ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ ଖଜୁରୀ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାର
Advertisement

ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ ଖଜୁରୀ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାର

ଖଜୁରୀରେ ବହୁତ ଲୌହ ରହିଛି, ଯାହା ଶରୀରରେ ରକ୍ତ ଅଭାବକୁ ଦୂର କରିବାରେ ବହୁତ ଲାଭଦାୟକ ହୋଇଥାଏ । ଖଜୁରୀରେ ଥିବା ଭିଟାମିନ୍ ବି କେଶକୁ ମଜଭୁତ କରିଥାଏ ।

ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ ଖଜୁରୀ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାର

ନୂଆଦିଲ୍ଲୀ: Benefits of Dates: ଖଜୁରୀ (Dates) ରେ ଲୌହ, ଖଣିଜ ପଦାର୍ଥ, କ୍ୟାଲସିୟମ୍, ଆମିନୋ ଏସିଡ୍, ଫସଫରସ୍ ଏବଂ ଭିଟାମିନ୍ ଭରପୂର ମାତ୍ରାରେ ମହଜୁଦ ଥାଏ । ସ୍ୱାସ୍ଥ୍ୟ ସହିତ ଏହା ଚର୍ମ ଓ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଖଜୁରୀରେ ଗ୍ଲୁକୋଜ ଓ ଫ୍ରୁକଟୋଜର ଭଣ୍ଡାର ରହିଥାଏ, ଯାହା ମଧୁମେହରେ ସହାୟକ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ଖଜୁରୀର ଉପକାରିତା:

ଖଜୁରୀରେ ବହୁତ ଲୌହ ରହିଛି, ଯାହା ଶରୀରରେ ରକ୍ତ ଅଭାବକୁ ଦୂର କରିବାରେ ବହୁତ ଲାଭଦାୟକ ହୋଇଥାଏ । ଖଜୁରୀରେ ଥିବା ଭିଟାମିନ୍ ବି କେଶକୁ ମଜଭୁତ କରିଥାଏ ।

ଖଜୁରୀରେ ପର୍ଯ୍ୟାପ୍ତ ପରିମାଣର ଗ୍ଲୁକୋଜ୍, ଫ୍ରୁକଟୋଜ ଏବଂ ସୁକ୍ରୋଜ୍ ମିଳିଥାଏ । ତେଣୁ ଏହାର ବ୍ୟବହାର ତୁରନ୍ତ ଶକ୍ତି ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ଯଦି ଆପଣଙ୍କ ଓଜନ କମ୍ ତେବେ ଖଜୁରୀର ବ୍ୟବହାର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଚିନି, ଭିଟାମିନ୍ ଏବଂ ଅନେକ ଜରୁରୀ ପ୍ରୋଟିନ୍ ଥାଏ ଯାହା ଓଜନ ବଢାଇବା ପାଇଁ କାମ କରେ ।

ଏଥିରେ ପର୍ଯ୍ୟାପ୍ତ ପରିମାଣର ଫାଇବର ଥାଏ, ଯେଉଁଥିପାଇଁ ହଜମ ପ୍ରକ୍ରିୟା ସଠିକ୍ ରହିଥାଏ । ପ୍ରତିଦିନ ରାତିରେ ଚାରିଟି ଖଜୁରୀ ପାଣିରେ ରଖନ୍ତୁ ଏବଂ ସକାଳେ ଉଠିବା ପରେ ଏହାକୁ ଖାଆନ୍ତୁ ।

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର

ଏହା ବି ପଢ଼ନ୍ତୁ:-ଦେଶକୁ ପୁଣି ଥରେ ରାସ୍ତା ଦେଖାଇଲା ଗୁଜୁରାଟ! ହାଇକୋର୍ଟ ଲାଇଭ ଷ୍ଟ୍ରିମିଂ ସିଷ୍ଟମକୁ ଆପଣାଇଲେ ଅନ୍ୟ ରାଜ୍ୟର ଉଚ୍ଚ ନ୍ୟାୟାଳୟ

ଏହା ବି ପଢ଼ନ୍ତୁ:-ଋଷରେ ତାଣ୍ଡବ କରୁଛି କୋରୋନା, ଦିନକରେ ରେକର୍ଡ ମୃତ୍ୟୁ; ସାରା ଦୁନିଆରେ ପୁଣି ବଢିବାକୁ ଲାଗିଛି କୋଭିଡ-19 ସଙ୍କଟ

ଏହା ବି ପଢ଼ନ୍ତୁ:-ବୋର୍ଡ ପରୀକ୍ଷାକୁ ନେଇ CBSE ର ବଡ଼ ଘୋଷଣା, ପରୀକ୍ଷା ପ୍ୟାଟର୍ନରେ ହେଲା ଏହି ପରିବର୍ତ୍ତନ