ଜଣଙ୍କୁ ବିବାହ କଲେ କନ୍ୟା

ମାସର ପ୍ରଥମ ସପ୍ତାହରେ ଲଗାତର ତିନି ଦିନ ଅର୍ଥାତ ରବିବାର, ସୋମବାର ଓ ମଙ୍ଗଳବାର ବ୍ୟାଙ୍କ ବନ୍ଦ ରହିବ। ଏକ ତାରିଖରେ ରବିବାର, ଦୁଇ ତାରିଖରେ ଇଦ୍ ଓ ତିନି ତାରିଖରେ ଅକ୍ଷୟ ତୃତୀୟ ପଡୁଛି। ସେହିପରି ଦ୍ୱିତୀୟ ସପ୍ତାହରେ ଚରି ଦିନ, ତୃତୀୟ ସପ୍ତାହରେ ଓ ଚତୁର୍ଥ ସପ୍ତାହରେ ଦୁଇ ଦିନ ଲେଖାଏଁ ବ୍ୟାଙ୍କ ଛୁଟି ରହିବ। ପ୍ରାୟତଃ ଛୁଟି ଯୋଡି ଯୋଡି ହୋଇ ରହିଛି। ତେଣୁ ବ୍ୟାଙ୍କ ଗ୍ରାହକମାନେ ଅଫଲାଇନ୍ କାମରେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ତେବେ ଏହି ସମୟରେ ଅନଲାଇନ କାରବାରରେ କୌଣସି ଅସୁବିଧା ହେବନାହିଁ। ଏଟିଏମ ସେବା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ନାହିଁ ବୋଲି ଜଣେ ବରିଷ୍ଠ ବ୍ୟାଙ୍କ କର୍ମଚାରୀ ସୂଚନା ଦେଇଛନ୍ତି।