ବଦଳିଲା ହୋଟେଲ ମେନୁ ଦେଖିବା ତରିକା, ସରକାର ଆଣିଲେ ଏହି ନିୟମ
Advertisement

ବଦଳିଲା ହୋଟେଲ ମେନୁ ଦେଖିବା ତରିକା, ସରକାର ଆଣିଲେ ଏହି ନିୟମ

ଖାଦ୍ୟ ସାମଗ୍ରୀର କ୍ୟାଲୋରୀ ବିଷୟରେ ମଧ୍ୟ କମ୍ପାନୀଙ୍କୁ କହିବାକୁ ପଡିବ। ଏପରି ହେବା ଦ୍ୱାରା ଗ୍ରାହକମାନେ ନିଜର ଆବଶ୍ୟକତା ଅନୁସାରେ ମେନୁ ଚୟନ କରିପାରିବେ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦେଶର ହୋଟେଲ ଓ ରେସ୍ତୋରାଁ ମେନୁ ଦେଖିବା ତରିକାରେ ଆସିଛି ବଡ ପରିବର୍ତ୍ତନ। ଏଣିକି ମେନୁ କାର୍ଡରେ ରହିବ ଖାଦ୍ୟର ପୁଷ୍ଟିକର ତଥ୍ୟ। କେଉଁ ଖାଦ୍ୟ ଖାଇଲେ କେତେ କ୍ୟାଲୋରୀ ମିଳି ସେସବୁ ହେବ ଲୀପିବଦ୍ଧ। ମଙ୍ଗଳବାର FSSAI ଏହି ମେନୁ ଲେବେଲିଂ ନିୟମ ପ୍ରସ୍ତୁତ କରିଛି

ଅନେକ ଦିନରୁ FSSAI ଲେବେଲିଂ ନିୟମାବଳୀ (Nutrition value) ଠିକ୍ କରିବାକୁ ଚେଷ୍ଟା କରିଆସୁଥିଲା। ଯାହା ମଙ୍ଗଳବାର ପୂରଣ ହୋଇଛି। ନୂଆ ନିୟମ ଅନୁସାରେ ମେନୁକୁ ଲେବଲ୍ କରିବାବେଳେ ସେଠାରେ ପୋଷକ ତତ୍ତ୍ୱର ପରିମାଣ ମଧ୍ୟ ଲେଖିବାକୁ ପଡ଼ିବ। ୧୦ରୁ ଅଧିକ ବ୍ରାଞ୍ଚ ଥିବା ରେସ୍ତୋରାଁ ଗୁଡିକରେ ଏହା ପ୍ରଯୁଜ୍ୟ ହେବ। କେନ୍ଦ୍ରୀୟ ଲାଇସେନ୍ସରେ ରେସ୍ତୋରାଁ ଚଳାଉଥିବା କମ୍ପାନୀଗୁଡିକ ସେମାନଙ୍କ ମେନୁ କାର୍ଡ (restaurant menu card) ରେ କ୍ୟାଲୋରୀ ସୂଚନା ସହ କେଉଁ ବ୍ୟକ୍ତିଙ୍କ ପାଇଁ କେତେ ପରିମାଣର କ୍ୟାଲୋରୀ ଯଥେଷ୍ଟ ତାହା ଲେଖିବାକୁ ବାଧ୍ୟ।

Also Read: ଦାରିଙ୍ଗବାଡିରେ ତମ୍ବୁ ତଳେ ପଞ୍ଚତାରକା ହୋଟେଲ ସୁବିଧା

ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ହୋଟେଲ ଓ ରେସ୍ତୋରାଁ (restaurant) ଗୁଡିକ ପୁଷ୍ଟିକର ମୂଲ୍ୟ ସହିତ ମେନୁ କାର୍ଡ (Menu Card) , ଡିସପ୍ଲେ ବୋର୍ଡ କିମ୍ବା ବୁକଲେଟରେ ଖାଦ୍ୟ ସାମଗ୍ରୀ ବିଷୟରେ ସୂଚନା ପ୍ରଦାନ କରିବା ଜରୁରୀ। ପିଜା, ବରଗର ଭଳି ଫାଷ୍ଟଫୁଡ ଖାଦ୍ୟ ସାମଗ୍ରୀର କ୍ୟାଲୋରୀ ବିଷୟରେ ମଧ୍ୟ କମ୍ପାନୀଙ୍କୁ କହିବାକୁ ପଡିବ। ଏପରି ହେବା ଦ୍ୱାରା ଗ୍ରାହକମାନେ ନିଜର ଆବଶ୍ୟକତା ଅନୁସାରେ ମେନୁ ଚୟନ କରିପାରିବେ। ଫଳରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ହୋଇପାରିବ ବୋଲି କୁହାଯାଉଛି।

୧୦ରୁ ଊର୍ଦ୍ଧ୍ୱ ବ୍ରାଞ୍ଚରେ ଲେବଲିଂ ନିୟମ ଲାଗୁ ହେଉଥିବାରୁ ଛୋଟ ହୋଟେଲ ଗୁଡିକରେ ଏହାର ପ୍ରଭାବ ପଡିବ ନାହିଁ। କିନ୍ତୁ ବଡ ହୋଟେଲରେ ଗ୍ରହକଙ୍କୁ ପୂର୍ବାପେକ୍ଷା ଅଧିକ ସମୟ ଲାଗିବ। ଆଗରୁ ହୋଟେଲ କିମ୍ବା ରେସ୍ତୋରାଁ ମେନୁରେ କେବଳ ଖାଦ୍ୟ ସାମଗ୍ରୀର ନାମ ଓ ମୂଲ୍ୟ ଲେଖା ହେଉଥିଲା। କିନ୍ତୁ ଏବେ ସେଥିରେ ପୋଷକ ତତ୍ତ୍ୱ ଲେଖା ହେବ। ଯାହାକୁ ପଢିବାରେ ଗ୍ରହକଙ୍କ ସମୟ ଅପଚୟ ହେବ।