• କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ଚାରିପାଖରେ ଓ ରଥଦାଣ୍ଡରେ ୧୪୪ ଧାରା ଲାଗୁ
  • ସ୍ନାନ ପୂର୍ଣ୍ଣିମା ପାଇଁ ଶୁକ୍ରବାର ସକାଳ ୭ ଯାଏ କଟକଣା
  • ସ୍ନାନପୂର୍ଣ୍ଣିମା ଛେରାପହଁରା ନୀତି କରିବାକୁ ଆସିବେନି ଗଜପତି ଦିବ୍ୟସିଂହ ଦେବ
  • ପରମ୍ପରା ଅନୁଯାୟୀ ମୁଦିରସ୍ତ କରିବେ ଛେରାପହଁରା
  • ଚଳିତ ବର୍ଷ ପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା: ହାଇକୋର୍ଟ
  • ହାଇକୋର୍ଟଙ୍କ ଅନିଚ୍ଛା ପ୍ରକାଶ ପରେ ସୁପ୍ରିମକୋର୍ଟ ଯିବ ରଥଯାତ୍ରା ମାମଲା
  • ‘ସବୁ ଜୀବନ ମୂଲ୍ୟବାନ’ : ମୁଖ୍ୟମନ୍ତ୍ରୀ
  • ଟିକା ନେଇଥିଲେ ଇଣ୍ଡିଗୋ ବିମାନ ଯାତ୍ରୀଙ୍କୁ ୧୦% ରିହାତି
  • ରାଜ୍ୟରେ ନକଲି ଔଷଧ ଘଟଣାରେ ୩ ଗିରଫ
  • ଆତଙ୍କବାଦୀ ହାଫିଜ ସୟିଦ ଘର ନିକଟରେ ବିସ୍ଫୋରଣ, ୨ ମୃତ

ଆମିର ଖାନଙ୍କ ବିରୁଦ୍ଧରେ ବିଜେପି ବିଧାୟକଙ୍କ ଏତଲା, ଜାଣନ୍ତୁ ପୁରା ଘଟଣା

ନିଜ ଆଗାମୀ ଫିଲ୍ମ "ଲାଲ ସିଂହ ଚଡ୍ଡା"ର ସୁଟିଂ ପାଇଁ ଆମିର ଖାନ ଗାଜିଆବାଦରେ ଅଛନ୍ତି। ଏହାରି ଭିତରେ ଲୋନୀର ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର ତାଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି।

ଆମିର ଖାନଙ୍କ ବିରୁଦ୍ଧରେ ବିଜେପି ବିଧାୟକଙ୍କ ଏତଲା, ଜାଣନ୍ତୁ ପୁରା ଘଟଣା
ଫାଇଲ ଫଟୋ

ନୂଆଦିଲ୍ଲୀ: ଏବେ ଅଭିନେତା ଆମୀର ଖାନ ତାଙ୍କ ଫିଲ୍ମ 'ଲାଲ ସିଂ ଚଡ୍ଡା'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଉତ୍ତର ପ୍ରଦେଶର ଗାଜିଆବାଦରେ ଫିଲ୍ମର କିଛି ଦୃଶ୍ୟ ସୁଟିଂ କରୁଥିଲେ, କିନ୍ତୁ ସୁଟିଂକୁ ନେଇ ବିବାଦ ଦେଖାଦେଇଛି। ଅଭିନେତା କୋଭିଡ ପ୍ରୋଟୋକଲ ଅନୁସରଣ କରୁ ନ ଥିବା ନେଇ ଲୋନୀର ବିଧାୟକ ନନ୍ଦ କିଶୋର ଗୁର୍ଜର ଅଭିଯୋଗ କରିଛନ୍ତି। 

ସୂଚନା ପ୍ରକାରେ ଗାଜିଆବାଦରେ ଆମିର ଖାନ ଥିବା ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଥିଲେ। ସେମାନେ ଆମୀରଙ୍କୁ ଭେଟିବା ପାଇଁ ସୁଟିଂ ସେଟରେ ପହଞ୍ଚିଥିଲେ। ଆମୀର ମଧ୍ୟ ତାଙ୍କୁ ଭେଟିଥିଲେ, କିନ୍ତୁ ଏହି ସମୟ ମଧ୍ୟରେ ସେ ଏକ ଭୁଲ କରିଥିଲେ। ତାଙ୍କ ପ୍ରଶଂସକଙ୍କୁ ଭେଟିବାବେଳେ ଆମୀରଙ୍କ ମୁହଁରେ ମାସ୍କ ନଥିଲ। ଏହାକୁ ନେଇ ବିଜେପି ବିଧାୟକ ନନ୍ଦ କିଶୋର ଏତଲା ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଆମିରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

କିଛି ଦିନ ପୂର୍ବରୁ ସୁଟିଂ ସମୟରେ ଆମିର ଖାନ ଆହତ ହୋଇଥିଲେ। କିନ୍ତୁ ସେ ଏହି କାରଣରୁ ସୁଟିଂ ବନ୍ଦ କରିନଥିଲେ। ସେ ଆହତ ସତ୍ତ୍ୱେ ଫିଲ୍ମର ସୁଟିଂ ଜାରି ରଖିଥିଲେ। କୁହାଯାଉଛି ଯେ ତାଙ୍କ ମୁହଁରେ ଏହି ଆଘାତ ଲାଗିଛି। ଲାଲ ସିଂହ ଚଡ୍ଡାକୁ ନେଇସୋସିଆଲ ମିଡିଆରେ ଅନେକ ଆଲୋଚନା ହେଉଛି। ଆସନ୍ତାବର୍ଷ ଖ୍ରୀଷ୍ଟମାସରେ ଫିଲ୍ମ ମୁକ୍ତିଲାଭ କରିବ ବୋଲି ଅଶା କରାଯାଉଛି।