• ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ନିଯୁକ୍ତ
  • ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତକୁ ଅଲିମ୍ପିକ ପଦକ
  • ମହିଳା ୪୯ କେଜି ବର୍ଗରେ ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ
  • ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
  • ତୀରନ୍ଦାଜି ମିକ୍ସଡ ରିକର୍ଭ କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପରାସ୍ତ
  • ଗତ ୨୪ ଘଣ୍ଟାରେ ଦେଶରେ ୩୯,୦୯୭ ନୂଆ କୋରୋନା ମାମଲା ଚିହ୍ନଟ, ୫୪୬ ମୃତ
  • ରାଜ୍ୟରେ ଦିନକରେ ଆଉ ୧୮୬୪କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟ
  • ୬୫.୧୨% ସାଧାରଣ ଲୋକ, ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଅଛି ଆଣ୍ଟିବଡି
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ଲୋକଙ୍କ ଦେହରେ ଆଣ୍ଟିବଡି

କ’ଣ ଆପଣ ମଧ୍ୟ ସକାଳେ ଉଠିବା ପରେ କରନ୍ତି ଏହି ୭ଟି ଭୁଲ ?

କାଳୁ ଉଠିବା ମାତ୍ରେ ଖାଲି ପେଟରେ ମଦ୍ୟପାନ କରିବା ଦ୍ୱାରା ଯକୃତ ନଷ୍ଟ ହେବାର ସମ୍ଭାବନା ଦ୍ୱିଗୁଣିତ ହୋଇଯାଏ ।

କ’ଣ ଆପଣ ମଧ୍ୟ ସକାଳେ ଉଠିବା ପରେ କରନ୍ତି ଏହି ୭ଟି ଭୁଲ ?

ଆମେ ସମସ୍ତେ ସକାଳୁ ଉଠିବା ମାତ୍ରେ ଭଗବାନଙ୍କ ନିକଟରେ ପ୍ରାର୍ଥନା ପ୍ରାର୍ଥନା କରୁ ଯେ ମୋ ପାଇଁ ଦିନଟି ଭଲ ଯାଉ । କିନ୍ତୁ ଆପଣଙ୍କ ଦିନ ସେତେବେଳେ ଭଲ ହେବ ଯେତେବେଳେ ଆପଣଙ୍କ ସକାଳର ଆରମ୍ଭ ସଠିକ୍ ଭାବରେ ହେବ । କିନ୍ତୁ ପ୍ରାୟତଃ କିଛି ଲୋକ ସକାଳୁ ଉଠିବା ମାତ୍ରେ କିଛି ଛୋଟ ଛୋଟ ଭୁଲ କରନ୍ତି, ଯେଉଁ କାରଣରୁ ଆମର ଦିନ ଖରାପ ହୋଇଯାଏ ଏବଂ ସେହି ସମୟରେ ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏଠାରେ ଆମେ ଆପଣଙ୍କୁ ଏପରି ୭ଟି ଭୁଲ୍ ବିଷୟରେ କହୁଛୁ ଯାହା ସକାଳେ ଭୁଲରେ ମଧ୍ୟ କରିବା ଉଚିତ ନୁହଁ ।

୧. ଧୂମପାନ: ସକାଳେ ଉଠିବା ପରେ ତୁରନ୍ତ ଧୂମ୍ରପାନ କରିବା ଉଚିତ୍ ନୁହେଁ । ଖାଲି ପେଟରେ ସିଗାରେଟ୍ ଟାଣିବା ସାଧାରଣ ତୁଳନାରେ କର୍କଟ ରୋଗର ଆଶଙ୍କା ବୃଦ୍ଧି କରିଥାଏ ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ କେବେଠୁ ଆରମ୍ଭ ହୋଇଥିଲା କାଉଡ଼ି ଯାତ୍ରା, କିଏ ଥିଲେ ପ୍ରଥମ କାଉଡ଼ିଆ..

