ନୂଆଦିଲ୍ଲୀ: ଆମ ଭାରତରେ ୩ ପ୍ରକାରର ରାଷ୍ଟ୍ରୀୟ ସମ୍ମାନ ଦିଆଯାଏ। ଗୋଟିଏ ସାମରିକ ଓ ଅନ୍ୟଟି ବେସାମାରୀକ ଓ କ୍ରୀଡା ସମ୍ମାନ। ସାମରିକ କ୍ଷେତ୍ରରେ ସେବା ମେଡାଲଠୁ ଆରମ୍ଭ କରି ପରମ ବୀର ଚକ୍ର ପର୍ଯ୍ୟନ୍ତ ୪୦ ଊର୍ଦ୍ଧ୍ୱ ମେଡାଲ ଅଛି। କିନ୍ତୁ ବେସାମରିକ କ୍ଷେତ୍ରରେ ମୁଖ୍ୟତଃ ୪ଟି ପୁରସ୍କାର, ଭାରତ ରତ୍ନ ଓ ୩ ଶ୍ରେଣୀର ପଦ୍ମ ସମ୍ମାନ ଦିଆଯାଇଥାଏ। ତେବେ ଏହି ସମ୍ମାନ କିଭଳି ମିଳେ ଓ ବିଜେତାଙ୍କ କଣ ସବୁ ସୁବିଧା ଦିଆଯାଏ, ଆସନ୍ତୁ ଜାଣିବା..
ଭାରତର ସର୍ବୋଚ୍ଚ ବେସାମରୀକ ଓ ସାମରିକ ସମ୍ମାନ ହେଉଛି ଭାରତ ରତ୍ନ (Bharat Ratna)।୧୯୫୪ ମସିହାରେ ପ୍ରଥମ ଥର ସରକାରୀ ମାନ୍ୟତା ମିଳିଥିଲା। ପ୍ରଥମେ କେବଳ ୨ଟି ପରୁସ୍କାର ଯଥା-ଭାରତ ରତ୍ନ ଓ ପଦ୍ମ ବିଭୂଷଣ (Padma Vibhushan) ପୁରସ୍କାର ଦିଆଯାଉଥିଲା। କିନ୍ତୁ ୮ ଜାନୁଆରୀ ୧୯୫୫ରେ ପଦ୍ମ ପୁରସ୍କାରକୁ ତିନି ଭାଗରେ ବିଭକ୍ତ କରାଗଲା। ଯାହାକୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ (Padma Bhusan) ଓ ପଦ୍ମ ଶ୍ରୀ (Padma Shri) ନାମ ଦିଆଗଲା। ଦେଶ ତଥା ମାନବଜାତିର ବିକାଶ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି ସବୁ ଉପାଧି ଦିଆଯାଏ।
Also Read: ଘୋଷଣା ହେଲା ପଦ୍ମ ପୁରସ୍କାର; ରାଜ୍ୟର ୬ ଜଣଙ୍କୁ ମିଳିବ ଶୀର୍ଷ ସମ୍ମାନ
ଭାରତ ରତ୍ନ ଓ ପଦ୍ମ ପୁରସ୍କାର ବିଜେତାଙ୍କ ଚୟନ ପାଇଁ ଏକ ସ୍ୱତନ୍ତ୍ର କମିଟି ଅଛି। ଏହି ସଂସଦୀୟ ସଚିବ (Cabinate secratary) ଏହାର ମୁଖ୍ୟ। ପଦ୍ମ ପୁରସ୍କାର କମିଟିରେ ଗୃହ ସଚିବ ଓ ରାଷ୍ଟ୍ରପତିଙ୍କ ସଚିବ ଓ ଅନ୍ୟ ୬ ଜଣ ବିଶିଷ୍ଟ ବ୍ୟକ୍ତି ସଦସ୍ୟ ରୁହନ୍ତି। ଏହି କମିଟି ପୁରସ୍କାର ବା ସମ୍ମାନ ପାଇବାକୁ ଯୋଗ୍ୟ ଥିବା ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରି ତାହାକୁ ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀ (PMO) ଓ ରାଷ୍ଟ୍ରପତି (President) ଙ୍କ ନିକଟକୁ ପଠାନ୍ତି। ପଦ୍ମ ପୁରସ୍କାର ପାଇଁ ସରକାର, ମାନ୍ୟତା ପ୍ରାପ୍ତ ସଂଗଠନ କିମ୍ବା ଖୋଦ ବ୍ୟକ୍ତି ନିଜେ ଆବେଦନ କରିପାରିବେ। ପ୍ରତିବର୍ଷ କିମ୍ୱା ଏକାଧିକ ବର୍ଷର ବ୍ୟବଧାନରେ ପୁରସ୍କାର ପାଇଁ ନାମ ଘୋଷଣା କରାଯାଏ।
