Advertisement
Article Detail0/zeeodisha/odisha772950
Zee OdishaOdisha LifeStyle and OthersIPL 2020: ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ଷ୍ଟୋକ୍ସଙ୍କ ଷ୍ଟ୍ରୋକରେ ଧରାଶାୟୀ ମୁମ୍ବାଇ

IPL 2020: ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ଷ୍ଟୋକ୍ସଙ୍କ ଷ୍ଟ୍ରୋକରେ ଧରାଶାୟୀ ମୁମ୍ବାଇ

ଗତକାଲି ଆଇପିଏଲରେ ୨ଟି ମ୍ୟାଚ ଖେଳାଯାଇଥିଲା। ପ୍ରଥମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦ୍ୱିତୀୟରେ ରାଜସ୍ଥାନ ରୟାଲ୍ସ ବିଜୟ ହୋଇଛନ୍ତି।

 

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଶନିବାର ପରି ରବିବାର ବି ଚଳିତ ଆଇପିଏଲରେ ୨ଟି ମ୍ୟାଚ ଖେଳାଯାଇଛି। ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସେହପରି ଦ୍ୱୀତିୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଓ ରାଜସ୍ଥାନ ରୟାଲ୍ସ (ଆରଆର୍) ମୁହାଁମୁହିଁ ହୋଇଥିଲେ। ଯେଉଁଥିଲେ ବିରାଟଙ୍କ ବାଙ୍ଗାଲୋର ଓ ପୋଲାର୍ଡଙ୍କ ମୁମ୍ୱାଇ ପରାସ୍ତ ହୋଇଛନ୍ତି।

ଆଇପିଏଲର ୪୪ ତମ ମ୍ୟାଚ ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସବୁଜ ଜର୍ସୀ ପିନ୍ଧିଥିବା ବିରାଟ ଦଳକୁ ନିରାଶ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ଓଭରରେ ମାତ୍ର ୧୪୫ ରନ ସଂଗ୍ରହ କରିଥିଲା। ଓପନର ଯୋଡି ବିଫଳ ହେବା ପରେ ଗ୍ରାଉଣ୍ଡ ସମ୍ଭାଳିଥିବା ରନ ମେସିନ କୋହଲି ଅର୍ଦ୍ଧ ଶତକ ଯୋଡି ଥିଲେ। କିନ୍ତୁ ତାହା ବେକାର ଯାଇଛି।

ହ୍ୟାଟ୍ରିକ ପରାଜୟ ପରେ ରବିବାର ଚେନ୍ନାଇ ଫ୍ୟାନ୍ସଙ୍କ ମୁହଁରେ ଫୁଟିଛି ହସ। ଚହଲ ଓ କରନ ବାଙ୍ଗାଲୋର ବ୍ୟାଟ୍ସମ୍ୟାନଙ୍କୁ ପାଣି ପିଆଇ ଦେଇଥିଲେ। ସେପଟେ ଋତୁରାଜ ଓ ରାୟୁଡୁଙ୍କ ଦମଦାର ବ୍ୟାଟିଂ ବଳରେ ଦଳକୁ ମିଳିଛି ଚଳିତ ଆଇପିଏଲର ୪ର୍ଥ ବିଜୟ। ୮ଟି ୱିକେଟରେ ବାଙ୍ଗାଲୋର ବିପକ୍ଷ ମ୍ୟାଚକୁ ଚେନ୍ନାଇ କବଜା କରିନେଇଛି। ଫିନିସିଂ ଛକା ସହ କେବଳ ୧୮ ଓଭର ୪ଟି ବଲରେ ଚେନ୍ନାଇ ବିଜୟ ଧ୍ୱଜା ଉଡାଇ ନିଜ ପରାଜୟ ଧାରାରେ ବ୍ରେକ ଲଗାଇଛି। 

Add Zee News as a Preferred Source

ସେପଟେ ଆଇପିଏଲର ୪୫ତମ ମ୍ୟାଚରେ ଧରାଶାୟୀ ହୋଇଛି ମୁମ୍ୱାଇ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରାକ୍ରମ ପରେ ବି ରାଜସ୍ଥାନ ଆଗରେ ଫିକା ପଡିଛି ମୁମ୍ବାଇର ଚମକ। ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ୧୯୫ ରନର ଏକ ବିଶାଳ ଦୁର୍ଗ ଠିଆ କରିଥିଲା। କିନ୍ତୁ ବେନ ଷ୍ଟୋକ୍ସଙ୍କ ଷ୍ଟ୍ରକ ଏହାକୁ ଭାଙ୍ଗି ଦେଇଛି। ସଞ୍ଜୁ ସାମସନ ବି ଷ୍ଟକଙ୍କୁ କରିଥିବେ ସପୋର୍ଟ।

ରାଜସ୍ଥାନ ଆଗରେ ପ୍ରଭାବହୀନ ହୋଇଛି ମୁମ୍ବାଇର ଲଢୁଆ ସ୍କୋର ୧୯୫। ଚେନ୍ନାଇ ପରେ ରାଜସ୍ଥାନ ମଧ୍ୟ ୮ଟି ୱିକେଟ ଓ ୧୮ ଓଭର ୨ଟି ବଲରେ ଟାର୍ଗେଟ ପୂରା କରିବାରେ ସଫଳ ହୋଇଛି। ବିସ୍ଫୋରକ ବ୍ୟାଟ୍ସମ୍ୟାନ ବେନ ଷ୍ଟୋକ୍ସ ମାତ୍ର ୬୦ଟି ବଲରେ ଅପରାଜିତ ୧୦୭ ରନ କରିଛନ୍ତି। ସେଥିରେ ୧୪ଟି ଚୌକା ଓ ୩ଟି ଛକା ସାମିଲ ଅଛି। ସେପଟେ ୪ର୍ଥ ମ୍ୟାଚ ପରସ୍ତ ପରେ ବି ମୁମ୍ବାଇ ପଏଣ୍ଟ ଟେବୁଲର ଟପରେ ନିଜ ସ୍ଥାନ ବଜାୟ ରଖିଛି।