କୋରୋନା ମୁକ୍ତ ହେଲେ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା
Advertisement

କୋରୋନା ମୁକ୍ତ ହେଲେ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା

ଅଭିଷେକ ବଚ୍ଚନ ଏହି ସୂଚନା ଦେଇଛନ୍ତି ।  ଏହାସହ ସେ ଟ୍ୱିଟ କରି ପ୍ରଶଂସକମାନଙ୍କୁ ପ୍ରାର୍ଥନା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

କୋରୋନା ମୁକ୍ତ ହେଲେ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି । ଅଭିଷେକ ବଚ୍ଚନ ଏହି ସୂଚନା ଦେଇଛନ୍ତି । ଏହାସହିତ ସେ ଟ୍ୱିଟ କରି ପ୍ରଶଂସକମାନଙ୍କୁ ପ୍ରାର୍ଥନା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଅଭିଷେକ କହିଛନ୍ତି ଯେ, ସେ ଓ ତାଙ୍କ ପିତା ଅମିତାଭ ବଚ୍ଚନ ବର୍ତ୍ତମାନ ହସ୍ପିଟାଲର ଡାକ୍ତରୀ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ରହିବେ । 

ଐଶ୍ୱର୍ଯ୍ୟା ରାୟ ଓ ଆରାଧ୍ୟା ବଚ୍ଚନଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇ ଅଭିଷେକ ଲେଖିଛନ୍ତି ଯେ, ଆପଣ ସମସ୍ତଙ୍କୁ ପ୍ରାର୍ଥନା ଓ ଶୁଭକାମନା ପାଇଁ ଧନ୍ୟବାଦ । ଆପଣଙ୍କ ସର୍ବଦା ଋଣୀ ରହିବି । ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ କେରୋନା ଟେଷ୍ଟ  ନେଗେଟିଭ ଆସିଛି । ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସେମାନେ ବର୍ତ୍ତମାନ ଘରେ ରହିବେ । ମୋ ବାପା ଓ ମୁଁ ନିଜେ ଡାକ୍ତରଖାନାର ଡାକ୍ତରୀ କର୍ମଚାରୀଙ୍କ ଯତ୍ନରେ ରହିବୁ । 

ଏଠାରେ କହି ରଖୁଛୁ ଯେ, କିଛି ଦିନ ପୂର୍ବରୁ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଏବଂ ଆରାଧ୍ୟା ବଚ୍ଚନଙ୍କୁ କୋରୋନା ପଜିଟିଭ୍ ମିଳିଥିଲା । ଏହି ସୂଚନା ଅଭିଷେକ ଓ ଅମିତାଭ ବଚ୍ଚନ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଦେଇଥିଲେ ।