ଆଖି ଡେଇଁବାର ଲକ୍ଷଣ କଣ ? ଶୁଭ, ଅଶୁଭ ନା ରୋଗ...
Advertisement

ଆଖି ଡେଇଁବାର ଲକ୍ଷଣ କଣ ? ଶୁଭ, ଅଶୁଭ ନା ରୋଗ...

କିଛି ଲୋକ ଆଖି ଡେଇଁବାକୁ ଶୁଭ ବା ଅଶୁଭ ବୋଲି ମାନିଥାନ୍ତି । ମାତ୍ର ଏହା ମେଡିକାଲ ପ୍ରୋବ୍ଲେମ ବୋଲି କୁହାଯାଏ ।

ଆଖି ଡେଇଁବାର ଲକ୍ଷଣ କଣ ? ଶୁଭ, ଅଶୁଭ ନା ରୋଗ...

କେବେ କେବେ ଆମ ଶରୀରରେ ଥିବା ଅଙ୍ଗ ଗୁଡ଼ିକରେ ଯେଉଁ ପରିବର୍ତ୍ତନ ଦେଖାଦିଏ ଯାହାକୁ ଆମେ ସାମାନ୍ୟ ବୋଲି ଭାବି ନଜର ଅନ୍ଦାଜ କରିଦେଇଥାଉ ତାହା ଆଗକୁ ଯାଇ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଥାଏ । ଆମର ଆଖି ଡେଇଁବା ବି ସେଥିମଧ୍ୟରୁ ଗୋଟିଏ ସଙ୍କେତ । କିଛି ଲୋକ ଆଖି ଡେଇଁବାକୁ ଶୁଭ ବା ଅଶୁଭ ବୋଲି ମାନିଥାନ୍ତି । ମାତ୍ର ଏହା ମେଡିକାଲ ପ୍ରୋବ୍ଲେମ ବୋଲି କୁହାଯାଏ । ଯାହା ଜାଣିବା ମାତ୍ରେ ଆପଣ ସମୟାନୁସାରେ, ସତର୍କ ହୋଇଯିବା ଉଚିତ୍ ।

ଆଖି ଡେଇଁବା ସମସ୍ୟାକୁ ଶୁଭ ଅଶୁଭ ବୋଲି ନମାନିବା ଦରକାର । କାରଣ ଏହାର ପ୍ରକୃତ କାରଣ ହେଉଛି ମାଂସପେଶୀ ଗୁଡ଼ିକର ଚଳପ୍ରଚଳ । ଚିକିତ୍ସା ପଦ୍ଧତି କ୍ଷେତ୍ରରେ ଏହାର ତିନୋଟି କଣ୍ଡିସନ ରହିଥାଏ । ମାୟୋକେମିଆ (Myokymia), ବ୍ଲେଫେରୋସ୍ପାଜମ (Blepharospasm) ଓ ହେମିଫେସିଆଲ (hemifacial)। ଏହି କଣ୍ଡିସନରେ ଅଲଗା ଅଲଗା କାରଣ ଓ ପ୍ରଭାବ ଦେଖିବାକୁ ମିଳିଥାଏ ।

Also Read: ଅମିତାଭ ବଚ୍ଚନଙ୍କ ବଙ୍ଗଳା 'ପ୍ରତୀକ୍ଷା'କୁ ଭାଙ୍ଗିବାକୁ ଯାଉଛି BMC, ଜାଣନ୍ତୁ କାରଣ

ମାଂସପେଶୀ ସଙ୍କୁଚିତ ହେଲେ ମାୟୋକେମିଆ (Myokymia) ଭଳି ରୋଗ ହୋଇଥାଏ । ଏହାଦ୍ୱାରା ଆଖିର ତଳଭାଗରେ ଥିବା ଅଂଶରେ ଅଧିକ ପ୍ରଭାବ ପଡ଼ିଥାଏ । ଏହା ଉପରେ କିଛି ସମୟ ପର୍ଯ୍ୟନ୍ତ ପ୍ରଭାବ ପଡ଼ିଥାଏ । ସେହିପରି ବ୍ଲେଫେରୋସ୍ପାଜମ ହେଉଛି ବହୁତ ଗମ୍ଭୀର ସମସ୍ୟା । ଏହା ଆନୁବଂଶିକ କାରଣ ସହିତ ଜଡ଼ିତ ରହିଥାଏ । ବ୍ଲେଫେରୋସ୍ପାଜମ ରୋଗରେ ମଣିଷର ଆଖି ବନ୍ଦ ହେବା ପର୍ଯ୍ୟନ୍ତ ମଧ୍ୟ ଯାଇପାରେ । ଯଦି ଏମିତି ସମସ୍ୟା ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଜରୁରୀ ।

Also Read: ଶରୀରର କେଉଁ ଅଙ୍ଗରେ କୁଣ୍ଡେଇ ହେଲେ କ'ଣ ହୁଏ? ଆସନ୍ତୁ ଜାଣିବା

ଡାକ୍ତରଙ୍କ କହିବା କଥା, ବ୍ରେନ୍ (Brain) ଓ ଶିରାପ୍ରଶିରା ଡିସଅର୍ଡର କାରଣରୁ ମଧ୍ୟ ଜଣେ ମଣିଷର ଆଖି ଡେଇଁଥାଏ । ଦୈନନ୍ଦିନ ଜୀବନଶୈଳୀରେ ଉଥାନ ପତନ ରହିଲେ ଏମିତି ସମସ୍ୟା ଦେଖିବାକୁ ମିଳିଥାଏ । ଡାକ୍ତରଙ୍କ କହିବା କଥା, ଚିନ୍ତାଗ୍ରସ୍ତ ଥିଲେ ମଧ୍ୟ ଆଖି ଡେଇଁବା ଭଳି ସମସ୍ୟା ଦେଖାଦେଇଥାଏ । ଯଦି ଆପଣଙ୍କ କ୍ଷେତ୍ରରେ ଏମିତି ସମସ୍ୟା ଦେଖାଦେଉଛି ତେବେ ପ୍ରଥମେ ଆପଣ ଚିନ୍ତାମୁକ୍ତ (StressFree) ରହିବାକୁ ଚେଷ୍ଟା କରନ୍ତୁ ।