ସେଲିବ୍ରିଟିଙ୍କ Tweetର ହେବ DNA ଟେଷ୍ଟ୍
Advertisement

ସେଲିବ୍ରିଟିଙ୍କ Tweetର ହେବ DNA ଟେଷ୍ଟ୍

କୃଷକ ଆନ୍ଦୋଳକୁ ନେଇ କେବଳ ଦେଶ ନୁହଁ, ବିଦେଶର ବି ଚର୍ଚ୍ଚା ଚାଲିଛି। ଅନେକ ଏହି ଆନ୍ଦୋଳନକୁ ସମର୍ଥନ କରିଥିବା ବେଳେ କିଛି କୃଷି ଆଇନକୁ ବିକାଶର ମୁଳଦୂଆ ବୋଲି କହିଛନ୍ତି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭରତୀୟ ସେଲିବ୍ରିଟିଙ୍କର ଟ୍ୱିଟ ଓ ସେସିଆଲ ମିଡିଆ ପୋଷ୍ଟର ହେବ DNA ଟେଷ୍ଟ୍। କୃଷକ ଆନ୍ଦୋଳକୁ ନେଇ ଯେଉଁ ସବୁ ବିଭ୍ରାନ୍ତିକର ପୋଷ୍ଟ ହେଇଛି, ତାହାର ଯାଞ୍ଚ କରାଯିବ। ଏନେଇ ସୋମବାର ମହାରାଷ୍ଟ୍ର ସରକାର ସୂଚନା ଦେଇଛନ୍ତି। 

କୃଷକ ଆନ୍ଦୋଳକୁ ନେଇ କେବଳ ଦେଶ ନୁହଁ, ବିଦେଶର ବି ଚର୍ଚ୍ଚା ଚାଲିଛି। ଅନେକ ଏହି ଆନ୍ଦୋଳନକୁ ସମର୍ଥନ କରିଥିବା ବେଳେ କିଛି କୃଷି ଆଇନକୁ ବିକାଶର ମୁଳଦୂଆ ବୋଲି କହିଛନ୍ତି। କିନ୍ତୁ ଗତ ସପ୍ତାହରେ ଯାଉଁ ଭଳି ଦେଶୀ ଓ ବିଦେଶୀ ସେଲିବ୍ରିଟି (Foreign Celebrity) ଙ୍କ ମଧ୍ୟରେ ଟ୍ୱିଟର ୱାର (Twitter War) ହୋଇଥିଲା, ତାହା ସାମାଜିକରୁ ରାଜନୈତିକ ପରିସରକୁ ଆସିଯାଇଛି।

Also Read: ପୂର୍ବତନ Porn starଙ୍କ ଟାର୍ଗେଟରେ କଙ୍ଗନା? MEA ଦେଲା ଏମିତି ପ୍ରତିକ୍ରିୟା

ମହାରାଷ୍ଟ୍ର (Maharastra) ଗୃହମନ୍ତ୍ରୀ ଅନୀଲ ଦେଶମୁଖ (Anil deshmukh) କହିଛନ୍ତି ଯେ, ଭାରତକୁ ବଦନାମ କରିବାକୁ କୃଷକ ଆନ୍ଦୋଳନ (Farmers Protest) ଆଳରେ କିଛି ବିଦେଶୀ ସେଲିବ୍ରିଟି ବିଭ୍ରାନ୍ତିକର ଟ୍ୱିଟ କରିଥିଲେ। ଆଉ ଭାରତୀୟ ସେଲିବ୍ରିଟି (Indian Celebraty) ତାର କଡା ଜବାବ ଦେଇଛନ୍ତି। କିନ୍ତୁ ସେମାନେ କେନ୍ଦ୍ର ସରକାରଙ୍କ ଚାପରେ ଏଭଳି କରିଥିବା ଅଭିଯୋଗେ ହେଉଛି। ତେଣୁ ଏହି ବିଭ୍ରାନ୍ତିକର ଟ୍ୱିଟ ଗୁ଼ଡିକର ତଦନ୍ତ ହେବ।

fallback

ସୂଚନାଯୋଗ୍ୟ, ଗତସପ୍ତାହରେ ରିହାନା (Rehanna), ମିଆ ଖଲିଫା, ଗ୍ରେଟା ଥନବର୍ଗଙ୍କ ସହ ଅନେକ ବିଦେଶୀ ସେଲିବ୍ରିଟି କୃଷକ ଆନ୍ଦୋଳନ ସପକ୍ଷରେ ଟ୍ୱିଟ କରିଥିଲେ। ଯାହାର ପ୍ରତିଜବାବ ଦେଇଥିଲେ, କଙ୍ଗନା ରଣାୱତ (Kangana Ranaut), ସୁନିଲ ସେଟ୍ଟୀ, ଅକ୍ଷୟ କୁମାର, ସଚ୍ଚିନ ତେନ୍ଦୁଲକର (Sachin Tendulkar), ବରାଟ କୋହଲି ପରି ଭାରତୀୟ ତାରକା। ତେବେ ଏମାନେ କୌଣସି ଚାପରେ ଟ୍ୱିଟ କରିଥିବା କୁହାଯାଉଛି।