• ଦେଶ ପାଳୁଛି ୭୨ତମ ଗଣତନ୍ତ୍ର ଦିବସ ।ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା
  • ରାଜ୍ୟ ରାଜଧାନୀରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନୀୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  • ୩ଟି ରୁଟ ଦେଇ ଆରମ୍ଭ ହେଲା ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି ।
  • ୧୫ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଟ୍ରାକ୍ଟର ସାମିଲ ।
  • ଲଦାଖରେ ଆଇଟିବିପି ଯବାନଙ୍କ ପତାକା ଉତ୍ତୋଳନ । ଭାରତୀୟ ସେନା ପାଳିଲା ଗଣତନ୍ତ୍ର ଦିବସ ।
  • ହିମାଳୟରେ ପତାକା ଉଡ଼ାଇଲେ ଓଡ଼ିଆ ଯୁବକ । ହିମାଳୟର ଦୟାରା ବୁଗ୍ୟାଲରେ ଉଡ଼ାଇଲେ ପତାକା ।
  • ଦିଲ୍ଲୀରେ ଉଗ୍ରରୂପ ନେଇଛି ଚାଷୀ ଆନ୍ଦୋଳନ ।
  • ଆନ୍ଦୋଳନ ସମୟରେ ହିଂସା ଭିଆଉଛନ୍ତି ଆନ୍ଦୋଳନରତ ଚାଷୀ। ଟିକ୍ରି, ସିଂଘୁ, ଗାଜିପୁର ସୀମା ଚରମ ସୀମାରେ ଉତ୍ତେଜନା ।
  • ପୋଲିସ ଉପରକୁ ଢେଲାମାଡ଼ । ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ ।
  • ଲାଲକିଲ୍ଲାରେ ଚଢିଲେ ଆନ୍ଦୋଳନରତ ଚାଷୀ ।

ହଜୁଛି କିଙ୍ଗ-କ୍ରୋ କଜଳପାତି !

Dicrurus macrocercus: କଜଳପାତିର (ବୈଜ୍ଞାନିକ ନାମ: Dicrurus macrocercus) ଡାଇକ୍ରୁରାଇଡି (Dicruridae ) ଜାତିର ଏକ ପକ୍ଷୀ । ଏହାକୁ ମଧ୍ୟ କିଙ୍ଗ୍-କ୍ରୋ କୁହାଯାଇଥାଏ । କଜଳପାତି ଏକ ପାସେରିନ୍ (Passerine ) ଜାତୀୟ ପକ୍ଷୀ । ପୂର୍ବରୁ ଏମାନେ ଆଫ୍ରିକୀୟ ଦୁଇ କେନିଆ ଲାଞ୍ଜ ବିଶିଷ୍ଟ ଏକ ସମ୍ପୂର୍ଣ୍ଣ ଜାତି ଭାବରେ ପରିଚିତ । ଜୀ

ହଜୁଛି କିଙ୍ଗ-କ୍ରୋ କଜଳପାତି !

ତପନ କର, ନୂଆଦିଲ୍ଲୀ:Dicrurus macrocercus: କଜଳପାତିର (ବୈଜ୍ଞାନିକ ନାମ: Dicrurus macrocercus) ଡାଇକ୍ରୁରାଇଡି (Dicruridae ) ଜାତିର ଏକ ପକ୍ଷୀ । ଏହାକୁ ମଧ୍ୟ କିଙ୍ଗ୍-କ୍ରୋ କୁହାଯାଇଥାଏ । କଜଳପାତି ଏକ ପାସେରିନ୍ (Passerine ) ଜାତୀୟ ପକ୍ଷୀ । ପୂର୍ବରୁ ଏମାନେ ଆଫ୍ରିକୀୟ ଦୁଇ କେନିଆ ଲାଞ୍ଜ ବିଶିଷ୍ଟ ଏକ ସମ୍ପୂର୍ଣ୍ଣ ଜାତି ଭାବରେ ପରିଚିତ ।

