• ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣା ପ୍ରତ୍ୟାହାର
  • ଆବଶ୍ୟକ ନାହିଁ କୋରୋନା ଟେଷ୍ଟ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର
  • ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
  • ଶ୍ରେଣୀଗୃହ ଶିକ୍ଷାଦାନର ରେକର୍ଡିଂ ଅନୁପସ୍ଥିତ ଛାତ୍ରଙ୍କୁ ପଠାଯିବ
  • ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ SOP ଜାରି
  • ଅଲମ୍ପିକ ୨୦୨୦: ଆସାମର ୨୩ ବର୍ଷୀୟା ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ
  • ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ ଟକ୍କର
  • ଖୁବ୍‌ ଶୀଘ୍ର ବିରଞ୍ଚିଙ୍କ ବିରୋଧରେ ମାମଲା ରୁଜୁ କରିପାରେ ED
  • ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନାର ୪୨,୬୨୫ଟି ନୂଆ ମାମଲା ଚିହ୍ନଟ, ୫୬୨ ମୃତ
  • ରାଜ୍ୟରେ ଆଜି ୧୩୧୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ୬୬ ମୃତ

Guinness World Record କଲା ଆମ୍ବ; ଓଜନ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ରେକର୍ଡ କରିଥିବା ଆମ୍ବ ଏସୀୟ ମୂଳର ଏବଂ ଏହା ଗ୍ରୀଷ୍ମ ପ୍ରଧାନ ଅଞ୍ଚଳରେ ଅମଳ କରାଯାଏ। ଗୁଏଟାରେ, ଏହା ଅଳ୍ପ ପରିମାଣରେ ଚାଷ କରାଯାଏ। 

Guinness World Record କଲା ଆମ୍ବ; ଓଜନ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ସୌ- Guinness World Record

ନୂଆଦିଲ୍ଲୀ: କଲମ୍ବିଆର ଜଣେ କୃଷକ ଦୁନିଆର ସବୁଠାରୁ ଓଜନିଆ ଆମ୍ବ ଫଳାଇ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି। ଜର୍ମାନ ଅର୍ଲାଣ୍ଡୋ ନୋଭୋ ବାରେରା ଏବଂ ରେଇନା ମାରିଆ ମାର୍ରୋକୁଇନ୍ ଏହି ବିଶାଳ ଆମ୍ବକୁ ଗୁଏଟାର ବୋଇକା ଅଞ୍ଚଳର ସାନ୍ ମାର୍ଟିନ୍ ଫାର୍ମରେ ଫଳାଇଛନ୍ତି। ବିଶ୍ୱ ରେକର୍ଡ କରିଥିବା ଏହି ଆମ୍ବର ଓଜନ ୪.୨୫ କିଲୋଗ୍ରାମ। 

ଜର୍ମାନ ଓ ରେଇନାଙ୍କ ଫାର୍ମର ଆମ୍ବ (mango) କୁ ଏବେ ଆଧିକାରିକ ଭାବେ ଗିନିଜ ୱାର୍ଲ୍ଡ ରେକର୍ଡ (Guinness World Record) ଟାଇଟଲ୍ ମିଳିଛି। ପୂର୍ବରୁ ଏହି ରେକର୍ଡ ଫିଲିପାଇନ୍ସର ଜଣେ ଚାଷୀ କରିଥିଲେ। ୨୦୦୯ରେ ସେ ଫଳାଇଥିବା ମିଳିଥିବା ଆମ୍ବର ଓଜନ ୩.୪୩ କିଲୋଗ୍ରାମ ଥିଲା।

Also Read: କୋରୋନାରେ ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

"ଏହି ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ଟାଇଟଲ୍ ସହିତ ଆମର ଲକ୍ଷ୍ୟ ହେଉଛି ବିଶ୍ୱକୁ ଦେଖାଇବା ଯେ କଲମ୍ବିଆରେ ଆମେ ନମ୍ର, ପରିଶ୍ରମୀ ଲୋକ। ଯେଉଁମାନେ ଗ୍ରାମାଞ୍ଚଳକୁ ଭଲ ପାଆନ୍ତି ଏବଂ ପ୍ରେମର ସହିତ ଚାଷ କରାଯାଉଥିବା ଜମି ବହୁତ ଭଲ ଫଳ ​​ଦେଇଥାଏ। ଏଥିସହ ଏହା ମହାମାରୀ ସମୟରେ ଆମ ଲୋକଙ୍କ ପାଇଁ ଆଶା ଏବଂ ଆନନ୍ଦର ବାର୍ତ୍ତା ପ୍ରତିନିଧିତ୍ୱ କରେ" ବୋଲି ୧୧ ବର୍ଷର ରେକର୍ଡ ଭାଙ୍ଗିଥିବା ଦମ୍ପତି କହିଛନ୍ତି।

ରେକର୍ଡ କରିଥିବା ଆମ୍ବ ଏସୀୟ ମୂଳର ଏବଂ ଏହା ଗ୍ରୀଷ୍ମ ପ୍ରଧାନ ଅଞ୍ଚଳରେ ଅମଳ କରାଯାଏ। ଗୁଏଟାରେ, ଏହା ଅଳ୍ପ ପରିମାଣରେ ଚାଷ କରାଯାଏ। ଧାରଣତଃ ଲୋକେ କେବଳ ପରିବାରରେ ଖାଇବା ପାଇଁ ଗଛ ଲଗାନ୍ତି। ଗୁଏଟା (Colombia) ହେଉଛି ଏକ କୃଷି ପ୍ରଧାନ ଅଞ୍ଚଳ, ଯେଉଁଠାରେ କଫି, ମୋଗୋଲା ଏବଂ ଆରେପାସ୍ ଅଧିକ ଅମଳ ହୁଏ।