• ହୀରାକୁଦ ଡ୍ୟାମ୍‌ର ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲି
  • କଟକ ବଡ଼ମ୍ବା ମା’ ଭଟ୍ଟାରିକା ମନ୍ଦିର ବେଢ଼ାରେ ମହାନଦୀ ବନ୍ୟା ଜଳ
  • ମୟୂରଭଞ୍ଜ ବହଳଦା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
  • ୨ ନାବାଳକ ଅଟକ, ଅନ୍ୟ ୨ ଜଣ ଗିରଫ
  • ବିଶ୍ବକର୍ମା ପୂଜାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ପାର୍ବଣ ଋତୁରେ ଭିଡ଼ ହୁଏ, ତେଣୁ ଏହି ୩ ମାସ ଗୁରୁତ୍ବପୂର୍ଣ୍ଣ’: DMET
  • ଭୁବନେଶ୍ବର ସବ୍‌କଲେକ୍ଟର ଅଫିସ ଓ ତହସିଲ ଅଫିସ ୫ ଦିନ ବନ୍ଦ
  • ଉଭୟ ଅଫିସର ୫ ଜଣ କୋଭିଡ ପଜିଟିଭ ଚିହ୍ନଟ ପରେ ଅଫିସ ବନ୍ଦ
  • ରାଜ୍ୟରେ ଦିନକରେ ଆଉ ୬୨୮ କୋରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ପ୍ରତି ମାସ ୨୦ ଟଙ୍କା ଲେଖାଏଁ ବଢିଛି ଘରୋଇ LPG ମୂଲ୍ୟ!

୨୦୨୦ ଅଗଷ୍ଟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଥର ଘରୋଇ LPG ମୂଲ୍ୟ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ମୋଟ ୨୩୯ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଗତବର୍ଷ ଅଗଷ୍ଟରେ ଭୁବନେଶ୍ୱରରେ ୧୪.୨ କିଲୋଗ୍ରାମ ଓଜନର ଘରୋଇ LPG ୬୨୧ ଟଙ୍କା ୫୦ ପଇସା ଥିଲା। 

ପ୍ରତି ମାସ ୨୦ ଟଙ୍କା ଲେଖାଏଁ ବଢିଛି ଘରୋଇ LPG ମୂଲ୍ୟ!
ଡିଜାଇନ ଫଟୋ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଜନସାଧାରଣଙ୍କ ପକେଟରେ ନିଆଁ ଲାଗିଛି। ପ୍ରାୟତଃ ସମସ୍ତ ସାମଗ୍ରୀ ମହଙ୍ଗା ହୋଇଛି। ପେଟ୍ରୋଲ, ଡିଜେଲଠୁ ଆରମ୍ଭ କରି ଖାଇବା ତେଲ, LPG ସବୁର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି। ଯାହାର ପ୍ରଭାବ ରୋଷେଇ ଘରେ ପଡିଛି। ଗତ ବର୍ଷକରେ ଘରୋଇ LPG ମୂଲ୍ୟ ୪ ଥର ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ କେବଳ ଦୁଇ ଥର ଗ୍ୟାସ ମୂଲ୍ୟ ହ୍ରାସ ହୋଇଛି।

୨୦୨୦ ଅଗଷ୍ଟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଥର ଘରୋଇ LPG ମୂଲ୍ୟ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ମୋଟ ୨୩୯ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଗତବର୍ଷ ଅଗଷ୍ଟରେ ଭୁବନେଶ୍ୱରରେ ୧୪.୨ କିଲୋଗ୍ରାମ ଓଜନର ଘରୋଇ LPG ୬୨୧ ଟଙ୍କା ୫୦ ପଇସା ଥିଲା। ବର୍ତ୍ତମାନ ଏହାର ମୂଲ୍ୟ ୮୬୧ ଟଙ୍କା ହୋଇଛି। ଗତ ଜୁଲାଇ ମାସରେ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଥିବା ବେଳେ ଚଳିତ ମାସରେ ମୂଲ୍ୟ ଅପରିବର୍ତ୍ତୀତ ଅଛି।

Also Read: ମାସର ପ୍ରଥମ ଦିନ ଜାରି ହେଲା ଡିଜେଲ-ପେଟ୍ରୋଲର ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

