• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଭିଡ୍ ସମୀକ୍ଷା ବୈଠକ
  • ଅଧିକ ସଂକ୍ରମିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦି
  • ଭୁବନେଶ୍ୱର: ବନ୍ଧୁକ ବିକ୍ରି ପାଇଁ ଡିଲ୍ ବେଳେ ବେପାରୀ ଗିରଫ
  • ରାଜ୍ୟରେ ଆଜି ପୁଣି ରେକର୍ଡ ଭାଙ୍ଗିଲା କରୋନା
  • ଦିନକରେ ୬ ହଜାର ୨୧୫ କରୋନା ସଂକ୍ରମିତ ଚିହ୍ନଟ, ୮ ମୃତ
  • ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ
  • ମହାରାଷ୍ଟ୍ରର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ
  • ଆଇସିୟୁ ୱାଡରେ ନିଆଁ ଲାଗି ୧୩ ରୋଗୀ ମୃତ
  • ଡ୍ରୋନରେ ଟିକା ଯୋଗାଣ ପରୀକ୍ଷଣକୁ DGCAର ଅନୁମତି
  • ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ: ମୁଖ୍ୟ ଶାସନ ସଚିବ

JIOକୁ ଟକ୍କର ଦେବ BSNL, ନୂଆ ପ୍ଲାନରେ ଦିନକୁ ଦେଉଛି 5GB ଡାଟା

ସମସ୍ତ ନେଟୱାର୍କରେ ଅସୀମିତ ଭଏସ୍ କଲିଂ ଓ ପ୍ରତିଦିନ ୧୦୦ଟି SMS ମଧ୍ୟ ଦିଆଯାଉଛି | କେବଳ ଏତିକି ନୁହେଁ, କମ୍ପାନୀ ପ୍ରତିଦିନ ୫ ଜିବି ଡାଟା ମଧ୍ୟ ଦେଉଛି।

JIOକୁ ଟକ୍କର ଦେବ BSNL, ନୂଆ ପ୍ଲାନରେ ଦିନକୁ ଦେଉଛି 5GB ଡାଟା
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏବଂ BSNL ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଗ୍ରାହକଙ୍କୁ ଆକର୍ଷଣ କରିବାକୁ ଉଭୟେ ନୂଆ ନୂଆ ଆକର୍ଷଣୀୟ ସ୍କିମ ଲଞ୍ଚ କରୁଛନ୍ତି।  JIOକୁ ଟକ୍କର ଦେବାରୁ BSNL ଅନେକ ନୂଆ ପ୍ଲାନ ଆଣିଛି। ଯେଉଁଥିରେ ଅସୀମିତ କଲିଂ, ହାଇ ସ୍ପିଡ୍ ଡାଟା ସହିତ, ଆହୁରି ଅନେକ ସୁବିଧା ମିଳିବ।

୫୯୯ ଟଙ୍କା (Jio Rs 599 Plan) ର ରିଲାଏନ୍ସ ଜିଓ ପ୍ଲାନରେ ୮୪ ଦିନର ବୈଧତା ମିଳିଥାଏ। ଏହି ରିଚାର୍ଜ ପ୍ୟାକରେ ଗ୍ରାହକଙ୍କୁ ଜିଓର ପ୍ରତିଦିନ ୨ ଜିବି ଡାଟା ଦେଉଛି। ପ୍ରିପେଡ୍ ଗ୍ରାହକମାନେ ଏହି ପ୍ଲାନରେ ମୋଟ ୧୬୮ ଜିବି ହାଇ ସ୍ପିଡ୍ ଡାଟା ପାଇପାରିବେ। ୫୯୯ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧୦୦ ଟି SMS ସହିତ ଅସୀମିତ ଭଏସ୍ କଲ୍ ମଧ୍ୟ ପ୍ରଦାନ କରାଯାଉଛି। ଏହା ବ୍ୟତୀତ JioTV, Jio Cinema, Jio Security, Jio News କୁ ମାଗଣା ସଦସ୍ୟତା ମଧ୍ୟ ଦିଆଯାଉଛି।

Also Read: ଅଜଣା ଝିଅକୁ ଚୁମ୍ବନ ଦେଇ ମୂକ ହେଇଗଲେ ଯୁବକ

 

ଅନ୍ୟପଟେ BSNL ସେହି ସମାନ ଟଙ୍କାରେ ଏକ ନୂଆ ପ୍ଲାନ ଆରମ୍ଭ କରିଛି। ଏହି ପ୍ରିପେଡ୍ ପ୍ଲାନ ଜିଓ ପରି ୮୪ ଦିନର ବୈଧତା ସହିତ ଆସିଥାଏ। ଏଥିରେ ସମସ୍ତ ନେଟୱାର୍କରେ ଅସୀମିତ ଭଏସ୍ କଲିଂ ଓ ପ୍ରତିଦିନ ୧୦୦ଟି SMS ମଧ୍ୟ ଦିଆଯାଉଛି | କେବଳ ଏତିକି ନୁହେଁ, କମ୍ପାନୀ ପ୍ରତିଦିନ ୫ ଜିବି ଡାଟା ମଧ୍ୟ ଦେଉଛି। ଏହାର ଅର୍ଥ ହେଉଛି ଏହି ପ୍ଲାନରେ BSNL ଗ୍ରାହକଙ୍କୁ ମୋଟ ୪୨୦ ଜିବି ଡାଟା ପ୍ରଦାନ କରୁଛି। ପ୍ରତିଦିନ କଲ୍ କରିବା ପାଇଁ ୨୫୦ ମିନିଟର ଏକ ସୀମା ରହିଛି।

ଯଦି ରିଲାଏନ୍ସ ଜିଓ ୫୯୯ ପ୍ଲାନକୁ BSNL ୫୯୯ ପ୍ଲିନ ସହିତ ତୁଳନା କରାଯାଏ, ତେବେ BSNL ବାଜି ମାରିନେବ। ବର୍ତ୍ତମାନ ଇଣ୍ଟରନେଟ ଯୁଗ। ତେଣୁ ଶସ୍ତାରେ ଯେଉଁ କମ୍ପାନୀ ଅଧିକ ଡାଟା ଦେବ ଗ୍ରାହକ ସେଠାକୁ ଯିବେ। ସମାନ ଟଙ୍କାରେ ଜିଓ ୧୬୮ ଜିବି ଡାଟା ଦେଉଥିବା ବେଳେ BSNL ୪୨୦ ଜିବି ଡାଟା ଦେଉଛି। ଆଉ ଅନ୍ୟ ସବୁ ସୁବିଧା ଉଭୟ କମ୍ପାନୀରେ ସମାନ ଅଛି।