ଆଜିର ରାଶିଫଳ: ଘଟିପାରେ ସୁଖକର ଘଟଣାମାନ, ଜାଣନ୍ତୁ ଶୁଭ ସମୟ ଓ ରାହୁକାଳ
Advertisement

ଆଜିର ରାଶିଫଳ: ଘଟିପାରେ ସୁଖକର ଘଟଣାମାନ, ଜାଣନ୍ତୁ ଶୁଭ ସମୟ ଓ ରାହୁକାଳ

୧୫ ନଭେମ୍ବର ୨୦୨୧ : ସୋମବାର, କାର୍ତ୍ତିକ ମାସ, ଚନ୍ଦ୍ର - ମିନ ରାଶି, ନକ୍ଷତ୍ର - ଉତ୍ତରା ଭାଦ୍ରପଦ, ତିଥି – ଏକାଦଶୀ, ଘାତଚନ୍ଦ୍ର - ଧନୁ ରାଶି , ଘାତବାର - ମିଥୁନ ରାଶି , ରାହୁକାଳ - ୦୭:୧୯ ରୁ ୦୮:୪୩, ଶୁଭ ସମୟ - ୦୮:୫୦ ରୁ ୧୦:୦୦

ପ୍ରତିକାତ୍ମକ ଫଟୋ

ମେଷ: ଧନ-ସମ୍ପଦ ଲାଭର ସୂଚନା ମିଳୁଛି । ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭଖବର ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବ୍ୟବସାୟରେ ପ୍ରଚୁର ଲାଭ ମିଳିବ । ହଠାତ୍ କିଛି ଅର୍ଥ ମିଳିପାରେ ।  

ବୃଷ: ଅନିଶ୍ଚିତତା ଅନୁଭବ କଲେ ବି ଉଦ୍ୟମ ଜାରି ରଖିବେ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୂକୂଳ ରହିଛି । ଆନନ୍ଦ ଉପଭୋଗ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ ।  

ମିଥୁନ: ଖବର ଆପଣଙ୍କ ପାଇଁ ସୁଖକର ହେବ ନାହିଁ । ତଥାପି ଭାଗ୍ୟର ପରିବର୍ତ୍ତନ ଆଶା କରାଯାଏ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ପରିବେଶ ସ୍ୱାସ୍ଥ୍ୟ ହାନିର କାରଣ ହୋଇପାରେ । ଏକ ପତ୍ନୀ ବ୍ରତ ଆଚରଣ କରିପାରନ୍ତି । ଅଶାନ୍ତି ଦୂର ହୋଇପାରେ ।

କର୍କଟ: ସଞ୍ଚୟ ଉପଯୋଗ କରିପାରନ୍ତି । କଳହଠାରୁ ନିଜକୁ ଦୂରେଇ ରଖିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନର ସୁଯୋଗ ଅଛି । ସରକାରୀ ସ୍ତରରୁ ଲାଭ ଉଠାଇବେ ।

Also Read: ତୃତୀୟ ବିଶ୍ୱଯୁଦ୍ଧର ଆଭାସ; ତାଇୱାନ-ୟୁକ୍ରେନ ଉପରେ ହମଲା ଆଶଙ୍କା, ଋଷ-ଚୀନକୁ ଅଲ୍ଟିମେଟମ୍ ଦେଲା ଆମେରିକା

ସିଂହ: ଯାତ୍ରା ସ୍ଥଗିତ ରଖିବା ଆପଣଙ୍କ ପାଇଁ ଭଲ ହେବ । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ । ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ବୃଥା କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ । ମିଠା କଥାରେ ପରକୁ ନିଜର କରିବେ ।  

କନ୍ୟା: ବିଭିନ୍ନ ସ୍ତରରୁ ସହଯୋଗ ପାଇ ଶତ୍ରୁର ମୁକାବିଲା କରିବେ । ଶେଷରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ସୁସମ୍ବାଦ ପାଇଁ ଖୁସି ହୋଇପାରନ୍ତି । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣପରିଶୋଧ କରି ଚିନ୍ତାମୁକ୍ତ ହେବେ ।

ତୁଳା: ମନ ପ୍ରସନ୍ନ ରହିବ । କାର୍ଯ୍ୟାଳୟରେ ଅଧିକ ଉର୍ତ୍ସଗୀକୃତ ହୋଇ କାର୍ଯ୍ୟ କରିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ । ମାଲି ମୋକଦ୍ଦମାରେ ବିଜୟୀ ହେବେ ।

ବିଛା: ଯେକୌଣସି କାର୍ଯ୍ୟ ବରାଦ ହେଲେ ବି ସେଥିରେ ଉତ୍ସାହ ବୃଦ୍ଧି ପାଇବ । ପରିଶ୍ରମର ମୂଲ୍ୟ ମିଳିବ । କନ୍ୟା ସନ୍ତାନ ଆପଣଙ୍କ ପାଇଁ ଶୁଭଦାୟକ ହେବ । କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି । ତ୍ୟାଗପୁତ ଜୀବନଯାପନ କରିବେ ।

Also Read: ମହାମାରୀ ପାଇଁ ବିବାହ ଅଟକାଇଥିଲେ ଅଭିନେତ୍ରୀ, ଏବେ ପୁଅ ହେବେ ବାପାର ବାରାତି

 

ଧନୁ: ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟ ମାନ୍ଦା ହେବ । ପାରିବାରିକ ଜୀବନରେ ଭୁଲ ବୁଝାମଣାର ଶିକାର ହେବେ ।

ମକର: ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ପୁନ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷି କର୍ମରେ ତତ୍ପରତା ପ୍ରକାଶ ପାଇବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।

କୁମ୍ଭ: ଭଲ ରୋଜଗାର ହେବାର ସୂଚନା ମିଳୁଛି । ଜନ ସଂପର୍କ ବୃଦ୍ଧି ପାଇବ । କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତିଗାଥା ଉପରେ ଉପର କାନ ଡେରିବେ ।    

ମୀନ: ଧର୍ମ-ଧାରଣା ଆପଣଙ୍କୁ ବିଜୟ ସୂଚନା ପ୍ରଦାନ କରିବ । ଉଚ୍ଚ ଆଶା ପୂରଣ ହୋଇପାରେ । ଭଲ ଆୟ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଉତ୍ତମ ଭୋଜନ ମିଳିବ । ନୂଆବନ୍ଧୁ ଜୁଟି ପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ସୁଖଭୋଗ କରିପାରନ୍ତି ।