ଆଜିର ରାଶିଫଳ: ପାରିବାରିକ ବିଶୃଙ୍ଖଳା ଦେଖାଦେବ, ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିପାରେ
Advertisement

ଆଜିର ରାଶିଫଳ: ପାରିବାରିକ ବିଶୃଙ୍ଖଳା ଦେଖାଦେବ, ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିପାରେ

ଶରୀର ସୁସ୍ଥ ରହିବ । ପୂର୍ବ ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବେ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ବୁଝାମଣାର ଅଭାବ ପରିଲକ୍ଷିତ ହେବ । ବ୍ୟବସାୟରେ ଅଧିକ ପୁଞ୍ଜିର ଆବଶ୍ୟକତା ପଡିବ ।

ପ୍ରତିକାତ୍ମକ ଫଟୋ

ମେଷ: ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରହିବ । କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ । ଅକସ୍ମାତ୍ ଧନପ୍ରାପ୍ତିର ଯୋଗ ରହୁଛି । ଛାତ୍ରଛାତ୍ରୀମାନେ ଲିଖନ ପଠନରେ ମନନିବେଶ କରିବେ ।  

ବୃଷ: ଦିନଟି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିରେ ବିଳମ୍ବ ହେବ । ଅବସର ସମୟର ସଦ୍‌ଉପଯୋଗ କରିବେ । ପାରିବାରିକ ବିଶୃଙ୍ଖଳା ଦେଖାଦେବ ।  

ମିଥୁନ: ଈଶ୍ୱର ବିଶ୍ୱାସୀ ହେବେ । ସ୍ୱାସ୍ଥ୍ୟ ସଚେତନ ହେବେ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଗୃହକୁ ବିବାହ ଆଦି ପ୍ରସ୍ତାବ ଆସିବ ।  

କର୍କଟ: ଶରୀର ସୁସ୍ଥ ରହିବ । ପୂର୍ବ ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବେ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ବୁଝାମଣାର ଅଭାବ ପରିଲକ୍ଷିତ ହେବ । ବ୍ୟବସାୟରେ ଅଧିକ ପୁଞ୍ଜିର ଆବଶ୍ୟକତା ପଡିବ ।  

Also Read: ଭଗବାନଙ୍କ ସମ୍ନାନ ପାଇଁ ଆଇନ କାର୍ଯ୍ୟକାରୀ କରୁ ସଂସଦ: Allahabad High Court

ସିଂହ: ଅନାବଶ୍ୟକ ଖର୍ଚ୍ଚ ବଢିବ । ଧାର କରଜ କରିପାରନ୍ତି । ଧୈର୍ଯ୍ୟଚ୍ୟୁତ ହେବେ । ପାଖଲୋକ ବିଶ୍ୱାସଘାତକତା କରିବେ । ପଡୋଶୀଙ୍କ ସମ୍ପର୍କରେ ତିକ୍ତତା ଆସିବ ।  

କନ୍ୟା: ଆଳସ୍ୟ ପରାୟଣ ହେବେ । ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବ । ବିରକ୍ତିଭାବ ପ୍ରକାଶ ପାଇବ । ବ୍ୟୟ ଭାର ବୃଦ୍ଧି ପାଇବ । ପରିବାରରେ ଅଶାନ୍ତି ଉପୁଜିବ ।  

ତୁଳା: ବିଳାସ ବ୍ୟସନରେ ଦିନଚର୍ଯ୍ୟା କରିବେ । ବେପରୁଆ ଭାବେ ଖର୍ଚ୍ଚ କରିବେ । କର୍ମ କ୍ଷେତ୍ରରେ ପାରଦର୍ଶିତା ଦେଖାଇବେ । ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ । ସୁବର୍ଣ୍ଣ ସଂପଦ ପ୍ରାପ୍ତିର ଯୋଗ ରହିଛି ।

ବିଛା: ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ଜାହିର୍ କରିବେ । ମନ ପ୍ରଫୁଲ୍ଲିତ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ପ୍ରଶଂସିତ ହେବେ । ପରିବାରରେ ଉତ୍ତମ ବୁଝାମଣା ପରିଲକ୍ଷିତ ହେବ । 

Also Read:  ପଦ୍ମଶ୍ରୀ ପୁରସ୍କାର ନେବାକୁ ଓଡ଼ିଶାର ଏହି ବରପୁତ୍ର ଖାଲି ପାଦରେ ପହଞ୍ଚିଥିଲେ ଦିଲ୍ଲୀ, ପିନ୍ଧିଥିଲେ ଧୋତି ଓ କାନ୍ଧରେ ଥିଲା ଗାମୁଛା 

ଧନୁ: ଦେହ ଓ ମନ ସୁସ୍ଥ ରହିବ । ସୁଖ ସମ୍ମାନ ପ୍ରାପ୍ତ ହେବ । ବ୍ୟବସାୟ ଆଶାନୁରୂପକ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।  

ମକର: ମନ ପ୍ରଫୁଲ୍ଲ ରହିବ । କର୍ମ ତତ୍ପରତା ବୃଦ୍ଧି ପାଇବ । ହର୍ଷ ଉଲ୍ଲାସରେ ଦିନ କାଟିବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ନୂତନ ଦ୍ରବ୍ୟ କ୍ରୟ କରିବେ ।  

କୁମ୍ଭ: ଶାରୀରିକ ସୁସ୍ଥତା ଲାଭ କରିବେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କର୍ମ କରି ସଫଳ ହେବେ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହେବ । ଅପରାହ୍ନରେ ଦୂରଯାତ୍ରା କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମୀନ: ପୂଜା ଅର୍ଚ୍ଚନାକୁ ମନ ବଳିବ । ତୀର୍ଥ ସ୍ଥାନ ପରିଦର୍ଶନ କରିବେ । ଦୟାଳୁ ସ୍ୱଭାବର ହେବେ । ପାରିବାରିକ ସୁଖଶାନ୍ତି ପ୍ରାପ୍ତ ହେବ । ସୁଖପୂର୍ଣ୍ଣ ଭ୍ରମଣ ହେବ ।