ଅତ୍ୟନ୍ତ ଲାଭଦାୟକ ହୋଇଥାଏ କଞ୍ଚା ଲଙ୍କାର ସେବନ, ଜାଣନ୍ତୁ ଏହାର ଲାଭ
Advertisement

ଅତ୍ୟନ୍ତ ଲାଭଦାୟକ ହୋଇଥାଏ କଞ୍ଚା ଲଙ୍କାର ସେବନ, ଜାଣନ୍ତୁ ଏହାର ଲାଭ

କଞ୍ଚା ଲଙ୍କାରେ ଭିଟାମିନ୍ ଏ, ବି, ସି ଏବଂ କିଛି ଲୌହ ମଧ୍ୟ ଥାଏ । ଭିଟାମିନ୍ ଏ ଆଖି ପାଇଁ ଭଲ ହୋଇଥାଏ ।

ଅତ୍ୟନ୍ତ ଲାଭଦାୟକ ହୋଇଥାଏ କଞ୍ଚା ଲଙ୍କାର ସେବନ, ଜାଣନ୍ତୁ ଏହାର ଲାଭ

ପ୍ରାୟତଃ ଆମେ ପନିପରିବାରେ କଞ୍ଚା ଲଙ୍କା (Green Chili) ଖାଇଥାଉ । କଞ୍ଚା ଲଙ୍କାରେ କ୍ୟାପ୍ସାଇସିନ୍ ନାମକ ଏକ ବିଶେଷ ଉପାଦାନ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀର ପାଇଁ ବହୁତ ଲାଭ ହୋଇଥାଏ । ଅନ୍ୟପକ୍ଷେ ବହୁତ କମ୍ ଲୋକ ଜାଣନ୍ତି ଯେ କଞ୍ଚା ଲଙ୍କା ଖାଇବା ଦ୍ୱାରା ଭୋକ ବଢ଼ିଥାଏ । ଯଦି ପେଟରେ ସଂକ୍ରମଣ ଥାଏ । ତେବେ ଏହା ମଧ୍ୟ ଭଲ ହୋଇଯାଏ ।

ଅଧିକ ପଢ଼ନ୍ତୁ:-ଭାରତକୁ 'ମୁଦ୍ରା ମନିପୁଲେଟର' ତାଲିକାରେ ରଖି ବଡ଼ ଝଟକା ଦେଲା ଆମେରିକା, ଜାଣନ୍ତୁ ଏହାର କ'ଣ ପଡ଼ିବ ପ୍ରଭାବ?

କଞ୍ଚା ଲଙ୍କା ଖାଇବାର ଲାଭ:

୧. କଞ୍ଚା ଲଙ୍କାରେ ଭିଟାମିନ୍ ଏ, ବି, ସି ଏବଂ କିଛି ଲୌହ ମଧ୍ୟ ଥାଏ । ଭିଟାମିନ୍ ଏ ଆଖି ପାଇଁ ଭଲ ହୋଇଥାଏ ।

୨. କଞ୍ଚା ଲଙ୍କାରେ ବିଟା-କାରୋଟିନ୍ ଥାଏ । ଯାହା ଶରୀରରେ ଭିଟାମିନ୍ ଏ ତିଆରି କରିବାରେ ସାହାଯ୍ୟ କରିଥାଏ । ରୋଗ ସହିତ ଲଢ଼ିବା ପାଇଁ ଭିଟାମିନ୍ ସି ବହୁତ ଭଲ ଏବଂ ଏହା ଶରୀରକୁ ରୋଗ ବିରୁଦ୍ଧରେ ଲଢ଼ିବା ପାଇଁ ଶକ୍ତି ଦେଇଥାଏ ।

୩. କଞ୍ଚା ଲଙ୍କାକୁ ଧନିଆ, ପୁଦିନାର ଚଟନିରେ ମଧ୍ୟ ବ୍ୟବହାର କରାଯାଇପାରେ କିମ୍ବା ଆପଣ ଏହାକୁ ଖାଇବା ପରେ ମଧ୍ୟ ଖାଇପାରିବେ । କଞ୍ଚା ଲଙ୍କା ଆପଣଙ୍କ ଶରୀର ପାଇଁ ବହୁତ ଲାଭ ଆଣିଥାଏ ।