ଭାରତ ରତ୍ନ:
ଭାରତ ରତ୍ନ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ (Highest Civilian Award)। ଏହା ମାନବଜାତିର ବିକାଶ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଦିଆଯାଏ। ଏହା ପଦ୍ମ ପୁରସ୍କାର ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଭାରତ ରତ୍ନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦିଅନ୍ତି। ଏଥିପାଇଁ କୌଣସି ଔପାଚାରିକ ଆବେଦନର ଆବଶ୍ୟକତା ନାହିଁ। ବର୍ଷକରେ ସର୍ବାଧିକ ମାତ୍ର ୩ ଜଣଙ୍କୁ ଭାରତ ରତ୍ନ ଉପାଧି ଦିଆଯାଇ ପାରିବ।
୨୦୧୯ ସୁଦ୍ଧା ୪୮ ଜଣଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି। ପ୍ରଥମ ବର୍ଷ ଅର୍ଥାତ ୧୯୫୪ରେ ସି.ରାଜଗୋପାଳଚାରୀ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଓ ସିଭି. ରମଣଙ୍କୁ ଭାରତ ରତ୍ନ ଦିଆଯାଇଥିଲା। ଆଉ ଶେଷ ଥର ୧୯୧୯ରେ ପ୍ରଣବ ମୁଖର୍ଜୀ, ଭୁପେନ ହାଜାରିକା ଓ ନାନାଜୀ ଦେଶମୁଖଙ୍କ ଭାରତ ରତ୍ନ ଉପାଧି ମିଳିଛି। ତେବେ ଭାରତ ରତ୍ନର ଚୟନକୁ ନେଇ ଅନେକ ବିବାଦ ମଧ୍ୟ ଉପୁଜିଛି।
Also Read: ଦୁଇ ବର୍ଷରେ ୨ଥର ଜଳିଲା ଦିଲ୍ଲୀ, ଚାଷୀଙ୍କ ପାଇଁ ପୁଣି ସମ୍ୱୋଧନ କରିବେ କି ପ୍ରଧାନମନ୍ତ୍ରୀ ?
ଭାରତ ରତ୍ନ ପଦକକୁ ସୁନା, ରୁପା ଓ ପ୍ଲାଟିନମରେ ତିଆରି କରାଯାଏ। ଏହାର ଆକାର ଅଶ୍ୱତ୍ଥ ପତ୍ର ଭଳି। ପଦକରେ ଜାତୀୟ ସକେତ ରହିବା ସହ ସତ୍ୟମେବ ଜୟତେ ଲାଖା ହୋଇଥାଏ। ଏହି ପଦକକୁ ଧଳା ରଙ୍ଗର ରିବନରେ ବନ୍ଧାଯାଏ। କେବଳ ଭାରତୀୟ ନୁହେଁ ବିଦେଶୀଙ୍କୁ ମଧ୍ୟ ଭାରତ ରତ୍ନ ଦିଆଯାଇ ପାରିବ। ୧୯୯୦ ମସିହାରେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ତଥା ନୋବେଲ ବିଜେତା ନେଲସନ ମଣ୍ଡେଲାଙ୍କୁ ଭାରତ ରତ୍ନ ସମ୍ମାନ ମିଳିଥିଲା।
ଏହି ପଦକ ବିଜେତାଙ୍କୁ ନିମ୍ନକ୍ତ ସୁବିଧା ସୁଯୋଗ ମିଳେ;
- ପଦକ ଓ ମାନପତ୍ର ଦିଆଯାଏ।
- କୌଣସି ଆର୍ଥିକ ପୁରସ୍କାର ମିଳେ ନାହିଁ।
- ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପୁରସ୍କାର ବ୍ୟବହାର ହେବ ନାହିଁ।
