• ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବା ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା
  • ଜୁଲାଇରେ ଅଲିମ୍ପିକ୍ସ ସହ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୯୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ
  • ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ
  • ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
  • ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୪୦ ହଜାର ୧୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ
  • ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ପରୀକ୍ଷାରେ ସୀମିତ ନୁହେଁ 'ଭବିଷ୍ୟତ'

ଏକଥା ସତ ଯେ, ବୋର୍ଡ ପରୀକ୍ଷାର ଗୁରୁତ୍ଵ ରହିଛି । ମାତ୍ର ବୋର୍ଡ ପରୀକ୍ଷା ଜୀବନର ଅନ୍ତିମ ପରୀକ୍ଷା ଆଦୌ ନୁହେଁ । ଆଶାନୁରୂପ ସଫଳତା ହାସଲ କରି ନପାରିଲେ ହୁଏତ ମନପସନ୍ଦର କଲେଜରେ ନାଁ ଲେଖାଇବାର ସୁଯୋଗ ମିଳିନପାରେ । 

ପରୀକ୍ଷାରେ ସୀମିତ ନୁହେଁ 'ଭବିଷ୍ୟତ'

ତପନ କୁମାର କର, ନୂଆଦିଲ୍ଲୀ: ଇଂରାଜୀ ଭାଷାରେ ଏକ ଉକ୍ତି ଅଛି  "ଏକ୍ସାମସ୍ ଟେଷ୍ଟ ଇଓର୍ ମେମୋରୀ, ଲାଇଫ୍ ଟେଷ୍ଟ୍ସ ଇଓର୍ ଲର୍ଣ୍ଣିଂ, ଅଦର୍ସ ୱିଲ୍ ଟେଷ୍ଟ ଇଓର୍ ପେସେନ୍ସ "। ଏହି ପରିପ୍ରେକ୍ଷୀରେ ଗୋଟିଏ କଥା କୁହାଯାଇପାରିବ  ଯେ ଧୈର୍ଯ୍ୟହରା ହେବା ଆଦୌ ଉଚିତ ନୁହେଁ । ଯଦି ପରୀକ୍ଷାରେ ଭଲ ରେଜଲ୍ଟ ନ ହେଲା ତେବେ ଭବିଷ୍ୟତରେ କ’ଣ ହେବ?  ଭଲ କଲେଜରେ ସିଟ୍ ମିଳିବନି । ଭଲ ଚାକିରି ମିଳିବନି । ଜୀବନଟା ଏକ ଦମ ବେକାର ହୋଇଯିବ । ଦିନରାତି ଏକାଠି କରି ପଢିଲା ପରେ ବି ଯଦି ରେଜଲ୍ଟ ଭଲ ନହେଲା ତା ହେଲେ ଏତେ ପଢିବା କ’ଣ ଦରକାର ଥିଲା ।

ଏହିଭଳି ନା ନା ପ୍ରଶ୍ନ ଉଙ୍କି ମାରିଥାଏ ପରୀକ୍ଷା (Exam) ଦେଇଥିବା ଛାତ୍ରଛାତ୍ରୀଙ୍କ ମନରେ । ଏକ ଧାରଣା ରହିଛି ସୁନେଲି ଭବିଷ୍ୟତ ପାଇଁ ସ୍କୁଲ ଓ କଲେଜ ପରୀକ୍ଷାରେ ନିଶ୍ଚିତ ଭାବେ ଭଲ ରେଜଲ୍ଟ କରିବାକୁ ହୋଇଥାଏ । ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ମଧ୍ୟ ପିଲାଦିନରୁ ସେମାନଙ୍କ ମନରେ ପରୀକ୍ଷା ଫଳକୁ ନେଇ ଏମିତି ଚିନ୍ତାର ମଞ୍ଜି ବୁଣି ଦେଇଥାନ୍ତି । ଏକଥା ସତ ଯେ, ବୋର୍ଡ ପରୀକ୍ଷାର ଗୁରୁତ୍ଵ ରହିଛି । ମାତ୍ର ବୋର୍ଡ ପରୀକ୍ଷା ଜୀବନର ଅନ୍ତିମ ପରୀକ୍ଷା ଆଦୌ ନୁହେଁ । ଆଶାନୁରୂପ ସଫଳତା ହାସଲ କରି ନପାରିଲେ ହୁଏତ ମନପସନ୍ଦର କଲେଜରେ ନାଁ ଲେଖାଇବାର ସୁଯୋଗ ମିଳିନପାରେ । ଏମିତି ବି ହୋଇପାରେ ପସନ୍ଦ ଯୋଗ୍ୟ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ପାଇଁ ଅସୁବିଧା ହୋଇପାରେ।

