)
ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର : ନର୍ମାଲ୍ ସ୍ଲିପ୍ ୬ରୁ ୮ ଘଣ୍ଟା ହୋଇଥାଏ । କେବଳ ରାତିର ନିଦ ଏହି ସମୟ ମଧ୍ୟରେ ଅନ୍ତର୍ଭୁକ୍ତ । ଯଦି ଆପଣଙ୍କୁ 8 ଘଣ୍ଟାରୁ କମ୍ ନିଦ ହୁଏ, ତେବେ ପର ଦିନ ଏହାର କୁପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ । ଚିଡଚିଡ଼ା, କ୍ଲାନ୍ତି, ବାନ୍ତି, ଭୋକ ନ ଲାଗିବା, ମୁଣ୍ଡ ବୁଲାଇବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ ।
ଅନାବଶ୍ୟକ ଚିନ୍ତା : ନକରାତ୍ମକ ବିଚାର ଓ ଅନିଶ୍ଚିତତା କାରଣରୁ ନିଦ୍ରା ସଠିକ୍ ହୋଇ ନ ଥାଏ । ଫଳରେ Anxiety ବଢିଥାଏ । ଏହି କାରଣରୁ ବ୍ରେନରେ Chain of thoughts ବା ଗୋଟିଏ ପରେ ଗୋଟିଏ ଚିନ୍ତା ଆସିଥାଏ । ରାତି ସାରା ବ୍ରେନ୍ ଆଲର୍ଟ ରହିବା ସହିତ ଆକ୍ଟିଭ୍ ରହିଥାଏ, ଫଳରେ ନିଦ ଆସିନଥାଏ ।
Thoughts ବା ଚିନ୍ତାକୁ ମ୍ୟାନେଜ କରିବା ପାଇଁ ଚେଷ୍ଟା କରନ୍ତୁ । ଅର୍ଥାତ୍ ନିଜର ବିଚାରଧାରାକୁ ସୁନିୟନ୍ତ୍ରଣ କରିବା ସହିତ ସଠିକ୍ ଦିଶାରେ ନିଅନ୍ତୁ । ଏଥିପାଇଁ ଧ୍ୟାନ, ଯୋଗ ଓ ସଙ୍ଗୀତର ସାହାଯ୍ୟ ନିଅନ୍ତୁ । ଏଭଳି ଆକ୍ଟିଭିଟି ଆପଣଙ୍କ ଭିତରେ ଉର୍ଜା ଆଣିଥାଏ ।
ଦୈନନ୍ଦିନ ଜୀବନଚର୍ଯ୍ୟାରେ ବ୍ୟତ୍ରିକମ କାରଣରୁ ଆମେ ଏକ୍ସରସାଇଜ୍ କରି ନ ଥାଉ । ଶରୀର ସଂପୂର୍ଣ୍ଣ ରୂପେ ଉର୍ଜାର ବିନିଯୋଗ କରିପାରି ନ ଥାଏ । ଏହି କାରଣରୁ ଉଠିବା ଓ ଶୋଇବା ସମୟ ସଠିକ୍ ହୋଇନଥାଏ ।
ଲକ୍ ଡାଉନ ପୂର୍ବରୁ ଯେମିତି ଆପଣଙ୍କର ଦୈନନ୍ଦିନ ରୁଟିନ୍ ଚାଲିଥିଲା, ଏବେ ସେଭଳି ନାହିଁ । ସୁନିଦ୍ରା ପାଇଁ ପୁନଶ୍ଚ ପୂର୍ବ ରୁଟିନ୍ ଫଲୋ କରିବାକୁ ପଡ଼ିବ ।
।
ଇଲେକ୍ଟ୍ରୋନିକ୍ସ ଉପକରଣରୁ ନଜର ହଠାନ୍ତୁ : ସ୍କ୍ରିନିଂର ସମୟ ଅଧିକ ବଢିଯାଇଛି । ଅଧିକାଂଶ ସମୟ ଘରେ ଆମେ ଟିଭି,ମୋବାଇଲ୍ ଓ ଲ୍ୟାପଟପ୍ ସହ ଯୋଡ଼ି ହୋଇ ରହୁଛେ । ଫଳରେ ବ୍ରେନକୁ ନିର୍ଦ୍ଦିଷ୍ଟ ସମୟରେ ନିଦ୍ରା ଆସିବା ପାଇଁ ସିଗନାଲ୍ ମିଳିନଥାଏ । ଆମର ସ୍ଲିପିଂ ପାର୍ଟନ ଡିଷ୍ଟର୍ବ ହୋଇଥାଏ ।
ସ୍କ୍ରିନ୍ ସହିତ ଅଧିକ ସମୟ ବିତାନ୍ତୁ ନାହିଁ । ଅଧିକ ରାତି ଯାଏଁ ଟିଭି ଦେଖନ୍ତୁ ନାହିଁ । ଶୋଇବା ପୂର୍ବରୁ ସାହିତ୍ୟ ଓ Motivational ପୁସ୍ତକ ପଢନ୍ତୁ । ଫଳରେ ମସ୍ତିଷ୍କ ଶାନ୍ତ ରହିବ ଓ ଭଲ ନିଦ ଆସିବ ।
