ଏହି କାରଣରୁ ପୁରୁଷ ଓ ମହିଳାମାନେ ଶୀଘ୍ର ହୋଇଯାଆନ୍ତି ବୃଦ୍ଧ, ଆଜି ହିଁ ଛାଡ଼ନ୍ତୁ ଏହି ଅଭ୍ୟାସ
Advertisement

ଏହି କାରଣରୁ ପୁରୁଷ ଓ ମହିଳାମାନେ ଶୀଘ୍ର ହୋଇଯାଆନ୍ତି ବୃଦ୍ଧ, ଆଜି ହିଁ ଛାଡ଼ନ୍ତୁ ଏହି ଅଭ୍ୟାସ

Chanakya Niti: ସଂସ୍କୃତ ଭାଷାରେ ଲିଖିତ ଅର୍ଥଶାସ୍ତ୍ର (Arthashastra) ପ୍ରାଚୀନ ଭାରତର ଶ୍ରେଷ୍ଠ ରଚନାଗୁଡିକ ମଧ୍ୟରୁ ଅନ୍ୟତମ । ଏଥିରେ ରାଜ୍ୟ ପରିଚାଳନା, ରାଜନୀତି, ସମରନୀତି ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ହୋଇଛି । କୌଟିଲ୍ୟ (Kautilya) ଏହି ଶାସ୍ତ୍ରର ରଚୟିତା । କୌଟିଲ୍ୟ ବିଷ୍ଣୁଗୁପ୍ତ ଓ ଚାଣକ୍ୟ (Chanakya) ନାମରେ ମଧ୍ୟ ପ୍ରସିଦ୍ଧ । 

ଏହି କାରଣରୁ ପୁରୁଷ ଓ ମହିଳାମାନେ ଶୀଘ୍ର ହୋଇଯାଆନ୍ତି ବୃଦ୍ଧ, ଆଜି ହିଁ ଛାଡ଼ନ୍ତୁ ଏହି ଅଭ୍ୟାସ

ନୂଆଦିଲ୍ଲୀ: Chanakya Niti: ଏକ ସୁନ୍ଦର, ଶୃଙ୍ଖଳିତ ଜୀବନ ଅତିବାହିତ କରିବା ପାଇଁ ଜୀବନରେ ଚାଣକ୍ୟ  (Chanakya) ଙ୍କ ନୀତି ବହୁ ଗୁରୁତ୍ୱ ରଖେ । ଏକଥାକୁ ଅନେକ ଲୋକ ମଧ୍ୟ ସେମାନଙ୍କ ଜୀବନରେ ଉପଯୋଗ କରନ୍ତି । ତେବେ ଚାଣକ୍ୟ ନୀତି ଯଦିଓ ବେଶ କଠୋର, କିନ୍ତୁ ତାହା ବାସ୍ତବ ଜୀବନରେ ଅନେକ ଗୁରୁତ୍ୱବହନ କରିଥାଏ ।  ଚାଣକ୍ୟ ମାନବ ଜୀବନ ସମ୍ବନ୍ଧୀୟ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି ।

ଦେଶର ସବୁଠାରୁ ବଡ଼ ରାଜନୀତିଜ୍ଞ, କୂଟନୀତିଜ୍ଞ ତଥା ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ କେବଳ ପୁରୁଷ ନୁହଁନ୍ତି ମହିଳା, ଛାତ୍ର, ଚାକିରି କରୁଥିବା ଲୋକ ଏବଂ ବନ୍ଧୁଙ୍କ ସହ ଜଡିତ ସମସ୍ତ କଥା କହିଛନ୍ତି । ଯାହାକୁ ଆପଣାଇ ଯେ କେହିଁ ପ୍ରଗତିର ପାହାଚ ଚଢ଼ିପାରିବେ ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରର ଚତୁର୍ଥ ଅଧ୍ୟାୟରେ କହିଛନ୍ତି କେଉଁ କାରଣରୁ ଶୀଘ୍ର ବୃଦ୍ଧାବସ୍ଥା ଆସେ । ଚାଣକ୍ୟ ଏହି ଅଧ୍ୟାୟର ସପ୍ତଦଶ ଶ୍ଲୋକରେ କହିଛନ୍ତି ଯେ,  କେଉଁ କାମ କରିବାରୁ ବା ନ କରିବାରୁ ଶୀଘ୍ର ବୃଦ୍ଧାବସ୍ଥା ଆସିଥାଏ । ସେ ପୁରୁଷ ଓ ସ୍ତ୍ରୀ ସହିତ ଘୋଡ଼ାର ବୃଦ୍ଧାବସ୍ଥାର କାରଣ ମଧ୍ୟ କହିଛନ୍ତି ।