Also Read: Rashtra Manch ବୈଠକରେ ଯୋଗଦେଲେ ଏହି ନେତା; ଦୂରେଇଗଲେ Shivsena-Congress

ମୋଟାମୋଟି ଭାବରେ କହିବାକୁ ଗଲେ ଭଲ ଗ୍ରେଡ୍, ମାର୍କ ନ ରଖିଲେ ଖୁବ ଅସୁବିଧା ହୋଇପାରେ । କିନ୍ତୁ ଟିକେ ଚିନ୍ତା କରନ୍ତୁ। ପରୀକ୍ଷାରେ ଭଲ ଗ୍ରେଡ୍ ନ ମିଳିଲେ ବା ନମ୍ବର କମିଗଲେ ବା ଫେଲ୍ ହୋଇଗଲେ କ’ଣ ଜୀବନ ସେଇଠି ଅଟକିଯିବ। ଏମିତି ଯଦି ହୁଅନ୍ତା, ତେବେ ଆଜି ଉଦାହରଣ ସାଜିଥିବା ଦେଶ ବିଦେଶର ବହୁ ବିଖ୍ୟାତ ବ୍ୟକ୍ତିଙ୍କୁ ହୁଏତ ଇତିହାସ ଆଜି ମନେ ରଖିନଥାନ୍ତା । କାରଣ ସେଇ ସବୁ ବ୍ୟକ୍ତିମାନେ ବିଫଳତାରୁ ପ୍ରେରଣା ପାଇ ସଫଳତାର ଶିଖର ସ୍ଥାନରେ ପହଞ୍ଚି ପାରିଥିଲେ । କେବଳ ଯେ ବିଜ୍ଞାନ (Science) ରେ ପାଠ ପଢିଲେ ଭଲ କ୍ୟାରିୟର କରିହେବ ସେକଥା ଭାବିବା ବି ଠିକ୍ ନୁହେଁ । 

Also Read: Sonu Sood ଙ୍କୁ ନିଜ ଗର୍ଲଫ୍ରେଣ୍ଡ ପାଇଁ ଗିଫ୍ଟ ମାଗିଲେ ଜଣେ ଯୁବକ, ଆକ୍ଟର ଦେଲେ ଏହି ଗିଫ୍ଟ

ବାଣିଜ୍ୟ ଓ କଳା ଭଳି ବିଭାଗରେ ମଧ୍ୟ କ୍ୟାରିୟର କରିବା ସମ୍ଭବ ଅଟେ। ଏହା ବ୍ୟତିତ ଆହୁରି ଅନେକ ପାଠ୍ୟକ୍ରମ ଆମ ଦେଶରେ ପ୍ରଚଳନ ହେଲାଣି ଯେଉଁଥିରେ ଛାତ୍ରଛାତ୍ରୀମାନେ ଖୁବ୍ ଭଲ କ୍ୟାରିୟର୍ ଗଢିପାରୁଛନ୍ତି । କେବଳ କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଉ ସୀମିତ ନାହିଁ ବୋର୍ଡ ପରବର୍ତ୍ତୀ ଉଚ୍ଚଶିକ୍ଷା ଓ ସଫଳତା । ତେଣୁ ବୋର୍ଡ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ବା ଆଶାନୁରୂପ ସଫଳତା ହାସଲ କରିନଥିବା ପିଲାମାନେ କେବେ ବି ଭାବନ୍ତୁ ନାହିଁ ଯେ, ସେମାନଙ୍କ ଜୀବନ ଗୋଟିଏ ପରୀକ୍ଷାର ଫଳ ମଧ୍ୟରେ ହିଁ ଅଟକିଯିବ ।

Also Read: 'ଟିକା ନ ନେଲେ ଖୋଲିପାରିବନି ଦୋକାନ'

ବିଶ୍ଵ ବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ (Albert Einstein) ଥରେ କହିଥିଲେ,’ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ କିଛି ନା କିଛି ମେଧା ଥାଏ । ମାତ୍ର ମାଛଟିଏ ଗଛ ଚଢି ପାରେ ନାହିଁ ବୋଲି ତାକୁ ମୂର୍ଖ କହିବା ମଧ୍ୟ ଠିକ୍ ନୁହେଁ । ଏପରି ଭାବନା ରଖୁଥିବା ବ୍ୟକ୍ତି ନିହାତି ନିର୍ବୋଧ।‘ଏଠାରେ ଏହି ଉଦାହରଣ ଦେବାର ଅର୍ଥ ହେଲା ଜଣେ ଛାତ୍ର ନିର୍ଦ୍ଦିଷ୍ଟ ଗୋଟିଏ ବା ଦୁଇଟି ବିଷୟରେ ଦୁର୍ବଳ ବୋଲି ସେ ପାଠପଢାରେ ପଛୁଆ ଭାବିବା ଉଚିତ ନୁହେଁ । ଉଦାହରଣ ସ୍ୱରୂପ, ଯଦି ଜଣେ ଗଣିତରେ ଦୁର୍ବଳ, ହୁଏତ ସେ ସାହିତ୍ୟ ବା ଇତିହାସରେ ଖୁବ୍ ଭଲ କରୁଥିବ । ତେଣୁ ଦୁର୍ବଳ ଥିବା ବିଷୟଟି ପ୍ରତି ଟିକେ ଅଧିକ ଧ୍ୟାନ ଦେଲେ ପରୀକ୍ଷା ବେଳକୁ ସେହି ବିଷୟଟି ପ୍ରତି ଥିବା ଭୟ ମନରୁ ଦୂର ହୋଇଯାଇଥିବ । ଉଦାହରଣ ସ୍ୱରୂପ ଆଇଆଇଟି (IIT) ଭଳି ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନରୁ ପ୍ରଶିକ୍ଷିତ ଛାତ୍ର  ପରିବର୍ତ୍ତୀ ସମୟରେ ମ୍ୟାନେଜମେଣ୍ଟ, ମେଡିକାଲ ପଢୁଥିବା ଛାତ୍ରଛାତ୍ରୀ ପ୍ରଶାସନିକ ସେବାରେ ଯୋଗ ଦେଉଛନ୍ତି ତେଣୁ ବିଚଳିତ ହୁଅନ୍ତି ନାହିଁ ।