ନିଶା ଜାତୀୟ ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ : ଯେଉଁ ମାନଙ୍କର ନିଶା ନେବାର ଅଭ୍ୟାସ ଥିଲା, ଲକ୍ ଡ଼ାଉନ ପରେ ନିଶା ସେବନର ଶୈଳୀ ବଦଳିଯାଇଛି । ଉଦାହରଣ ସ୍ବରୂପ ଯଦି କୌଣସି ବ୍ୟକ୍ତିଙ୍କୁ ଦିନରେ ୫ ଥର smokingର ଅଭ୍ୟାସ ରହି ଆସିଛି, ଏବେ ଲକ୍ ଡ଼ାଉନ କାରଣରୁ ସେହି ବ୍ୟକ୍ତିଙ୍କୁ ପୂରା ସମୟ ମିଳୁଥିବାରୁ ନିଶା ସେବନର ସୁଯୋଗ ଅଧିକ ମିଳିଯାଇଛି । ନିଶା ସେବନ ମଧ୍ୟ Sleep patternକୁ ପ୍ରଭାବିତ କରିଥାଏ ।
ନିଜର ଧ୍ୟାନ ନିଶା ସେବନ ଉପରେ ନୁହେଁ, ପରିବାର ଓ ସଂପର୍କୀୟଙ୍କ ଉପରେ ରଖନ୍ତୁ । ରାତ୍ରି ସମୟରେ ଚା’ କିମ୍ବା କଫି ଆଦୌ ନିଅନ୍ତୁ ନାହିଁ । ରାତ୍ରିରେ ତମାଖୁ କିମ୍ବା ସିଗାରେଟର ସେବନ ଶରୀରରେ ନିକୋଟିନର ମାତ୍ରା ବଢାଇଥାଏ । ଏସବୁ ଅଭ୍ୟାସ ଠାରୁ ନିଜକୁ ଦୂରେଇ ରଖନ୍ତୁ ।
ୱାର୍କ ଫର୍ମ ହୋମ ସମୟରେ ଧ୍ୟାନ ଦିଅନ୍ତୁ: ଘରେ ରହି ଅଫିସ୍ ପାଇଁ ଅଧିକାଂଶ କାମ କରୁଛନ୍ତି । ବେଡ଼ରେ ବସି କାମ କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ହଠାତ୍ ନିଦ ଆସିଗଲେ, କାମ ଅଧାରେ ଛାଡ଼ି ଅଜାଣତରେ ଶୋଇ ହୋଇ ଯାଇଥାଏ । ଦିନରେ ଶୋଇବା କାରଣରୁ ରାତ୍ରିରେ ଆଦୌ ନିଦ ହୋଇନଥାଏ ।
ବେଡ଼ରେ ଶୁଅନ୍ତୁ କିନ୍ତୁ ବସି ରହି କାମ କରନ୍ତୁ ନାହିଁ । କାରଣ ବେଡ଼ରେ ବସି କାମ କଲେ ନିଦ୍ରା ଆସିବା ସ୍ବାଭାବିକ । ବେଡରେ ବସି କାମ କଲେ କାମରେ ଶୀଘ୍ର ହୋଇ ନ ଥାଏ । ବସିବାର ଶୈଳୀ ମଧ୍ୟ ସଠିକ୍ ହୋଇ ନଥାଏ । କାମ ସାରିଲା ବେଳକୁ ପିଠି, ବେକ ଓ ଅଣ୍ଟାରେ ଅସହ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ବେଡ଼ରେ ବସି କାମ କଲେ ଅଧିକ ଆଳସ୍ୟ ଅନୁଭବ ହୋଇଥାଏ ।
ପ୍ରକୃତି ସହ ଯୋଡ଼ି ହୋଇ ରୁହନ୍ତୁ : ଘରେ ରହିବା କାରଣରୁ Sunlight exposure କମି ଯାଇଥାଏ । ଶରୀରକୁ ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ମିଳି ପାରିନଥାଏ । ଏହି କାରଣରୁ ଶରୀରରେ Melatonin ହରମୋନ୍ ତିଆରି ହୋଇ ପାରିନଥାଏ । ଆମର ସ୍ଲିପ୍ ସାଇକେଲ ସ୍ବାଭାବିକ ହୋଇ ନଥାଏ ।
ସକାଳର କଅଁଳିଆ ଖରାରେ ସମୟ ବିତାନ୍ତୁ । ଘରର ଛାତ, ଗାର୍ଡେନ ବା ବାଲକୋନିରେ ଚଲାବୁଲା କରନ୍ତୁ । ଏହି କାରଣରୁ ଶରୀରରେ Melatonin ହରମୋନ୍ ତିଆରି ପାଇଁ ଶକ୍ତି ମିଳିଥାଏ ।
ସୁନିଦ୍ରା ପାଇଁ କେତୋଟି ଟିପ୍ସ-