- ପୁରସ୍କୃତ ବ୍ୟକ୍ତିଙ୍କୁ କେନ୍ଦ୍ର କ୍ୟବିନେଟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ପାହ୍ୟାର ମାନ୍ୟତା ଦିଆଯିବ।
- ମୋରୁନ ରଙ୍ଗର ପାସପୋର୍ଟ ସହ ବିମାନ ଓ ରେଳରେ ପ୍ରଥମ ଶ୍ରେଣୀର ଯାତ୍ରା ସୁଯୋଗ।
- ଭାରତ ଏବଂ ବିଦେଶରେ ତାଙ୍କୁ VVIP ରାଷ୍ଟ୍ର ଅତିଥିର ସମ୍ମାନ ମିଳିବ।
- Table of Precedenceର ‘7A’ ର ସୁରକ୍ଷା ଦିଆଯିବ।
ପଦ୍ମ ପୁରସ୍କାର;
ପଦ୍ମ ପୁରସ୍କାରକୁ ୩ ଶ୍ରେଣୀରେ ବିଭକ୍ତ କରାଯାଇଛି। ଯୋଗ୍ୟତା ଅନୁସାରେ ପଦ୍ମ, ବିଭୂଷଣ, ପଦ୍ମ ଭୂଷଣ ଓ ପ୍ରଦ୍ମ ଶ୍ରୀ ସମ୍ମନ ଦିଆଯାଏ। ୧୯୫୪ ମସିହାରୁ ଏହି ପୁରସ୍କାର ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଘୋଷଣା କରାଯାଉଛି। କିନ୍ତୁ ରାଜନୈତିକ ସଙ୍କଟ ତଥା ଅନ୍ୟାନ୍ୟ କାରଣରୁ ୧୯୭୮, ୧୯୭୯, ୧୯୯୩ ଓ ୧୯୯୭ ମସିହାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ବାର୍ଷିକ ସର୍ବାଧିକ ୧୨୦ ଜଣଙ୍କୁ ଏହି ସମ୍ମାନ ଦିଆଯାଇ ପାରିବ।
ସରକାରୀ ତଥ୍ୟ ଅନୁସାରେ ୨୦୨୧ ସୁଦ୍ଧା ୩୨୧ ଜଣଙ୍କୁ ପଦ୍ମ ବିଭୂଷଣ, ୧୨୮୧ ଜଣଙ୍କୁ ପଦ୍ମ ଭୂଷଣ ଓ ୩୨୨୫ ଜଣଙ୍କୁ ପଦ୍ମ ଶ୍ରୀ ମିଳିଛି। ଏମାନଙ୍କୁ ପ୍ରଶାସନୀକ ସେବା, ସାହିତ୍ୟ ଏବଂ ଶିକ୍ଷା, କଳା, ସାଧାରଣ ବ୍ୟାପାର, ବାଣିଜ୍ୟ, ସମାଜସେବା, କ୍ରୀଡା, ବିଜ୍ଞାନ, ଆଧ୍ୟାତ୍ମିକ, କୃଷି, ମେଡିସିନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସମ୍ମାନ ଦିଆଯାଇଛି। କେବଳ ଯେ ଭାରତୀୟଙ୍କୁ ମିଳିଛି ତାହା ନୁହଁ, ପ୍ରବାସୀ ଭାରତୀୟ ଓ ବିଦେଶୀ ନାଗରିକଙ୍କୁ ମଧ୍ୟ ପଦ୍ମ ପୁରସ୍କାର ଦିଆଯାଇଛି।
ଭାରତ ରତ୍ନ ଭଳି ୩ଟି ପଦ୍ମ ପୁରସ୍କାରର ଭିନ୍ନ ଭିନ୍ନ ଆକାର ଅଛି। ପଦ୍ମ ବିଭୂଷଣ ଓ ପଦ୍ମ ଭୂଷଣକୁ କାଂସ୍ୟରେ ନିର୍ମାଣ କରାଯାଇଥିବା ବେଳେ ପଦ୍ମ ଶ୍ରୀ ପଦକକୁ ପ୍ଲାଟିନମରେ ତିଆରି କରାଯାଇଛି। ପଦ୍ମ ପୁରସ୍କାର ବିଜେତାଙ୍କୁ କେବଳ ପଦକ, ମାନପତ୍ର ଦିଆଯାଇଥାଏ। ଏହା ବ୍ୟତୀତ ସେମାନଙ୍କୁ ଭାରତ ରତ୍ନ ପରି କୌଣସି ସୁବିଧା ମିଳେ ନାହିଁ। ପଦ୍ମ ପୁରସ୍କାରକୁ କେବଳ ଗୋଟିଏ ସମ୍ମାନ ଭାବେ ବ୍ୟକ୍ତି ଗ୍ରହଣ କରିବେ।