• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

ଜୟା ଭାଦୁଡ଼ିଙ୍କ ଅଭିନୟର ପ୍ରଥମ ମଞ୍ଚ ପୁରୀ ବେଳାଭୂମି!

ସଂଯୋଗ ବଶତଃ ସେହି ସମୟରେ ପୁରୀ ବେଳାଭୂମିରେ ସତ୍ୟଜିତ ରାୟଙ୍କ ଜଣେ ଘନିଷ୍ଠ ବନ୍ଧୁ ତାଙ୍କର ଏକ ଚଳଚିତ୍ର ସୁଟିଂ କରୁଥିଲେ, ଏବଂ ଚାରିପଟେ ଘେରି ରହିଥିଲେ ଅନେକ ଦେଖଣାହାରୀ । ସୁଟିଂ ଦେଖିବାର ଏକ ଇଛା, ଜୟାଙ୍କ ପାଦକୁ ଟାଣିନେଲା ଦେଖଣାହାରୀଙ୍କ ସେହି ଭିଡକୁ, ପୁଣି ସେ ପହଞ୍ଚି ଯାଇଥିଲେ ପୁରା ଆଗ ଧାଡିରେ ।

ଜୟା ଭାଦୁଡ଼ିଙ୍କ ଅଭିନୟର ପ୍ରଥମ ମଞ୍ଚ ପୁରୀ ବେଳାଭୂମି!

ସାଗର ରଥ, ନୂଆଦିଲ୍ଲୀ: ରୂପେଲି ପରଦାର ଗୁଡ଼ି, ଭାରତୀୟ ସିନେମା ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ, ମହାନାୟକ ଅମିତାଭଙ୍କ ଧର୍ମପତ୍ନୀ  ଜୟାଙ୍କ ଅଭିନୟ ଜୀବନର ଶୁଭାରମ୍ଭ ହୋଇଥିଲା  ପୁରୀ ବେଳାଭୂମିରୁ ! ମୁମ୍ବାଇ ଚଳଚିତ୍ର ଦୁନିଆକୁ ଅତି ପାଖରୁ ଦେଖୁଥିବା ଅଭିଜ୍ଞ ସମୀକ୍ଷକଙ୍କ କଥା ଯଦି ମାନିବା, ତେବେ ଜୟା ବାଦୁଡ଼ି ତାଙ୍କ ଚଳଚ୍ଚିତ୍ର ଜଗତକୁ ଯାତ୍ରା କରିବାର କୌଣସି ବି ଲକ୍ଷ ନରଖି ଏକଦା ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ତାଙ୍କ ବନ୍ଧୁ ଓ କିଛି ପରିବାର ବର୍ଗଙ୍କ ସହ ଯାଇଥିଲେ ।

ସଂଯୋଗ ବଶତଃ ସେହି ସମୟରେ ପୁରୀ ବେଳାଭୂମିରେ ସତ୍ୟଜିତ ରାୟଙ୍କ ଜଣେ ଘନିଷ୍ଠ ବନ୍ଧୁ ତାଙ୍କର ଏକ ଚଳଚିତ୍ର ସୁଟିଂ କରୁଥିଲେ, ଏବଂ ଚାରିପଟେ ଘେରି ରହିଥିଲେ ଅନେକ ଦେଖଣାହାରୀ । ସୁଟିଂ ଦେଖିବାର ଏକ ଇଛା, ଜୟାଙ୍କ ପାଦକୁ ଟାଣିନେଲା ଦେଖଣାହାରୀଙ୍କ ସେହି ଭିଡକୁ, ପୁଣି ସେ ପହଞ୍ଚି ଯାଇଥିଲେ ପୁରା ଆଗ ଧାଡିରେ ।

ଏତିକିରେ ତାଙ୍କ ଭାଗ୍ୟ ଖୋଲିଯାଇଥିଲା, ତା ନୁହେଁ, ପୁଣି ଆଉ ଏକ ସଂଯୋଗ  କୁହନ୍ତୁ ବା ଭାଗ୍ୟଲକ୍ଷ୍ମୀଙ୍କ ଖେଳ କୁହନ୍ତୁ, ଜୟା କଲିକତା ଫେରିବାକୁ ଟ୍ରେନର ଯେଉଁ ବଗିରେ ବସିଥିଲେ, ସେହି ବଗିରେ ଥିଲେ ଉକ୍ତ ଚଳଚିତ୍ର ର କ୍ରୁ ସଦସ୍ୟ ଓ ସେହି ସିନେମାରେ ପୁରୀ ପଣ୍ଡା ଭାବେ ଅଭିନୟ କରିଥିବା ବଳିଷ୍ଠ ହାସ୍ୟ ଅଭିନେତା ଶ୍ରୀ ରବୀନ । କଥାରେ କଥାରେ  ଜୟାଙ୍କ ସହ ସେ କଥାବାର୍ତା ବି ହୋଇଥିଲେ ।

ପୁଣି ଆସିଲା ତୃତୀୟ ପର୍ଯ୍ୟାୟ, ଚଳଚ୍ଚିତ୍ରର ଏଡିଟିଂ ଠାରୁ ଆରମ୍ଭ କରି ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଥିବା ସମୟରେ ସମସ୍ତଙ୍କ ଆଖି ଅଟକି ଯାଉଥିଲା ଗୋଟିଏ ଚେହେରା ଉପରେ, ସେଇ ଆଗଧାଡିର ଦେଖଣାହାରୀଟି ଉପରେ, ଏପରିକି ସତ୍ୟଜିତ ରାୟଙ୍କ ଆଖି ବି ସେହି ଦେଖଣାହାରୀ ଭିତରେ ଜଣେ ଅଭିନେତ୍ରୀକୁ ଦେଖିପାରିଥିଲା । 

ଆରମ୍ଭ ହେଲା ଅନ୍ୱେଷଣ, ତେବେ ଜୟାଙ୍କ ବାପା ସେ ସମୟର ଜଣେ ପ୍ରସିଦ୍ଧ ପତ୍ରକାର ତଥା ଟ୍ରେନରେ ହୋଇଥିବା ହାସ୍ୟ ଅଭିନେତାଙ୍କ ସହ ହୋଇଥିବା କଥାବାର୍ତା  କଲିକତା ସହରରୁ  ଜୟାଙ୍କୁ ଖୋଜିବାରେ ସମ୍ପୂର୍ଣ ସହାୟକ ହୋଇଥିଲା । ବାସ, ଆଉ  କଣ ? ଦେଖଣାହାରୀ ହେବା ପାଇଁ ଆଗକୁ ବଢିଥିବା ପାଦ ବଢିଚାଲିଥିଲା ଆଗକୁ ଆଗକୁ, ଆରମ୍ଭ ହେଲା ଅଭିନୟର ଯାତ୍ରା, ସୃଷ୍ଟି ହେଲା ଇତିହାସ, ମୁମ୍ବାଇ ଚଳଚିତ୍ର ଜଗତରେ ଲେଖାଗଲା କିମ୍ବଦନ୍ତୀ ।