ଆଜିର ରାଶିଫଳ; ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ?
X

ଆଜିର ରାଶିଫଳ; ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ?

୨୬ ଅକ୍ଟୋବର ୨୦୨୧ : ମଙ୍ଗଳବାର, କାର୍ତ୍ତିକ ମାସ, ତିଥି –ପଞ୍ଚମୀ, ନକ୍ଷତ୍ର –ଆଦ୍ରା, ଚନ୍ଦ୍ର : ମିଥୁନ ରାଶି, ଘାତଚନ୍ଦ୍ର : କନ୍ୟା ରାଶି, ଘାତବାର : ମକର ରାଶି, ରାହୁକାଳ : ୦୨:୨୩ ରୁ ୦୩:୪୯, ଶୁଭ ସମୟ : ୧୦:୧୦ ରୁ ୧୧:୧୦

ଆଜିର ରାଶିଫଳ; ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ?

ମେଷ: ପୂଜା ଅର୍ଚ୍ଚନା ପାଇଁ ମନ ବଳିବ । କର୍ତ୍ତବ୍ୟ ନିଷ୍ଠ ହେବେ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଆୟ ଅବ୍ୟାହତ ରହିବ ।

ବୃଷ: ମନ ଉତ୍‌ଫୁଲ ରହିବ । ଧର୍ମସ୍ଥଳକୁ ପରିଦର୍ଶନରେ ଯିବେ ।ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁମିଳନର ଯୋଗ ରହିଛି । ଆୟ ଉତ୍ତମ ହେବ ।

ମିଥୁନ: ଶରୀର ସୁସ୍ଥ ରହିବ । କର୍ମ କ୍ଷେତ୍ର ଉତ୍ସାହ ପ୍ରଦ ହେବ । ଆୟ ଓ ବ୍ୟୟ ସମାନ ରହିବ । ମହିଳାମାନେ ଧର୍ମ କର୍ମରେ ବ୍ୟସ୍ତ ରହିବେ ।

କର୍କଟ: ଦୃଢ ମନୋବଳ ନେଇ କାର୍ଯ୍ୟ କଲେ ସୁଫଳ ପାଇବେ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ ।କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ପାଇବେ ।

Also Read: ଶୀତଦିନେ ପାଳଙ୍ଗ ଖାଇଲେ ମିଳିଥାଏ ଏସବୁ ଫାଇଦା, ଜାଣି ଚକିତ ହେବେ ଆପଣ!

 

ସିଂହ: ବୁଦ୍ଧି ବିଚାରୀ କାର୍ଯ୍ୟ କରିବେ । କର୍ମ କ୍ଷେତ୍ର ସହଜ ସରଳ ବୋଧ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ସନ୍ତାନଙ୍କ କାର୍ଯ୍ୟକଳାପରେ ଚିନ୍ତା ପ୍ରକଟ କରିବେ ।

କନ୍ୟା: ମନ ଅସ୍ଥିର ରହିବ । କର୍ମ ଚାପ ବଢିଯିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ ।  ଦୁଃସମ୍ବାଦ ପ୍ରାପ୍ତି ହେବ । ପାରିବାରିକ ଅଶାନ୍ତି ଦେଖାଦେବ ।

ତୁଳା: କର୍ମ ତତ୍ପରତା ପ୍ରକାଶ ପାଇବ । କେତେକ ବକେୟା କାର୍ଯ୍ୟର ସମ୍ପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ଜୀବନ ସୁଖଶାନ୍ତିପୂର୍ଣ୍ଣ  ରହିବ । ଛାତ୍ରଛାତ୍ରୀମାନେ ପଢାପଢିରେ ପାରଦର୍ଶିତା ଦେଖାଦେବ ।

ବିଛା: ସମୟାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ନିଷ୍ଠାର ସହ ସମ୍ପାଦନ କରିବେ । ମନ ପ୍ରସନ୍ନ ରହିବ । ଦାୟିତ୍ୱବୋଧ ବୃଦ୍ଧି ପାଇବ । ଆୟର ଅଭିବୃଦ୍ଧି ପରିଲକ୍ଷିତ ହେବ ।

Also Read: ହୃଦୟ ଭାଙ୍ଗିଲେ ବି ହେବ ହାର୍ଟ ଆଟାକ: ମହିଳା ହେବେ ଅଧିକ ଶିକାର !

ଧନୁ: ଶାନ୍ତିପୂଣ୍ଣ ର୍ ଜୀବନ ଯାପନ କରିବେ । କର୍ମ କ୍ଷେତ୍ର ସହଜ ସରଳ  ବୋଧଗମ୍ୟ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ । ବ୍ୟାଙ୍କ ଓ ବୀମା କର୍ମଚାରୀମାନେ ବିଶେଷ ଉପକୃତ ହେବେ ।

ମକର:ଦିନଟିରେ ଚିନ୍ତାଗ୍ରସ୍ତ ରହିବେ । ଆର୍ଥିକ ଅନାଟନ ଦେଖାଦେବ । କାର୍ଯ୍ୟାଳୟରେ ଉଚ୍ଚ ଅଧିକାରୀଙ୍କ  କ୍ରୋଧର ଶିକାର ହେବେ । ପାରିବାରିକ ଅଶାନ୍ତି ଦେଖାଦେବ ।  

କୁମ୍ଭ: ସମସ୍ତ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ସନ୍ତାନଙ୍କ କୃତିତ୍ୱରେ ଆତ୍ମସନ୍ତୋଷ ପାଇବେ । ମହିଳାମାନେ ଗୃହ ନିପୁଣା ହେବେ । ବିଦ୍ୟାର୍ଥୀମାନେ ଲିଖନ ପଠନରେ ପାରଦର୍ଶିତା ଲାଭ  କରିବେ ।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ । ପାରିବାରିକ ସମସ୍ୟା ଥିଲେ ତାହା ସମାଧାନ ହୋଇପାରିବ । ପାରିବାରିକ ବୁଝାମଣା ଉତ୍ତମ ରହିବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ବନ୍ଧୁଙ୍କ ସାହାଯ୍ୟ ମିଳିବ ।  

Trending news