 ଭୁବନେଶ୍ୱରରେ ୨୦୨୦ ଅଗଷ୍ଟରେ ୧୪.୨ କିଲୋଗ୍ରାମ ଓଜନର ଘରୋଇ LPG ୬୨୧ ଟଙ୍କା ୫୦ ପଇସାରେ ମିଳୁଥିଲା। ଏହା ପରେ ସେପ୍ଟେମ୍ବରରେ ଟଙ୍କାଏ କମିଲା। ଲଗାତାର ୩ ମାସ ମୂଲ୍ୟ ଅପରିବର୍ତ୍ତୀତ ରହିବା ପରେ ଡିସେମ୍ବରରେ ସିଧା ସିଲିଣ୍ଡର ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୭୨୦ ଟଙ୍କା ୫୦ ପଇସା ହେଲା। ନୂଆବର୍ଷରେ ଉପହାର ସ୍ୱରୂପ ସରକାର LPG ମୂଲ୍ୟ ବୃଦ୍ଧି କଲେ ନାହିଁ। କିନ୍ତୁ ଫେବୃଆରୀରେ ୭୫ ଟଙ୍କା ବଢାଇ ଦେଲେ। ଏହାପରେ ଭୁବନେଶ୍ୱରରେ ଘରୋଇ LPG ମୂଲ୍ୟ ୭୯୫ ଟଙ୍କା ୫୦ ପଇସା ହେଲା।

ଫେବୃଆରୀରେ LPG ମୂଲ୍ୟ ୭୫ ଟଙ୍କା ବଢିଲା ପରେ ପୁଣି ମାର୍ଚ୍ଚରେ ୫୦ ଟଙ୍କା ବୃଦ୍ଧି ହେଲା। ଏହାପରେ ଏପ୍ରିଲରେ ଶୀଖର ଛୁଇଁଥିବା ଗ୍ୟାସ ମୂଲ୍ୟ ମାତ୍ର ୧୦ ଟଙ୍କା କମିଲା। ଜୁନ ପର୍ଯ୍ୟନ୍ତ ୧୪.୨ କିଲୋଗ୍ରାମ ଓଜନର ଘରୋଇ LPG ୮୩୫ ଟଙ୍କା ୫୦ ପଇସା ମିଳିଲା। କିନ୍ତୁ ଜୁଲାଇରେ ୨୫ ଟଙ୍କା ୫୦ ପଇସା ବଢିଲା। ଚଳିତମାସ ଏହି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଗତ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଭୁବନେଶ୍ୱରରେ ଘରୋଇ LPG ୮୬୧ ଟଙ୍କାରେ ଉପଲବ୍ଧ ହେଉଛି।

Also Read: ଆସିଯାଇଛି ଅଗଷ୍ଟ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ମୋଟ ଉପରେ ଦେଖିବାକୁ ଗଲେ ୧୪.୨ କିଲୋଗ୍ରାମ ଓଜନର ଘରୋଇ LPG ମୂଲ୍ୟ ଗତ ୧୨ ମାସରେ ପ୍ରାୟ ୨୪୦ ଟଙ୍କା ବୃଦ୍ଧି ପାଇଛି। ସେହି ସମାନ ସମୟ ଭିତରେ ମାତ୍ର ୧୧ ଟଙ୍କା କମିଛି। ଯଦି ଆଭରେଜ୍ ହିସାବ କଲେ ପ୍ରତିମାସରେ ୨୦ ଟଙ୍କା ଲେଖାଏଁ ବୃଦ୍ଧି ହୋଇଛି। ସେପଟେ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ନେଇ ସରକାର ସଫେଇ ଦେଉଛନ୍ତି ଯେ, ଆନ୍ତର୍ଜାତୀକ ବଜାରରେ କଞ୍ଚା ତେଲର ମୂଲ୍ୟ ଦ୍ୱାରା ଏହା ପ୍ରଭାବିତ ହେଉଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଘରୋଇ LPG ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। କିନ୍ତୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୭୩ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି। ଏହା ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୫୦୦ରୁ ୧୬୨୩ ଟଙ୍କାକୁ ପହଞ୍ଚିଛି। ଦିଲ୍ଲୀର ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ LPG ସିଲିଣ୍ଡରର ମୂଲ୍ୟ ୮୩୪ ଟଙ୍କା ୫୦ ପଇସା ରହିଛି ।