୨. ଜଳଖିଆ ନ ଖାଇବା: ସକାଳୁ ଉଠିବାର 1 ଘଣ୍ଟା ମଧ୍ୟରେ ଜଳଖିଆ ନ ଖାଇଲେ ଏସିଡିଟିର ସମସ୍ୟା ବଢ଼ିପାରେ । ଜଳଖିଆ ନ କରିବାରୁ ଶରୀରରେ ଶକ୍ତି ଅଭାବ ମଧ୍ୟ ଦେଖାଦିଏ, ଯାହା ଏକ ଦିନସାରା ଦୁର୍ବଳତା ଅନୁଭବ କରାଇଥାଏ ।

୩. କଫି ପିଇବା: ସକାଳେ ଉଠିବା ମାତ୍ରେ କଫି ପିଇବା କାର୍ଟିସୋଲ ହରମୋନର ସ୍ତରକୁ ବୃଦ୍ଧି କରିଥାଏ | ଏହାଦ୍ୱାରା ଆପଣଙ୍କ ଷ୍ଟ୍ରେସ ବା ମାନସିକ ଚାପ ବଢ଼ିଥାଏ । ଯଦି ଆପଣଙ୍କୁ କଫି ପିଇବାକୁ ଇଚ୍ଛା, ତେବେ ହାଲୁକା କିଛି ଖାଇ ଏବଂ ପିଅନ୍ତୁ ।

୪. କିଛି ମସଲାଯୁକ୍ତ ଖାଦ୍ୟ: ରାତିରେ ଆମ ପେଟ ଭିତରେ ଏସିଡ୍ ପରିମାଣ ବଢ଼ିଯାଏ, ତେଣୁ ସକାଳେ ତେଲ ମସଲା ସହିତ ଜଳଖିଆ ଖାଇବା ଦ୍ୱାରା ଇନଡାଇଜେଶନ ସମସ୍ୟା ସୃଷ୍ଟି ହୋଇପାରେ ।

ଅଧିକ ପଢ଼ନ୍ତୁ:-LPG ଗ୍ରାହକଙ୍କ ପାଇଁ ଖୁସି ଖବର: ଏବେ ଠିକଣା ପ୍ରୁଫ୍ ବିନା ମିଳିବ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ କେଉଁଠାରେ ଓ କିପରି କରିବେ ଅପ୍ଲାଇ

୫. ପାଣି ନ ପିଇବା: ସକାଳୁ ଉଠିବା ମାତ୍ରେ ଅତି କମରେ ଏକ ଗ୍ଲାସ୍ ପାଣି ନ ପିଇଲେ, ଶରୀରର ବର୍ଜ୍ୟବସ୍ତୁ ସଠିକ୍ ଭାବରେ ବାହାରକୁ ଆସେ ନାହିଁ । ଏହା ଡିହାଇଡ୍ରେସନ୍, କିଡନୀ ଏବଂ ଯକୃତ ସମସ୍ୟା ସୃଷ୍ଟି କରିପାରେ ।

୬. ବ୍ୟାୟାମ ନ କରିବା: ସକାଳେ ବ୍ୟାୟାମ ନକରିବା କାରଣରୁ ଶରୀର ଫିଟ୍ ରୁହେ ନାହିଁ । ଏହା ମେଦବହୁଳତା, ଇନଡାଇଜେଶନ, ଅମ୍ଳତା ଏବଂ କୋଷ୍ଠକାଠିନ୍ୟର ସମସ୍ୟା ସୃଷ୍ଟି କରେ ।

୭. ମଦ୍ୟପାନ: ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ମଦ୍ୟପାନ କରିବା ଦ୍ୱାରା ଯକୃତ ନଷ୍ଟ ହେବାର ସମ୍ଭାବନା ଦ୍ୱିଗୁଣିତ ହୋଇଯାଏ ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମୋଦି ସରକାରଙ୍କ ଆଉ ଏକ ଉପହାର, ଏବେ ଏହି ଭତ୍ତାର ପରିମାଣ କରାଗଲା ବୃଦ୍ଧି