ଲାଭ ବଦଳରେ ହେବ କ୍ଷତି! ଏମାନେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଫଳ
Advertisement

ଲାଭ ବଦଳରେ ହେବ କ୍ଷତି! ଏମାନେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଫଳ

ଯଦି ମଧୁମେହ ରୋଗୀଙ୍କ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଏ ନାହିଁ, ତେବେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏପରି ରୋଗୀଙ୍କ ପାଇଁ ଫଳ ଖାଇବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଅଧିକ ଶୁଗାର ଥିବା ଫଳ ନୁହେଁ । ଯଦି ଆପଣ ମଧ୍ୟ ମଧୁମେହରେ ପୀଡ଼ିତ ଅଛନ୍ତି, ତେବେ ଜାଣନ୍ତୁ କେଉଁ ଫଳ ଖାଇବା ଉଚିତ୍ ନୁହେଁ...

ଲାଭ ବଦଳରେ ହେବ କ୍ଷତି! ଏମାନେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଫଳ

ଖାଦ୍ୟପେୟର ପରିବର୍ତ୍ତନ ଯୋଗୁଁ ଆଜିର ସମୟରେ ଅଧିକାଂଶ ଲୋକ ମଧୁମେହ (Diabetes) ରେ ପୀଡିତ ଥିବା ଜଣାପଡୁଛି । ଏହି ରୋଗରେ ପୀଡ଼ିତ ବ୍ୟକ୍ତି ନିଜର ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ସେମାନଙ୍କୁ ଅଧିକ ଶୁଗାର ଥିବା ଖାଦ୍ୟ ଖାଇବା ପାଇଁ ମନା ହୋଇଥାଏ । ଯଦି ମଧୁମେହ ରୋଗୀଙ୍କ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଏ ନାହିଁ, ତେବେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏପରି ରୋଗୀଙ୍କ ପାଇଁ ଫଳ ଖାଇବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଅଧିକ ଶୁଗାର ଥିବା ଫଳ ନୁହେଁ । ଯଦି ଆପଣ ମଧ୍ୟ ମଧୁମେହରେ ପୀଡ଼ିତ ଅଛନ୍ତି, ତେବେ ଜାଣନ୍ତୁ କେଉଁ ଫଳ ଖାଇବା ଉଚିତ୍ ନୁହେଁ...

୧. ଆମ୍ବ:- ବିଶେଷଜ୍ଞଙ୍କ ଅନୁଯାୟୀ, ମଧ୍ୟମ ଆକାରର ଆମ୍ବରେ ପ୍ରାୟ ୪୦-୪୫ ଗ୍ରାମ ଚିନି ଥାଏ । ଯଦି ମଧୁମେହ ରୋଗୀମାନେ ଏହାକୁ ସେବନ କରନ୍ତି, ତେବେ ସେମାନଙ୍କର ଶୁଗାର ସ୍ତର ଅଧିକ ହୋଇପାରେ ।

୨. କଦଳୀ: - ଏକ ମଧ୍ୟମ ଆକାରର କଦଳୀରେ ପ୍ରାୟ  ୧୫ ଗ୍ରାମ ଚିନି ଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଏହାକୁ ଖାଇବା ଦ୍ୱାରା ସେମାନଙ୍କର ଶୁଗାର ସ୍ତର ଅଧିକ ହୋଇପାରେ ।

ଏହା ବି ପଢ଼ନ୍ତୁ:-ଏହି ନେତାମାନଙ୍କୁ ରାଜ୍ୟସଭାକୁ ପଠାଇବ କଂଗ୍ରେସ, ଉପର ଗୃହରେ ଦଳର ବଢ଼ିବ ଆସନ!

ଏହା ବି ପଢ଼ନ୍ତୁ:-କ୍ଷମତା ପରିବର୍ତ୍ତନ ପାଇଁ ଇମ୍ରାନଙ୍କ 'ଆଜାଦୀ ମାର୍ଚ୍ଚ': ପାକିସ୍ତାନରେ ଗୃହଯୁଦ୍ଧ ପରି ପରିସ୍ଥିତି, ଜଳୁଛି ରାଜଧାନୀ

ଏହା ବି ପଢ଼ନ୍ତୁ:-ସଙ୍କଟରେ ସବୁଠୁ ବଡ଼ ସାମରିକ ମେଣ୍ଟ! ଏହି ୨ ଦେଶ ବାହାନାରେ ନାଟୋ ଠାରୁ ପ୍ରତିଶୋଧ ନେଉଛି ତୁର୍କୀ

 

୩. ଅଙ୍ଗୁର: - ବିଶେଷଜ୍ଞଙ୍କ ଅନୁଯାୟୀ, ୨ କପ୍ ଅଙ୍ଗୁରରେ ୫୦ ଗ୍ରାମ ଚିନି ରହିଥାଏ । ଯଦି ମଧୁମେହ ରୋଗୀମାନେ ଅଙ୍ଗୁର ଖାଆନ୍ତି, ତେବେ ସେମାନଙ୍କର ରକ୍ତରେ ଶର୍କରା ସ୍ତର ଅସନ୍ତୁଳିତ ରହିପାରେ ।

୪. ତରଭୁଜ: - ଡାକ୍ତରଙ୍କ ଅନୁଯାୟୀ, ତରଭୁଜ ଖାଇବା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇ ନଥାଏ । ଏକ ମଧ୍ୟମ ଆକାରର ତରଭୁଜରେ ୭ ଗ୍ରାମ ଚିନି ଥାଏ ।

୫. ସପୁରୀ: - ଅନୁସନ୍ଧାନକାରୀଙ୍କ ଅନୁଯାୟୀ, 1 କପ୍ ସପୁରୀରେ ୧୬.୩ ଗ୍ରାମ ଚିନିର ମାତ୍ରା ରହିଥାଏ । ଯଦି ମଧୁମେହ ରୋଗୀମାନେ ପ୍ରତିଦିନ ଏହାକୁ ଖାଆନ୍ତି, ତେବେ ସେମାନଙ୍କର ଶର୍କରା ସ୍ତର ସର୍ବଦା ଉଚ୍ଚରେ ରହିପାରେ ।