ଦଶ କୋଟି ଉପଭୋକ୍ତାଙ୍କୁ ସରକାର ଦେବେ ମାଗଣା ଇଣ୍ଟରନେଟ୍!
ଭାଇରାଲ ବାର୍ତ୍ତାରେ ଏହା ଦାବି କରାଯାଇଛି ଯେ କେନ୍ଦ୍ର ସରକାର ୧୦୦ ନିୟୁତ ଉପଭୋକ୍ତାଙ୍କୁ ମାଗଣା ଇଣ୍ଟରନେଟ ଦେବାକୁ ଯାଉଛନ୍ତି।
ନୂଆଦିଲ୍ଲୀ: ଆଜିର ଯୁଗରେ ସୋସିଆଲ ମିଡିଆ ଏକ ବଡ଼ ମାଧ୍ୟମ ପାଲଟିଛି। କିନ୍ତୁ ମିଥ୍ୟା ଏବଂ ବିଭ୍ରାନ୍ତିକର ତଥ୍ୟ ହେତୁ ଏହି ମାଧ୍ୟମର ବିଶ୍ୱସନୀୟତା କ୍ରମାଗତ ଭାବେ ହ୍ରାସ ପାଉଛି। ସୋସିଆଲ ମିଡିଆରେ ଏଭଳି ଏକ ବାର୍ତ୍ତା ଭାଇରାଲ ହେଉଛି। ଭାଇରାଲ ବାର୍ତ୍ତାରେ ଏହା ଦାବି କରାଯାଇଛି ଯେ କେନ୍ଦ୍ର ସରକାର ୧୦୦ ନିୟୁତ ଉପଭୋକ୍ତାଙ୍କୁ ମାଗଣା ଇଣ୍ଟରନେଟ ଦେବାକୁ ଯାଉଛନ୍ତି।
ଦାବିର ସତ୍ୟତା?
୧୦୦ ନିୟୁତ ଉପଭୋକ୍ତାଙ୍କୁ ମାଗଣା ଇଣ୍ଟରନେଟ ସେବା ଦେବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ସୋସିଆଲ ମିଡିଆରେ ଦାବି କରାଯାଉଛି। ଏହି ପରିପ୍ରେକ୍ଷୀରେ ସରକାର ସ୍ପଷ୍ଟ କରିଛନ୍ତି। PIB ଫ୍ୟାକ୍ଟ ଚେକ୍ ଦଳ ଦ୍ୱାରା ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଏହା ଏକ ନକଲି ବାର୍ତ୍ତା ଅର୍ଥ ମାଗଣା ଇଣ୍ଟରନେଟ୍ ଦେବାକୁ ସରକାରଙ୍କର କୌଣସି ଯୋଜନା ନାହିଁ।
Also Read: ଦୁଇ ପ୍ରକାରରେ ପିଲାଙ୍କୁ ଆଟାକ୍ କରୁଛି କୋରୋନା, ରୂପ ବଦଳାଇଲେ ହୋଇପାରେ ଘାତକ
ଏହିପରି ମିଥ୍ୟା ପ୍ରତି ସାବଧାନ ରୁହନ୍ତୁ
PIB ଟୁଇଟ୍ କରି ଲେଖିଛି, 'ହ୍ୱାଟସଆପ୍ ମେସେଜ୍ ଦାବି କରିଛି ଯେ, ଭାରତ ସରକାର ୩ ମାସ ପାଇଁ ୧୦୦ ମିଲିୟନ୍ ଉପଭୋକ୍ତାଙ୍କୁ ମାଗଣା ଇଣ୍ଟରନେଟ୍ ସୁବିଧା ଯୋଗାଉଛନ୍ତି। PIB ଫ୍ୟାକ୍ଟ ଚେକ୍: ଏହି ଦାବି ଏବଂ ଲିଙ୍କ୍ ନକଲି। ଭାରତ ସରକାର ଏଭଳି ଘୋଷଣା କରିନାହାଁନ୍ତି। ଏହିପରି ନକଲି ୱେବସାଇଟରୁ ସାବଧାନ ରୁହନ୍ତୁ।