ବୟଫ୍ରେଣ୍ଡଙ୍କ ବାପାଙ୍କୁ ବିବାହ କଲେ ଗର୍ଲଫ୍ରେଣ୍ଡ, ନିଜେ କହିଲେ ଏପରି କରିବାର କାରଣ
Advertisement

ବୟଫ୍ରେଣ୍ଡଙ୍କ ବାପାଙ୍କୁ ବିବାହ କଲେ ଗର୍ଲଫ୍ରେଣ୍ଡ, ନିଜେ କହିଲେ ଏପରି କରିବାର କାରଣ

ବାସ୍ତବରେ, ଏହି ଘଟଣା ବ୍ରିଟେନର ଗ୍ଲୁକେଷ୍ଟେରେଶର (Gloucestershire) ରେ ଘଟିଛି । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ସମ୍ପର୍କର ଅଜବ ମାମଲା କେବଳ ଭାରତରେ ନୁହେଁ ସମଗ୍ର ଦୁନିଆରେ ଦେଖିବାକୁ ମିଳିଥାଏ । ନିକଟ ଅତୀତରେ ବ୍ରିଟେନ (Britain) ରୁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ଯୁବତୀ ତାଙ୍କ ପ୍ରେମିକ (Boyfriend) ର ବାପାଙ୍କୁ ବିବାହ କରିଛନ୍ତି । ଏହି ଘଟଣା ସେତେବେଳେ ଘଟିଛି ​​ଯେତେବେଳେ ଯୁବତୀଙ୍କ ପ୍ରେମିକର ପିତା ବହୁତ ଦୁଃଖିତ ଥିଲେ । ତାଙ୍କ ଦୁଃଖର କାରଣ ଏହା ହେଲା ଥିଲା ଯେ ତାଙ୍କ ପତ୍ନୀଙ୍କର ଦେହାନ୍ତ ଘଟିଥିଲା । ସେଥିପାଇଁ ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ସ୍ଥିର କଲେ । କିନ୍ତୁ ଏହି ଘଟଣାରେ ଏକ ମଜାଦାର ଖୁଲାସା ସାମ୍ନାକୁ ଆସିଛି ।

ବାସ୍ତବରେ, ଏହି ଘଟଣା ବ୍ରିଟେନର ଗ୍ଲୁକେଷ୍ଟେରେଶର (Gloucestershire) ରେ ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବତୀ ସୋସିଆଲ ମିଡିଆ ସ୍ପେସରେ ନିଜର ସମ୍ପୂର୍ଣ୍ଣ କାହାଣୀ ବର୍ଣ୍ଣନା କରିଛନ୍ତି । ଯୁବତୀ ଜଣକ କହିଛନ୍ତି ଯେ ତାଙ୍କ ବୟଫ୍ରେଣ୍ଡର ପିତା ବହୁତ ଦୁଃଖୀ ଥିଲେ । ଯେତେବେଳେ ବି ଯୁବତୀ ତାଙ୍କୁ ଦେଖୁଥିଲେ, ଯୁବତୀଙ୍କ ମନରେ ତାଙ୍କ ପ୍ରତି ଏକ ଅଦ୍ଭୁତ ପ୍ରକାରର ଆକର୍ଷଣ ଥିଲା । ଯୁବତୀ ଜଣକ କହିଛନ୍ତି ଯେ ଦିନେ ମୁଁ ସ୍ଥିର କଲି ଓ ତାଙ୍କୁ ବିବାହ କଲି ।

ଖବର ଅନୁଯାୟୀ, ଏହି ସବୁ ଏଥିପାଇଁ ଘଟିଛି କାରଣ ଯୁବତୀଙ୍କ ବୟଫ୍ରେଣ୍ଡ ନିଜ ଗର୍ଲଫ୍ରେଣ୍ଡଙ୍କ ମା’ଙ୍କ ସହ ପେରାର ହୋଇଯାଇଥିଲେ, ତେଣୁ ସେ ରାଗି ଯାଇଥିଲେ ଏବଂ ତାଙ୍କ ପିତା ମଧ୍ୟ ଅସନ୍ତୁଷ୍ଟ ଥିଲେ । ସେଥିପାଇଁ ସେ ପ୍ରତିଶୋଧ ନେବା ପାଇଁ ଏହା କରିଛନ୍ତି । ଏହି ଘଟଣାର ଖୁଲାସା ବର୍ତ୍ତମାନ ଏଥିପାଇଁ ହୋଇଛି କାରଣ ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କ ପିତାଙ୍କୁ ବିବାହ କରିଛନ୍ତି ।

ଏହି ମାମଲାରେ ମହିଳା ଜଣକ ସୋସିଆଲ ମିଡିଆରେ ଲୋକଙ୍କୁ ମୃତ୍ୟୁର କାହାଣୀ କହିଛନ୍ତି । ସେ କହିଛନ୍ତି ଯେ ମୋ ପ୍ରେମିକର ମାଙ୍କର ମୃତ୍ୟୁ ହୋଇଯାଇଛି । ମୁଁ ଚାହୁଁ ନଥିଲି ଯେ ତାଙ୍କ ପିତା ଦୁଃଖିତ ହୁଅନ୍ତୁ, ତେଣୁ ମୁଁ ତାଙ୍କୁ ବିବାହ କରିବାକୁ ସ୍ଥିର କଲି । ଏହା ସହିତ ମୋର ପ୍ରେମିକଙ୍କୁ ପୁଣି ଏକ ମାଆ ମିଳିଯାଇଛି । ତେବେ ପରେ ଜଣାପଡିଥିଲା ​​ଯେ ଯୁବତୀଙ୍କ ବୟଫ୍ରେଣ୍ଡ ତାଙ୍କ ମା’ଙ୍କ ସହ ଫେରାର ହୋଇଯାଇଥିଲେ ।

ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ କୋରୋନା ମହାମାରୀ ହେତୁ ଯୁବତୀଙ୍କ ମା' ଓ ତାଙ୍କ ପିତା ତାଙ୍କ ବୟଫ୍ରେଣ୍ଡଙ୍କ ସହ ଗ୍ଲୁକେଷ୍ଟେରେଶରର ଏକ ଘରେ ଦୀର୍ଘ ସମୟ ଧରି ରହୁଥିଲେ । ଯୁବତୀ ଜଣକ ପୂର୍ବରୁ ନିଜ ମା' ଓ ପ୍ରେମିକଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସନ୍ଦେହ କରିଥିଲେ ଏବଂ ପରେ ତାଙ୍କର ସନ୍ଦେହ ସଠିକ୍ ପ୍ରମାଣିତ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ଚୀନକୁ ଚତୁର୍ଦ୍ଦିଗରେ ଘେରିବା ପାଇଁ ଭାରତ ଓ ଆମେରିକାର ମାଷ୍ଟର ପ୍ଲାନ୍

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-କୋରୋନା ମଧ୍ୟରେ 'ଡବଲ୍ ଆଟାକ୍' ବଢ଼ାଇଲା ଚିନ୍ତା, ଏହାର ଆକ୍ରମଣରୁ ବଞ୍ଚିବା କଷ୍ଟକର!