EPFO ଗ୍ରାହକଙ୍କ ପାଇଁ ଜରୁରୀ ଖବର, ସୋସିଆଲ ମିଡ଼ିଆରେ ସେୟାର କରନ୍ତୁ ନାହିଁ ଏହି ନମ୍ବର ନଚେତ୍...
Advertisement
Article Detail0/zeeodisha/odisha1024173

EPFO ଗ୍ରାହକଙ୍କ ପାଇଁ ଜରୁରୀ ଖବର, ସୋସିଆଲ ମିଡ଼ିଆରେ ସେୟାର କରନ୍ତୁ ନାହିଁ ଏହି ନମ୍ବର ନଚେତ୍...

PF Withdrawal: EPFO ​​ଏହାର ସମସ୍ତ ଆକାଉଣ୍ଟ୍ ଧାରକମାନଙ୍କୁ ସତର୍କ କରାଇ ଦେଇ କହିଛି ଯେ ସେମାନଙ୍କର ବ୍ୟକ୍ତିଗତ ବିବରଣୀ ଏବଂ ନିର୍ଦ୍ଦିଷ୍ଟ ନମ୍ବର କାହା ସହିତ ସେୟାର ନ କରିବା ଉଚିତ୍ ।

EPFO ଗ୍ରାହକଙ୍କ ପାଇଁ ଜରୁରୀ ଖବର, ସୋସିଆଲ ମିଡ଼ିଆରେ ସେୟାର କରନ୍ତୁ ନାହିଁ ଏହି ନମ୍ବର ନଚେତ୍...

PF Balance: ଯଦି ଆପଣଙ୍କର ମଧ୍ୟ ଏକ EPFO ଆକାଉଣ୍ଟ୍ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଏକ ଜରୁରୀ ଖବର । ଆପଣ ଭୁଲରେ ମଧ୍ୟ ଏହି ନମ୍ବର ଗୁଡିକୁ କାହା ସହିତ ସେୟାର କରନ୍ତୁ ନାହିଁ । EPFO ଏହାର ସମସ୍ତ ଆକାଉଣ୍ଟ୍ ଧାରକମାନଙ୍କୁ ସତର୍କ କରାଇ ଦେଇ କହିଛି ଯେ ସେମାନଙ୍କର ବ୍ୟକ୍ତିଗତ ବିବରଣୀ ଏବଂ ନିର୍ଦ୍ଦିଷ୍ଟ ନମ୍ବର କାହା ସହିତ ସେୟାର ନ କରିବା ଉଚିତ୍ । EPF ଟ୍ୱିଟ କରି ଏ ବିଷୟରେ ସୂଚନା ଦେଇଛି ।

EPFO ଟ୍ୱିଟ୍ କରି ଏହା କହିଛି 
EPFO ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି ଯେ EPFO ​​ଆକାଉଣ୍ଟଧାରୀଙ୍କୁ ତାଙ୍କ ବ୍ୟକ୍ତିଗତ ବିବରଣୀ ପାଇଁ କେବେବି ପଚାରି ନଥାଏ, ଯେପରିକି - ଆଧାର ନମ୍ବର, ପାନ୍ ନମ୍ବର, UAN ନମ୍ବର, ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ଏବଂ OTP । ଯଦି କେହି ଆପଣଙ୍କୁ କଲ କରନ୍ତି କିମ୍ବା ସୋସିଆଲ ମିଡିଆରେ ଏପରି ନମ୍ବର ମାଗନ୍ତି, ତେବେ ଆପଣ ସାବଧାନ ହେବା ଉଚିତ୍ ଏବଂ ଏହିପରି ବିବରଣୀ କାହା ସହିତ ସେୟାର ନ କରିବା ଉଚିତ୍ । 

ସରକାରଙ୍କଠାରୁ ମିଳିଛି ସୁଧ 
ଯେ କୌଣସି ବେତନ ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ତାଙ୍କ ପ୍ରୋଭିଡେଣ୍ଟ୍ ପାଣ୍ଠିର ପରିମାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ରାଶି ସହିତ ଆପଣ ଆପଣଙ୍କର ଅବସର ପ୍ଲାନ କରିପାରିବେ । ଏହା ବ୍ୟତୀତ, ଆପଣ0 ଆପଣଙ୍କ ଟଙ୍କା ଭବିଷ୍ୟତ ପାଇଁ ମଧ୍ୟ ସୁରକ୍ଷିତ ରଖିପାରିବ । ବିଶେଷ କଥା ହେଉଛି ଏହି ପାଣ୍ଠି ଉପରେ ସରକାର ମଧ୍ୟ ସୁଧ ପ୍ରଦାନ କରୁଛନ୍ତି ।

୮.୫% ସୁଧ ଉପଲବ୍ଧ 
ସମ୍ପ୍ରତି EPFO ​​ଆପଣଙ୍କ ଆକାଉଣ୍ଟରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ସୁଧ କ୍ରେଡିଟ୍ କରିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ସରକାର ୮.୫ ପ୍ରତିଶତ ହାରରେ ସୁଧ ଟ୍ରାନ୍ସଫର କରିଛନ୍ତି । ଆପଣ SMS କିମ୍ବା ମିସ୍ କଲ୍ ମାଧ୍ୟମରେ ବାଲାନ୍ସ ଯାଞ୍ଚ କରିପାରିବେ ।

ଲକ୍ଷ ଲକ୍ଷ ଗ୍ରାହକଙ୍କ ଅଛି ଆକାଉଣ୍ଟ
ବର୍ତ୍ତମାନ, ଦେଶର କୋଟି କୋଟି ଲୋକ EPFO ​​ରେ ସଂଯୁକ୍ତ ଅଟନ୍ତି । ପ୍ରତି ମାସରେ ୬ କୋଟିରୁ ଅଧିକ ଗ୍ରାହକ ସେମାନଙ୍କ ବେତନର ଏକ ଅଂଶ PF ଆକାଉଣ୍ଟରେ ରଖନ୍ତି, ଯାହା ଦ୍ୱାରା ଭବିଷ୍ୟତରେ ସେମାନେ ପେନ୍‌ସନ୍‌ର ଲାଭ ଉଠାଇ ଭବିଷ୍ୟତକୁ ସୁରକ୍ଷିତ କରିପାରିବେ । 

ଏହା ବି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଘୋଷଣା, ଏହି ଖେଳାଳି ହେବେ ଅଧିନାୟକ

ଏହା ବି ପଢ଼ନ୍ତୁ: ଚନ୍ନିଙ୍କ ଉପରେ ଭାରି ପଡିଲେ ସିଦ୍ଧୁ; ମାନିନେଲେ ସମସ୍ତ ସର୍ତ୍ତ

ଏହା ବି ପଢ଼ନ୍ତୁ: 'ମଲ୍ଲିକଙ୍କର ଅଣ୍ଡରୱାର୍ଲ୍ଡ ସହ ଲିଙ୍କ ଅଛି, ଦାଉଦଙ୍କ ଘନିଷ୍ଠ ବନ୍ଧୁଙ୍କଠାରୁ ଜମି କିଣିଛନ୍ତି'