ଆଜିର ରାଶିଫଳ: ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ?
Advertisement
Article Detail0/zeeodisha/odisha981582

ଆଜିର ରାଶିଫଳ: ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ?

୦୮ ସେପ୍ଟେମ୍ବର ୨୦୨୧, ବୁଧବାର, ଭାଦ୍ରବ ମାସ, ଦ୍ଵିତୀୟା, ନକ୍ଷତ୍ର: ଉତ୍ତରା ଫାଲ୍ଗୁନି, ଚନ୍ଦ୍ର: କନ୍ୟା ରାଶି, ଘାତଚନ୍ଦ୍ର: ବୃଷ ରାଶି, ଘାତବାର: କର୍କଟ ରାଶି, ରାହୁକାଳ: ୧୧:୪୪ ରୁ ୦୧:୧୭, ଶୁଭ ସମୟ: ୦୮:୪୦ରୁ ୧୦:୦୦

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ମେଷ: ଦେହ ଓ ମନ ଭଲ ରହିବ । କର୍ମ ଚଞ୍ଚଳ ରହିବେ । କର୍ମ କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ । ଅକସ୍ମାତ ଧନପ୍ରାପ୍ତିର ଯୋଗ ରହୁଛି । ବ୍ୟବସାୟରେ ସଫଳତା ପାଇବେ । ଆଇନ୍‌, ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ ।

ବୃଷ: ମନ ଅସ୍ଥିର ରହିବ । ଆୟ ବାଧାପ୍ରାପ୍ତ ହେବ । ପଡୋଶୀମାନଙ୍କ  ସହ ମନାନ୍ତର ହେଖା ଦେବ । କର୍ମ କ୍ଷେତ୍ରରେ ଅଶାନ୍ତି ଦେଖା ଦେବ ।  ବ୍ୟବସାୟ ସ୍ୱଳ୍ପ ଲାଭ ହେବ । ପାରିବାରିକ ଜୀବନ ଶାନ୍ତିରେ କଟିବ ।

 ମିଥୁନ: ଶାରିରୀକ ସୁସ୍ଥତା ଲାଭ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । କାର୍ଯ୍ୟାଳୟରେ କାର୍ଯ୍ୟଚାପ ରହିବ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭ ପ୍ରଦ ହେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଅପରାହ୍ନରେ ଶୁଭଖବର ପ୍ରାପ୍ତ ହେବ ।

କର୍କଟ: ସାମାନ୍ୟ ଶରୀର ପୀଡା ଦେଖାଦେବ । ମନଭାରକ୍ରାନ୍ତ ରହିବ । ବ୍ୟସ୍ତତା ଭିତରେ ଦିନଚର୍ଯ୍ୟା କରିବେ । ବ୍ୟୟ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ ଆଖିଦୃଶିଆ ହେବ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।

Also Read: ଗଣେଶ ଚତୁର୍ଥୀରେ ଆସୁଛି 'ଚକ୍ଷୁବନ୍ଧନ'

ସିଂହ: ଦେହ ଓ ମନ ଭଲ ରହିବ । ଆୟ ତୁଳନାରେ ବ୍ୟୟ ଅଧିକ ରହିବ । ଗୃହକୁ ବନ୍ଧୁ ଆଗମନ ହୋଇପାରେ । ବ୍ୟବସାୟରେ ସଫଳତା ପ୍ରାପ୍ତି କରିବେ । ସନ୍ତାନଙ୍କ ପାଇଁ ଚିନ୍ତାରେ ରହିବେ ।

କନ୍ୟା: ଶରୀର ସୁସ୍ଥ ରହିବ । ଦୃଢ ମନା ହୋଇ ସମସ୍ତ କାର୍ଯ୍ୟ  ନିର୍ବାହ କରିବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟିକ ସଫଳତା ପ୍ରାପ୍ତି କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସଭା ସମିତିରେ ନିଜର ପ୍ରାଧାନ୍ୟ ଜାହିର୍ କରିବେ ।

ତୁଳା: ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ ଅଟେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କର୍ମ ସମ୍ପାଦନ କରିବେ । ଆୟ ବୃଦ୍ଧି ପାଇବ । ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ଶୁଭପ୍ରଦ ଅଟେ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ  ରହିବ ।

ବିଛା: ଶାରିରୀକ ସୁସ୍ଥତା ଲାଭ କରିବେ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ମହିଳାମାନଙ୍କର ସେବା ଓ ପୂଜାରେ ଦିନଟି କଟିବ । ଆୟ ଅଭିବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

Also Read: 'ଦରକାର ପଡ଼ିଲେ ସ୍କୁଲ ବନ୍ଦ ହେବ'

ଧନୁ: ସୂଚାରୁ ରୂପେ ସମସ୍ତ କାର୍ଯ୍ୟ ତୁଳାଇବେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବେ । କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ  ପ୍ରିୟଭାଜନ ହେବେ । ଆୟ ଉତ୍ତମ  ହେବ । ଆଇନ ଅଦାଲତର କାର୍ଯ୍ୟ ଆପଣଙ୍କ ସପକ୍ଷରେ ଯିବ । ପାରିବାରିକ ସୁଖଶାନ୍ତି ଲାଭ କରିବେ ।

ମକର: ମନ ପ୍ରସନ୍ନ ରହିବ । କର୍ତ୍ତବ୍ୟ ନିଷ୍ଠା ହେବେ । ପ୍ରତ୍ୟେକଟି କାର୍ଯ୍ୟ ସୁଚାରୁ ରୁପେ ହବ । ବନ୍ଧୁ ସହଯୋଗ ପାଇବେ । ବ୍ୟବସାୟରେ ଲାଭପ୍ରଦ ହବ । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ରହିବ ।

କୁମ୍ଭ: ସ୍ୱାସ୍ଥ୍ୟ ସଚେତନ ହେବେ । କର୍ତ୍ତବ୍ୟ ନିଷ୍ଠ ହେବେ । କାର୍ଯ୍ୟାଳୟରେ ଦାୟିତ୍ୱ ଭାର ବୃଦ୍ଧି ପାଇବ । ସହକର୍ମୀଙ୍କ ସହଯୋଗ ପାଇବେ । ଧନ ପ୍ରାପ୍ତି ହେବ । ସନ୍ତାନଙ୍କ କୃତିତ୍ୱ ମନରେ ଖୁସି ଆଣି ଦେବ ।

ମୀନ: ଶରୀର ସୁସ୍ଥ ରହିବ । କର୍ମ ତତ୍ପର ହେବେ । କର୍ମ କ୍ଷେତ୍ରରେ ସଫଳତା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟ ଲାଭପ୍ରଦ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ  ହେବ ।

;