ଚାଣକ୍ୟ କହିଛନ୍ତି ଯେ, ଯେପରି ପ୍ରଚଣ୍ଡ ଖରାରେ ପୋଷାକ ଶୁଖିବା ଦ୍ୱାରା ତାର ମଜବୁତି ନଷ୍ଟ ହୋଇଯାଏ ଓ ରଙ୍ଗ ଫିକା ପଡ଼ିଯାଏ, ସେହିଭଳି ଏପରି କିଛି କାମ ଅଛି, ଯାହା କରାଗଲେ କିମ୍ବା କରା ନ ଗଲେ ମନୁଷ୍ୟକୁ ଅକାଳ ବୃଦ୍ଧାବସ୍ଥା ଆସିଯାଏ ।

ଅଧବା ଜରା ମନୁଷ୍ୟାଣାଂ ବଜିନାଂ ବନ୍ଧନଂ ଜରା।
ଅମୈଥୁନଂ ଜରା ସ୍ତ୍ରୀଣାଂ ବସ୍ତ୍ରାଣାମାତପୋ ଜରା।।

ଏହି ଶ୍ଲୋକର ଅର୍ଥ ହେଉଛି ଯେ, ଯେଉଁ ମନୁଷ୍ୟ ଅଧିକ ଚାଲନ୍ତି କିମ୍ବା ଭ୍ରମଣ କରନ୍ତି, ସେ ଶୀଘ୍ର ବୃଦ୍ଧ ହୋଇଯାଆନ୍ତି । ଯଦି ଘୋଡ଼ାମାନଙ୍କୁ ସବୁବେଳେ ବାନ୍ଧି ରଖାଯାଏ, ତେବେ ସେମାନେ ମଧ୍ୟ ଶୀଘ୍ର ବୃଦ୍ଧ ହୋଇଯାଆନ୍ତି । ଯଦି ମହିଳାମାନେ ଶାରୀରିକ ସୁଖ ନ ପାଆନ୍ତି ତେବେ ସେମାନେ ଖୁବ୍ ଶୀଘ୍ର ବୃଦ୍ଧ ହୋଇଯାଆନ୍ତି ।

ଠିକ୍ ସେହିପରି, ମନୁଷ୍ୟର ସୂର୍ଯ୍ୟ କିରଣ ଯୋଗୁଁ ପୋଷାକ ଶୀଘ୍ର ଚିରିଯାଏ, ଅର୍ଥାତ୍ ଖରା ପୋଷାକକୁ ଶୀଘ୍ର ବୁଢ଼ା କରିଦେଇଥାଏ । ଚାଣକ୍ୟ ନୀତିର ଚତୁର୍ଥ ଅଧ୍ୟାୟର ସପ୍ତଦଶ ପଦରେ ଲେଖା ହୋଇଛି ଯେ ଯେଉଁମାନେ ସର୍ବଦା ଯାତ୍ରା କରନ୍ତି, ସେମାନେ ନିୟମିତ ନ ରହିବା କାରଣରୁ ବୃଦ୍ଧାବସ୍ଥାର ଶିକାର ହୁଅନ୍ତି ।

ଅଧିକ ପଢ଼ନ୍ତୁ:-ପୁଟିନଙ୍କ ପାଇଁ ବଳିଦାନ! ୧୮ ବର୍ଷରୁ କମ୍ ବୟସର ପୁଅମାନଙ୍କୁ ଯୁଦ୍ଧ ଲଢ଼ିବାକୁ ପଠାଇବେ ଚେଚେନ୍ୟା କମାଣ୍ଡର

ଭ୍ରମଣର ଥକ୍କାପଣ ଓ ଖାଇବା ପିଇବାରେ ଗଡ଼ବଡ଼ି ଶରୀର-ମନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ସବୁବେଳେ ବନ୍ଧା ହୋଇଥିବା ଘୋଡ଼ା ମଧ୍ୟ ଖୁବ୍ ଶୀଘ୍ର ପୁରୁଣା ହୋଇଯାଏ । ଏହା କରିବା ତାର ଶାରୀରିକ ପ୍ରକୃତିର ବିରୋଧୀ । ଏପରି କରି ମନୁଷ୍ୟ ତାକୁ ଗୃହପାଳିତ ପଶୁ କରିନେଇଥାଏ, କିନ୍ତୁ ବାସ୍ତବରେ ସେ ଏକ ମୁକ୍ତ ଚଳପ୍ରଚଳ କରୁଥିବା ପ୍ରାଣୀ ।