Also Read: ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଏହି ତାରିଖରେ ହେବ ବଡ଼ ବୈଠକ, ଜାଣନ୍ତୁ ମିଟିଂର ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଷୟ

ବେଳେ ବେଳେ ବାପା ମାଆଙ୍କର ଇଚ୍ଛା  ଆଗରେ ପିଲାର ଭବିଷ୍ୟତ ବନ୍ଧାପଡିଥାଏ । ବାପା ମାଆ କୁହନ୍ତି ଆମେ ତ ଆମ ଜୀବନରେ କିଛି କରିପାରିଲୁନି । ତୁ ଆମର ସ୍ଵପ୍ନ । ତତେ ନେଇ ଆମ ଭବିଷ୍ୟତ । ତୋ ପାଠକୁ ନେଇ ତୁ ଯେତେ ଚିନ୍ତିତ ନୁହେଁ, ତା’ଠାରୁ ଅଧିକ ଚିନ୍ତାରେ ଆମେ ରହୁଛୁ । ସବୁ କିଛି ଭୁଲି ଏବେ ଖାଲି ପରୀକ୍ଷା କଥା ଭାବ । ମନଦେଇ ପାଠପଢ ଯେମିତିକି ସବୁଠୁ ଭଲ ଗ୍ରେଡ୍ ଆଣିବୁ । ‘ସ୍କୁଲ (School) ରେ ପଢୁଥିବା ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ଏମିତି କଥା ସବୁ କହିଥାନ୍ତି । ନିଜ ଜୀବନରେ ଥିବା ଆଶା, ଆକାଂକ୍ଷାକୁ ପିଲାଙ୍କ ଦ୍ଵାରା ପୂରଣ କରିବାକୁ ଚାହାନ୍ତି ଅନେକ ଅଭିଭାବକ । ମାତ୍ର ଏପରି କରି ସେମାନେ ପ୍ରଥମରୁ ପିଲାଟି କ’ଣ ଚାହୁଁଛି ସେକଥା ଚିନ୍ତା କରନ୍ତି ନାହିଁ ।

Also Read: କେତେ ବିପଜ୍ଜନକ କରୋନାର 'Delta Plus' ଭାରିଆଣ୍ଟ, ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ତେଣୁ ବାପା ମାଆ ପିଲାର ଭବିଷ୍ୟତକୁ ନେଇ ଯଦି ଏତେ ଚିନ୍ତିତ ତେବେ ପିଲାକୁ ଭଲ ସଂସ୍କାର ଦିଅନ୍ତୁ, ଅନୁଶାସନ ଶିଖାନ୍ତୁ । କେଉଁଟା ଠିକ କେଉଁଟା ଭୁଲ ତାହା ପିଲାକୁ ଜଣାନ୍ତୁ । ପିଲା ମାନଙ୍କୁ ସବୁବେଳେ ଜୀବନରେ କଣ କରିବ, କଣ ନାହିଁ ତାକୁ ନେଇ ଆଦୌ ଚାପ ପକାନ୍ତୁ ନାହିଁ । ଚାପଗ୍ରସ୍ତ ହୋଇ ରହିଲେ ପିଲାର ଭବିଷ୍ୟତ (Children Future) ଉପରେ ଏହାର ପ୍ରଭାବ ପଡିଥାଏ । ତେଣୁ ବେଳ ଥାଉଥାଉ ସଚେତନ ହୁଅନ୍ତୁ । ପରୀକ୍ଷାରେ ଭଲ ରେଜଲ୍ଟ ଓ ଖରାପ ରେଜଲ୍ଟ ଉପରେ ଆପଣ ଭବିଷ୍ୟତରେ କଣ କରିବେ ତାହା ନିର୍ଭର କରି ନ ଥାଏ । ଆପଣଙ୍କ କର୍ତ୍ତବ୍ୟନିଷ୍ଠା, ଧୈର୍ଯ୍ୟ ଉପରେ ସବୁକିଛି ନିର୍ଭର କରିଥାଏ ।