Advertisement
Article Detail0/zeeodisha/odisha767785
Zee OdishaOdisha LifeStyle and Othersମଣିଷ ସହ ସମ୍ପର୍କ ରଖିବାକୁ ଭଲ ପାଆନ୍ତି ଗାଈ: ଅଧ୍ୟୟନ

ମଣିଷ ସହ ସମ୍ପର୍କ ରଖିବାକୁ ଭଲ ପାଆନ୍ତି ଗାଈ: ଅଧ୍ୟୟନ


କେଜାଣେ କେଉଁ କାଳରୁ ମଣିଷ ଓ ପଶୁ ମଧ୍ୟରେ ଏକ ନିବିଡ ସମ୍ପର୍କ ରହିଆସିଛି। ସେଥିମଧ୍ୟରୁ ଗାଈ ଅନ୍ୟତମ। ଅନ୍ୟ ପଶୁଙ୍କ ତୁଳନାରେ ଗାଈକୁ ମଣିଷ ଅଧିକ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଜଣାଏ।

ମଣିଷ ସହ ସମ୍ପର୍କ ରଖିବାକୁ ଭଲ ପାଆନ୍ତି ଗାଈ: ଅଧ୍ୟୟନ

କୋରୋନା ଡର ଏବେ ମଣିଷ ଓ ମଣିଷ ଭିତରେ ଏହ ଲମ୍ବା ଫାଟ ସୃଷ୍ଟି କରିଛି। ସିଧାସଳଖ ବା ମୁହାଁମୁହିଁ ଯୋଗାଯୋଗ କରିବା ବଦଳରେ ଏଥିପାଇଁ ବୈଷୟିକ ବିଜ୍ଞାନର ଅହେତୁକ ବ୍ୟବହାର କରୁଛି। ଏଭଳି ହେବା ଫଳରେ ସମର୍କରେ ଏକ ପ୍ରକାରର ଫାଟ ସୃଷ୍ଟି ହୋଇଛି। ତେବେ ଏହା କେବଳ ମଣିଷ ନୁହେଁ ପଶୁଙ୍କ ଠାରେ ବି ସମାନ ସମସ୍ୟା ଦେଖିବାକୁ ମିଳିଛି।

ନିକଟରେ ଗାଈଙ୍କ ବ୍ୟବହାରକୁ ନେଇ ଅଷ୍ଟ୍ରିଆର ଭେଟେନାରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା। ଏଥିରେ ବିଶେଷ କରି ଗାଈ ଓ ମଣିଷ ମଧ୍ୟରେ ଥିବା ସମ୍ପର୍କକୁ ଗରୁତ୍ୱ ଦିଆଯାଇଥିଲା। ପ୍ରଥମେ ଲାଉଡ ସ୍ପକର ମାଧ୍ୟରେ ଗାଈଙ୍କୁ ମଣିଷର ରେକର୍ଡିଂ ଭଏସ ଶୁଣା ଯାଇଥିଲା। ପରେ ସେମାନଙ୍କ ସିଧାସଳଖ କଥାବାର୍ତ୍ତା କରାଯାଇଥିଲା।

ତେବେ ଗାଈଙ୍କ ଉପରେ ଲାଉଡସ୍ପିକର ଅପକ୍ଷା ସିଧାସଳଖ କଥାବାର୍ତ୍ତାର ଅଧିକ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହିଁ, ସିଧାସଳଖ କଥାବାର୍ତ୍ତା କରିବା ଦ୍ୱାରା ଗାଈ ଗୁଡିକ ମଣିଷର ନିକଟତର ହୋଇଥିଲେ। ତେବେ ଏଥିରୁ ଗବେଷକମାନେ ଏହି ସିଦ୍ଧାନ୍ତରେ ଉପନିତ ହେଲେ ଯେ, ଗାଈଙ୍କୁ ମଣିଷ ସହ ସିଧାସଳଖ କଥାବାର୍ତ୍ତା ହେବାକୁ ଭଲ ଲାଗେ।  

Add Zee News as a Preferred Source

ଗବେଷଣାରେ  ୨୮ଟି ଗାଈକୁ ସାମିଲ କରାଯାଇଥିଲା। ଗାଈଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିବା ସମୟରେ ହୃଦସ୍ପନ୍ଦନ ପରିବର୍ତ୍ତନଶୀଳତା ଅଧିକ ଥିଲା, ଏହା ଦର୍ଶାଏ ଯେ ସେମାନେ ନିଜକୁ ଉପଭୋଗ କରୁଛନ୍ତି। କିନ୍ତୁ ରେକର୍ଡ ହୋଇଥିବା ସ୍ୱର ଶୁଣିବା ପରେ ହୃଦୟର ଗତି କମ୍ ଥିଲା, ଯାହା ସୂଚାଇ ଦିଏ ଯେ ପଶୁମାନେ ଅଧିକ ଏହି ପ୍ରଣାଳୀକୁ ଗ୍ରହଣ କରୁନାହିନ୍ତି।

ଭେଟେନାରୀ ବିଶ୍ୱବିଦ୍ୟାଳୟର ଲେଖକ ଅନିକା ଲାଙ୍ଗ କହିଛନ୍ତି, "ଆମର ଅଧ୍ୟୟନରୁ ଜଣାପଡିଛି ଯେ ମାନବ ସ୍ୱରର ରେକର୍ଡିଂ ଅପେକ୍ଷା ଜୀବନ୍ତ କଥାବାର୍ତ୍ତା ପଶୁମାନଙ୍କ ପାଇଁ ଅଧିକ ଆରାମଦାୟକ। ମାନକକରଣ ବଦଳରେ ସମ୍ପର୍କ କୃତ୍ରିମ ହୋଇଗଲେ ପାରସ୍ପରିକ କ୍ରିୟା କମ୍ ସକରାତ୍ମକ ହୋଇପାରେ। କିନ୍ତୁ ଏଥିପାଇଁ ଆହୁରି ଗବେଷଣା ଆବଶ୍ୟକ।"

ମଣିଷ ସ୍ୱରର ଶବ୍ଦକୁ ଭିନ୍ନ ପ୍ରକାରେ ଶୁଣାଇ ଗାଈ କିଭଳି ପ୍ରତିକ୍ରିୟା ଦେଉଛି ତାହା ଉପରେ ଏବେ ଗବେଷଣା ଚାଲିଛି। ଏକ ପୂର୍ଣ୍ଣ ରିପୋର୍ଟ ଆସିଲେ ତାହା ପଶୁ-ମାନବ ସମ୍ପର୍କର ଉନ୍ନତି, ପଶୁ କଲ୍ୟାଣର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଅଧିକ ଅଧ୍ୟୟନରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

 

About the Author