ଜୀବବିଜ୍ଞାନ ଅନୁସାରେ ଜୀବବିଜ୍ଞାନ ଅନୁସାରେ ଦୁଇ କେନିଆ ଲାଞ୍ଜ ବିଶିଷ୍ଟ ଡ୍ରୋଙ୍ଗୋ ( Fork-tailed Drongo) ଏବଂ କଜଳପାତି (Black Drongo) ଭିତରେ ବିଶେଷ କିଛି ପାର୍ଥକ୍ୟ ନାହିଁ । ଦୁଇ କେନିଆ ଲାଞ୍ଜ ବିଶିଷ୍ଟ ଡ୍ରୋଙ୍ଗୋ ସାଧାରଣତଃ ଆଫ୍ରିକାରେ ଦେଖାଯାନ୍ତି । ଏହି ପକ୍ଷୀ ଜାତିର ସାତ ଗୋଟି ଉପଜାତି ଅଛନ୍ତି । ଉତ୍ତର ଭାରତରେ ଦେଖାଯାଉଥିବା ଆଲ୍‌ବିରିକ୍ଟସ୍ (Albirictus) ଜାତୀୟ କଜଳପାତି ଶ୍ରୀଲଙ୍କାରେ ଦେଖାଯାଉଥିବା ମାଇନର୍ (Minor) ଜାତୀୟ କଜଳପାତିଠାରୁ ଆକାରରେ ବଡ଼ ଏବଂ ନୋମିନେଟ୍ (Nominate) ଜାତୀୟ କଜଳପାତିର ଆକାର ମଧ୍ୟମ ଧରଣର । କ୍ୟାଥୋଇକସ୍ (Cathoecus) ଜାତୀୟ କଜଳପାତି ଥାଇଲ୍ୟାଣ୍ଡ, ହଙ୍ଗ୍ କଙ୍ଗ୍ ଏବଂ ଚାଇନାରେ ଦେଖାଯାନ୍ତି । ଏମାନ‌ଙ୍କର ପାଟି ଖୁବ୍ ଛୋଟ, ଡେଣା ଦୁଇଟି କଳା ହେବା ସ‌ହ ଏଥିରେ ସାମାନ୍ୟ ସବୁଜ ରଙ୍ଗ ଥାଏ । ଜାଭାନସ୍ (Javanus) ଜାତୀୟ କଜଳପାତି ଜାଭା ଦ୍ୱୀପ ତ‌ଥା ବାଳି ଦ୍ୱୀପରେ ଦେଖାଯାନ୍ତି । ଫର୍‌ମୋସାଠାରେ ଦେଖାଯାଉଥିବା ହାର୍ଟର୍ଟି (Harterti) ଜାତୀୟ କଜଳପାତିମାନଙ୍କର ଲାଞ୍ଜର ଆକାର ଏମାନ‌ଙ୍କ ଡେଣାର ଆକାରଠାରୁ ସାନ ହୋଇଥାଏ ।

ଏହି ପକ୍ଷୀର ରଙ୍ଗ ଚିକ୍କଣ କଳା ଏବଂ ଏମାନଙ୍କର ଲାଞ୍ଜ ଦୁଇ କେନିଆ । ବୟସ୍କ କଜଳପାତିମାନଙ୍କର ପାଟି ପାଖରେ ଧଳା ରଙ୍ଗର ଏକ ଛୋଟ ଚିହ୍ନ ଥାଏ । ଏମାନଙ୍କର ଆଖିର ସ୍ୱଚ୍ଛଳପଟର ରଙ୍ଗ ଗାଢ଼ ମାଟିଆ ଅଟେ । ଏମାନଙ୍କ ଶରୀରର ଲମ୍ବ ସାଧରଣତଃ ୨୮ ସେଣ୍ଟିମିଟର । କଜଳପାତି ଏକ ରାଗୀ ତ‌ଥା ନିର୍ଭୀକ ପକ୍ଷୀ ଅଟେ । ଏମାନେ ନିଜ ବସା ପାଖକୁ ଆସୁଥିବା ବଡ଼ ବଡ଼ ପକ୍ଷୀ, ଯଥା କାଉ ଓ ଅନ୍ୟାନ୍ୟ ଶିକାରୀ ପକ୍ଷୀମାନଙ୍କୁ ଆକ୍ରମଣ କରିଥାନ୍ତି । ଏମାନଙ୍କର ଏହି ସାହସ ପାଇଁ ଏମାନଙ୍କୁ କିଙ୍ଗ୍-କ୍ରୋ ମଧ୍ୟ କୁହାଯାଏ ।

କଜଳପାତିମାନେ ସାଧାରଣ ମାଟିର ନିକଟରେ ଶିକାର କରିଥାନ୍ତି । ଏମାନେ ସାଧାରଣତଃ ଉଡ଼ି ଉଡ଼ି କୀଟ-ପତଙ୍ଗମାନଙ୍କୁ ଶିକାର କରିଥାନ୍ତି । ଏମାନେ ମଧ୍ୟ ଭୂମି କିମ୍ବା ଗଛପତ୍ର ଉପରେ ବସିଥିବା କୀଟ-ପତଙ୍ଗ ଇତ୍ୟାଦିଙ୍କୁ ଖାଇଥାନ୍ତି । ଏମାନେ ବାଂଲାଦେଶଠାରୁ ଆରମ୍ଭ କରି ଭାରତ ଏବଂ ଶ୍ରୀଲଙ୍କା ପର୍ଯ୍ୟନ୍ତ ବସବାସ କରନ୍ତି । ତେବେ କଜଳପାତିମାନେ ମହୁମାଛିମାନ‌ଙ୍କୁ ଖାଇବାକୁ ପସନ୍ଦ କରନ୍ତି । ଏହି ଖାଦ୍ୟାଭ୍ୟାସ ଯୋଗୁଁ ମହୁମାଛି ପାଳକମାନେ ବ‌ହୁ ଅସୁବିଧା ଭୋଗନ୍ତି । କିନ୍ତୁ କୃଷକମାନେ ନିଜ ଚାଷ ଜମିରେ ପକ୍ଷୀଙ୍କ ପାଇଁ କୃତ୍ରିମ ଆଶ୍ରୟ ନିର୍ମାଣ କରି କୀଟ ଖାଇବା ପାଇଁ କଜଳପାତିଙ୍କୁ ନିଜ ଚାଷ ଜମି ଆଡକୁ ଆକର୍ଷିତ କରନ୍ତି ।